ଚୁଡି ବିକାଳୀର ପୁଅଙ୍କ କମାଲ । ହିପଅପ୍ ଡ଼୍ୟନ୍ସ ଦେଖିଲେ ଆଖି ଠିଆ ହୋଇଯିବ ।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ତାଙ୍କ ହିପହପ୍ ଡ୍ୟାନ୍ସ ଦେଖିଲେ ଆପଣଙ୍କ ଆଖି ଠିଆ ହୋଇଯିବ, ଏବେ ଘରୁ ଯାଇ ଜାତୀୟ ସ୍ତରରେ କରୁଛନ୍ତି କମାଲ୍। ଖାଲି ଏତିକି ନୁହେଁ ସେ ଆଜି ଯେଉଁ ଜାଗାରେ ପହଁଞ୍ଚି ଯାଇଛନ୍ତି, ସେଇଠି ପହଁଞ୍ଚିବାକୁ ସମସ୍ତଙ୍କ ମନରେ ଇଚ୍ଛା ଭରି ରହିଥାଏ, କିନ୍ତୁ ଆଜି ସେ ଓଡିଶାରୁ ଯାଇ ସେହି ସ୍ଥାନରେ ପହଞ୍ଚିଛନ୍ତି। ଯେମିତି କଥାରେ ଅଛି କୌଣସି ପ୍ରତିବନ୍ଧକ ଆଗରେ ହାର୍ ମାନେନି ପ୍ରତିଭା।

https://www.youtube.com/watch?v=3vOMBJfLZik

ଆମେ କହୁଛୁ ଝାରସୁଗୁଡ଼ା ଅଞ୍ଚଳର ରୋସନ୍ ସାହୁଙ୍କ କଥା, ଝାରସୁଗୁଡ଼ା ପରି ଛୋଟ ସହରରୁ ଯାଇ ମାୟା ନଗରୀ ମୁମ୍ବାଇରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୋ ରେ ହିପହପ୍ ଡ୍ୟାନ୍ସ କରି ୨୮ ତମ ସ୍ଥାନ ଓ ଡିଆଡିର ସୁପର ଉଇଙ୍ଗ୍ସ ପାଇଛନ୍ତି। ଯାହାକି ଏବେ ସବୁଠାରୁ ବଡ ଗର୍ବର ବିଷୟ, ଖାଲି ତାଙ୍କ ତ ଗର୍ବର ବିଷୟ ନୁହେଁ, ସାରା ଓଡିଶା ପାଇଁ ଏହା ବହୁତ ବଡ ଗର୍ବର ବିଷୟ। ତାଙ୍କୁ ତାଙ୍କର ଏହି ଡ୍ୟାନ୍ସ ଷ୍ଟାଇଲ୍ ହିଁ ଆଜି ସେହି ଜାଗାରେ ପହଁଞ୍ଚାଇ ପାରିଛି।

ଆଉ ସବୁଠାରୁ ବଡ କଥା ହେଉଛି, ତାଙ୍କ ମାଆ ଜଣେ ଚୁଡି ବିକାଳୀ, ସକାଳ ହେଲେ ମୁଣ୍ଡରେ ଚୁଡି ଭାର ଧରି ବାହାରି ଯାଆନ୍ତି ଆଉ ସେଥିରୁ ଯାହା ପାଆନ୍ତି ସେଥିରେ ମାଆ ପୁଅ ଖାଇ ରହନ୍ତି। ଆଉ ସେହି ଚୂଡି ବିକାଳୀର ପୁଅ ଏବେ ଜାତୀୟ ସ୍ତରରେ ଯାଇ କରୁଛନ୍ତି କମାଲ୍, ଏବଂ ସାରା ଓଡିଶା ପାଇଁ ଗର୍ବ ଏବଂ ଗୌରବ ନେଇ ଆସିଛନ୍ତି।

Leave a Reply

Your email address will not be published. Required fields are marked *