ଭାଇରାଲ ବଏ ଶାନ୍ତନୁ ନିଜ ଗାଁ ଷ୍ଟେଜ ପ୍ରୋଗ୍ରାମରେ ହଇଚଇ ସୃଷ୍ଟି କଲେ,କଲେ ଏମିତି ପରଫରମାନ୍ସ ଯାହା ଗାଁ ଲୋକଙ୍କୁ ଖୁସି କରିଦେଲା !

ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ସୋ “ଓଡ଼ିଶାର ନୂଆ ସ୍ୱର” ପ୍ରତିଯୋଗିତାରେ ଭାଗ ନେଇ ବର୍ତ୍ତମାନ ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ ହୋଇଥିବା ସିଙ୍ଗର ଶାନ୍ତନୁ ବର୍ତ୍ତମାନ ଷ୍ଟେଜ ସୋ କରିବାରେ ବ୍ୟସ୍ତ ଅଛନ୍ତି। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ମଧ୍ୟ ଜାଣିଛନ୍ତି। ତାଙ୍କର ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି।

ଭାଇରାଲ ବଏ ଶାନ୍ତନୁ ମହାନ୍ତି ଅନେକ ଗୀତରେ ଗୀତ ଗାଇବା ସହ ନିଜେ ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ଏହା ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କର ଅନେକ ଗୀତ ୟୁଟୁବରେ ରିଲିଜ ମଧ୍ୟ ହୋଇ ସାରିଛି। ଏଥିମଧ୍ୟରୁ “ବାଜିବ ଲୋ ଯୋଡି ମହୁରୀ” ହିଟ ହୋଇଛି। ଏହିପରି ଅନେକ କିଛି ଗୀତ ତାଙ୍କର ବର୍ତ୍ତମାନ ରିଲିଜ ହେବାକୁ ବାକି ଅଛି।

ବାବୁସାନଙ୍କ ଭଳି ଭବିଷ୍ୟତରେ ହିରୋ ହୋଇ ନିଜକୁ ଚଳଚ୍ଚିତ୍ରରେ ନିଜର କଣ୍ଠ ଦାନ କରିବାକୁ ଇଚ୍ଛା ରଖିଥିବା ଶାନ୍ତନୁ ବର୍ତ୍ତମାନ ଲୋକପ୍ରିୟତା ପାଇଁ ପ୍ରତ୍ୟେକ ସ୍ଥାନରେ ଷ୍ଟେଜ ସୋ କରୁଛନ୍ତି। ତାଙ୍କର ଏହିପରି ଭିଡ଼ିଓ ବହୁଳ ମାତ୍ରାରେ ସୋସିଆଲ ମିଡ଼ିଆ ଅର୍ଥାତ ଫେସବୁକ, ଇନଷ୍ଟାଗ୍ରାମ ଆଦିରେ ସେୟାର ହେଉଅଛି।

ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ସବୁ ସ୍ଥାନରେ ଦେଖିବାକୁ ମିଳୁଛି।ଏହି କୁନି ଗାୟକ ଶାନ୍ତନୁ ମହାନ୍ତି କୁହନ୍ତିଯେ, ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା , ସେତେବେଳେ ଠାରୁ ସେ ଗୀତ ଗାଇବା ଆରମ୍ଭ କରିଛନ୍ତି ଏବଂ ୪ ବର୍ଷ ବୟସରୁ ସେ ଗୀତ ମଧ୍ୟ ଶିଖୁଛନ୍ତି। ଓଡ଼ିଆରେ ତାଙ୍କର ପସନ୍ଦିତ ଗାୟକ ହେଉଛନ୍ତି ହ୍ୟୁମାନ ସାଗର ଏବଂ ବାବୁସାନ ମହାନ୍ତି।

ହିନ୍ଦୀରେ ତାଙ୍କର ପସନ୍ଦିତ ଗାୟକ ହେଉଛନ୍ତି କିଶୋର କୁମାର ଏବଂ ଅରିଜିତ ସିଂ। ସେ ଓଡ଼ିଶାର ଟିଭି ସୋରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ସେ ଏଲିମିନେଟ ହୋଇଯାଇଥିଲେ। ଏହାପରେ ସେ ସାରା ଓଡ଼ିଆବାସୀଙ୍କର ଭଲ ପାଇବା ପାଇ ବର୍ତ୍ତମାନ ସେ ଷ୍ଟେଜ ପ୍ରୋଗ୍ରାମ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *