ଅର୍ଶ, ମଳକଣ୍ଟକ, ଭଗନ୍ଦର ମୂଳରୁ ସମ୍ପୂର୍ଣ ଭାବରେ ହେବ ଶେଷ, ଆପଣାନ୍ତୁ ଏହି ଦେଶୀ ଉପାୟ !

ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖାଦ୍ୟପେୟର ଅନିୟମିତତା କାରଣରୁ ଅନେକ ଲୋକଙ୍କର ଅର୍ଶ, ମଳକଣ୍ଟକ ବା ଭଗନ୍ଦର ଭଳି ସମସ୍ଯା ଭୋଗ ଦେଖାଯାଇଥାଏ। ଏହାକୁ ଇଂରାଜୀରେ ପାଇଲ୍ସ ବୋଲି ମଧ୍ୟ କୁହାଯାଏ। ଅର୍ଶ ହେଲେ ରକ୍ତ ମଧ୍ୟ ପଡିଥାଏ। କିଛି ଲୋକମାନେ ଅନେକ ପ୍ରକାରର ମେଡିସନ ମଧ୍ୟ ସେବନ କରିଥାନ୍ତି। କବଚ ବା ଏସିଡିଟି ଭଳି ସମସ୍ଯା ଥିଲେ ଆପଣଙ୍କର ଅର୍ଶ ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣମାନଙ୍କ ପାଇଁ ଏମିତି ୨ଟି ଘରୋଇ ରେମେଡି ନେଇ ଆସିଛୁ, ଯାହାର ପ୍ରୟୋଗ କରିବା ଫଳରେ ଅର୍ଶ ଭଳି ସମସ୍ଯା ଦୂର ହୋଇପାରିବ।

ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି। ଲାଜକୁଳୀ ଗଛ ଯାହା ଆପଣଙ୍କ ଆଖପାଖରୁ ସହଜରେ ମିଳିପାରିବ। ଏହାର ଆୟୁର୍ବେଦିକରେ ବିଶେଷ ମହତ୍ଵ ରହିଛି। ଏହା ଆମ ଶରୀରର ଅନେକ ପ୍ରକାରର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଲାଜକୁଳୀ ଗଛକୁ ଚିହ୍ନିବା ବହୁତ ସହଜ ହୋଇଥାଏ କାରଣ ଏହାକୁ ଛୁଇଁ ଦେଲେ ଏହା ଝାଉଁଳିଯାଏ। ଭଲ ଭାବରେ ଲାଜକୁଳୀ ପତ୍ରକୁ ଧୋଇ ଦିଅନ୍ତୁ। ଏହା ପରେ ଆବଶ୍ୟକ ରହିଛି କଞ୍ଚା କ୍ଷୀର ଯାହାକି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।

ଏକ କପ କ୍ଷୀରର ଆବଶ୍ୟକତା ରହିଛି। କ୍ଷୀରରେ ଲାଜକୁଳୀ ପତ୍ର ଅଳ୍ପ ମାତ୍ରାରେ ପକାନ୍ତୁ। ଏହି ରେମେଡିର ସେବନ ଆପଣ ଖାଲି ପେଟରେ ମଧ୍ୟ କରନ୍ତୁ। ଯଦି ଆପଣଙ୍କର ଅର୍ଶ ଆରମ୍ଭ ହୋଇଯାଇଛି ତେବେ ଏହାର ସେବନ ୩ ଦିନ କରନ୍ତୁ। ଯଦି ଆପଣଙ୍କର ଅର୍ଶ ବହୁଦିନର ଅଟେ ତେବେ ଏହାକୁ ୧୫ ଦିନ ସେବନ କରନ୍ତୁ।

ଯଦି ଆପଣଙ୍କର ଅର୍ଶରେ ଅଧିକ ରକ୍ତ ପଡୁଛି ତେବେ ଏଥିପାଇଁ ଆଉ ଏକ ଘରୋଇ ଉପଚାର ଆପଣାନ୍ତୁ। ଏଥିପାଇଁ ଆବଶ୍ୟକ ରହିଛି ଗେଣ୍ଡୁ ପତ୍ର। ଏହା ପରେ ୧୦ଟି ଗୋଲମରିଚର ଆବଶ୍ୟକ ରହିଛି। ଏହି ୨ଟି ସାମଗ୍ରୀକୁ ଭଲ ଭାବରେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଅଧ ଚାମଚ ପେଷ୍ଟ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ପଡିବ। ଏକ ଗ୍ଳାସ ପାଣିରେ ଏହି ପେଷ୍ଟ ମିଶ୍ରଣ କରନ୍ତୁ। ଏହାକୁ କିଛି ଦିନ ସେବନ କରିଲେ ଅର୍ଶ ଭଳି ସମସ୍ଯା ଦୂର ହେବା ସହିତ ରକ୍ତ ପଡିବା ବନ୍ଦ ହୋଇଯିବ। ଏହାକୁ ଖାଲି ପେଟରେ ଦିନକୁ ଦୁଇ ଥର ସେବନ କରି ପାରିବେ।

Leave a Reply

Your email address will not be published. Required fields are marked *