ଏହି ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଅମ୍ବାନୀ ଫ୍ୟାମିଲିର ବୋହୂ,ବିବାହ କରିବାକୁ ଚାହୁଁଥିଲେ,କିନ୍ତୁ …

ଏସିଆର ସବୁଠାରୁ ଧନୀ ଲୋକମାନଙ୍କ ଲିଷ୍ଟରେ ସାମିଲ୍ ଅମ୍ବାନୀ ପରିବାର ପ୍ରାୟତଃ ତାଙ୍କ ମହଙ୍ଗା ସଉକ ଏବଂ ବିଳାସପୂର୍ଣ ଜୀବନକୁ ନେଇ ହେଡ଼ଲାଇନ୍ ରେ ରହିଥାନ୍ତି । କିନ୍ତୁ ସମୟ ସମୟରେ ଅମ୍ବାନୀ ପରିବାର ସହ ଜଡିତ ଗୁମର ମଧ୍ୟ ସାମ୍ନାକୁ ଆସିଥାଏ । ଏହା ମଧ୍ୟରେ ବର୍ତ୍ତମାନ ଆଉ ଏକ ଗୁମର ଖୋଲିଯାଇଛି । ବାସ୍ତବରେ ଏଇ ଥର ଅମ୍ବାନୀ ପରିବାରର ବୋହୂ କୁ ନେଇ ଏକ ବଡ଼ କଥା ସାମ୍ନାକୁ ଆସିଛି ।

ଏହି ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଅମ୍ବାନୀ ପରିବାରର ବୋହୂ :-

ଆପଣଙ୍କୁ କହିଦେଉଛୁ କି,ବଲିଉଡ ଏବଂ ବିଜନେସ ଇଣ୍ଡଷ୍ଟ୍ରି ମଧ୍ୟରେ ବହୁତ ପୁରୁଣା ସମ୍ପର୍କ ରହିଆସିଛି । ଅନେକ ଅଭିନେତ୍ରୀ ବିଜନେସ ମ୍ୟାନ୍ ଙ୍କୁ ନିଜର ଜୀବନ ସାଥି ବନେଇ ସାରିଛନ୍ତି ତେବେ ସେଇଠି ଅନେକ ବ୍ୟବସାୟୀ ମଧ୍ୟ ଫିଲ୍ମ ଜଗତର ସୁନ୍ଦରୀମାନଙ୍କୁ ନିଜର ଜୀବନସାଥୀ ବନେଇ ସାରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ କି ଅମ୍ବାନୀ ପରିବାରର ବୋହୂଙ୍କ ବିଷୟରେ ଯିଏ ବଲିଉଡର ବଡ଼ ଅଭିନେତା ରାଜେଶ ଖାନାଙ୍କୁ ତାଙ୍କ ହୃଦୟ ଦେଇ ଦେଇଥିଲେ ।ଏତିକି ହିଁ ନୁହେଁ ସେ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ ।

ଏହି କାରଣରୁ ହୋଇପାରିଲାନି ବିବାହ :-

ଉଲ୍ଲେଖନୀୟ ଏହା କି,ଧୀରୁଭାଇ ଅମ୍ବାନୀଙ୍କ ବଡ଼ ପୁଅ ଅନୀଲ ଅମ୍ବାନୀଙ୍କ ସ୍ତ୍ରୀ ଏବଂ ବଲିଉଡ ଅଭିନେତ୍ରୀ ଟିନା ଅମ୍ବାନୀ ବିବାହ ପୂର୍ବରୁ ଅଭିନେତା ରାଜେଶ ଖାନାଙ୍କ ପ୍ରେମରେ ପାଗଳ ଥିଲେ ଏବଂ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ସୂଚନା ଅନୁଯାୟୀ, ଟିନା ଅମ୍ବାନୀ ଏବଂ ରାଜେଶ ଖାନ୍ନା ଦୁହେଁ ଦୁହିଁଙ୍କୁ ବହୁତ ଭଲପାଉଥିଲେ କିନ୍ତୁ ଦୁହେଁ ଚାହିଁ କରି ମଧ୍ୟ ଏକ ହୋଇପାରିଲେ ନାହିଁ ।

ଆପଣଙ୍କୁ କହିରଖୁଛୁ କି ରାଜେଶ ଖାନା ଆଗରୁ ହିଁ ବିବାହିତ ଥିଲେ ଯେଉଁ କାରଣରୁ ଏହି ପ୍ରେମ କାହାଣୀ ବହୁତ ସମୟ ଚାଲିଲା ନାହିଁ ଏବଂ ଟିନା ଅମ୍ବାନୀ ଏହା ଭାବିଦେଲେ କି ଏହି ସମ୍ପର୍କର କୌଣସି ଭବିଷ୍ୟତ ନାହିଁ ଏବଂ ରାଜେଶ ଖାନାଙ୍କ ଠାରୁ ଦୂରତା ବନେଇଦେଲେ । ଏହି କାରଣ ରୁ ଟିନା ଅମ୍ବାନୀ ଏବଂ ରାଜେଶ ଖାନା ଙ୍କ ବିବାହ ହୋଇପାରିଲା ନାହିଁ।

Leave a Reply

Your email address will not be published. Required fields are marked *