୩୦୦ ଗାର୍ଲଫ୍ରେଣ୍ଡଙ୍କୁ ଛାଡି ଐଶ୍ୱର୍ଯ୍ୟାଙ୍କ ଉପରେ ଆସିଗଲା ସଞ୍ଜୟ ଦତ୍ତଙ୍କ ମନ,ଭଉଣୀମାନଙ୍କ କାରଣରୁ କରିପାରିନଥିଲେ ବିବାହ

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତା ପାଇଁ ଲକ୍ଷ ଲକ୍ଷ ଲୋକ ପାଗଳ । ତେବେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ତାଙ୍କୁ ବହୁତ ଭଲପାଉଥିଲେ ଆଉ ବିବେକ ଓବରୟ ମଧ୍ୟ ତାଙ୍କୁ ନିଜର ପତ୍ନୀ ବନେଇବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ ବରଂ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଏହିପରି ଅନେକ ତାରକା ଅଛନ୍ତି ଯେଉଁମାନେ ଐଶ୍ୱର୍ଯ୍ୟା ରାୟଙ୍କୁ ନିଜର ହୃଦୟ ଦେଇଛନ୍ତି ।

ଏମାନଙ୍କ ମଧ୍ୟରୁ ବଲିଉଡ ଇଣ୍ଡଷ୍ଟ୍ରିର ‘ବାବା’ ନାମରେ ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଅଛନ୍ତି । ଆଜ୍ଞା ହଁ.. ମାଧୁରୀ ଦିକ୍ସିତ ଙ୍କୁ ଭଲପାଉଥିବା ସଞ୍ଜୟ ଦତ୍ତ ଗୋଟେ ସମୟରେ ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତାର ଦିୱାନା ହୋଇ ଯାଇଥିଲେ ।ତେବେ ତାଙ୍କ ଭଉଣୀମାନଙ୍କ ପାଇଁ ସଞ୍ଜୟ ଦତ୍ତ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଆରମ୍ଭ ହେଉ ହେଉ ଶେଷ ହୋଇଯାଇଥିଲା । ଆସନ୍ତୁ ଜାଣିବା ସଞ୍ଜୟ ଦତ୍ତ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଧୁରା ପ୍ରେମ କାହାଣୀ ବିଷୟରେ ।

୩୦୦ ଗାର୍ଲଫ୍ରେଣ୍ଡଙ୍କୁ ଛାଡି ଐଶ୍ୱର୍ଯ୍ୟା ରାୟଙ୍କୁ ମନ ଦେଇଥିଲେ ସଞ୍ଜୟ :-

ଇଲ୍ଲେଖନୀୟ କି ସଞ୍ଜୟ ଦତ୍ତଙ୍କ ଜୀବନ ହେଉଛି ଖୋଲା ବହି ପରି । ତାଙ୍କ ଜୀବନ ସହ ଜଡିତ ଛୋଟ ଛୋଟ କଥା ବି ଫ୍ୟାନ୍ସ ଜାଣିଛନ୍ତି କାରଣ ତାଙ୍କର ଫିଲ୍ମ ‘ସଞ୍ଜୁ’ ଜରିଆରେ ତାଙ୍କ ଜୀବନର ଖୁଲାସା ହୋଇସାରିଛି । ଯେମିତି କି ଫିଲ୍ମ ରେ ଦେଖାଯାଇଛି କି ବାସ୍ତବ ଜୀବନରେ ସଞ୍ଜୟ ଦତ୍ତଙ୍କର ଗୋଟିଏ କି ଦୁଇଟି ନୁହେଁ ବରଂ ୩୦୦ ଗାର୍ଲଫ୍ରେଣ୍ଡ ଥିଲେ । ଏମିତିରେ ସଞ୍ଜୟ ଦତ୍ତଙ୍କ ନାମ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀମାନଙ୍କ ସହ ଜଡିତ ଯେଉଁଥିରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଥିଲେ ।

ବିଜ୍ଞାପନ ସୁଟ୍ ସମୟରେ ହୋଇଥିଲା ସଞ୍ଜୟ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରଥମ ଭେଟ :-

କହିରଖୁଛୁ କି ଐଶ୍ୱର୍ଯ୍ୟା ରାୟ ତାଙ୍କ କ୍ୟାରିଅର୍ ର ଆରମ୍ଭ ମଡେଲିଙ୍ଗ ସହିତ କରିଥିଲେ । ଏହା ପରେ ସେ ୧୯୯୪ ମସିହାରେ ‘ମିସ ୱାଲର୍ଡ’ ହୋଇଥିଲେ ଏବଂ ସେ ପୁରା ଦୁନିଆରେ ପ୍ରସିଦ୍ଧ ହୋଇଗଲେ । ୧୯୯୩ ମସିହାରେ ଐଶ୍ୱର୍ଯ୍ୟା ରାୟ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ମାଗାଜିନର କଭର୍ ପାଇଁ ଫୋଟୋ ସୁଟ୍ କରିଥିଲେ ।

ତେବେ ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ଏହା ପୂର୍ବରୁ ଐଶ୍ୱର୍ଯ୍ୟା କୋଲ୍ଡ ଡ୍ରିଙ୍କ ବ୍ରାଣ୍ଡ ର ବିଜ୍ଞାପନ ରେ ମଧ୍ୟ କାମ କରିଥିଲେ । ଏହି ଆଡ଼ ରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ପ୍ରସିଦ୍ଧ ଅଭିନେତା ମହିମା ଚୌଧୁରୀ ଏବଂ ଆମୀର ଖାନ ମଧ୍ୟ ନଜର ଆସିଥିଲେ

ସଞ୍ଜୟ ଛାହୁଁନଥିଲେ ଐଶ୍ୱର୍ଯ୍ୟା ଫିଲ୍ମକୁ ଆସନ୍ତୁ :-

କୁହାଯାଏ କି ଏହି ଆଡ଼ ରେ ଦେଖାଯିବା ପରେ ହିଁ ସଞ୍ଜୟ ଦତ୍ତ ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତା ପାଇଁ ଦିୱାନା ହୋଇଯାଇଥିଲେ । ସେ ଏକ ଇଣ୍ଟରଭ୍ୟୁ ସମୟରେ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିଥିଲେ କି, ମୁଁ ଐଶ୍ୱର୍ଯ୍ୟାଙ୍କୁ କୋଲ୍ଡ ଡ୍ରିଙ୍କର ବିଜ୍ଞାପନ ରେ ଦେଖିଥିଲି ଏବଂ ତାଙ୍କୁ ଦେଖିବା କ୍ଷଣି ହିଁ ମୋର ହୋସ ଉଡିଯାଇଥିଲା । ଯେତେବେଳେ ତାଙ୍କୁ ମୁଁ ପ୍ରଥମ ଥର ଦେଖିଲି ସେତେବେଳେ ପଚାରିଥିଲି କି ଏହି ସୁନ୍ଦର ଝିଅ କିଏ ?

ଇଣ୍ଟରଭ୍ୟୁ ସମୟରେ ସଞ୍ଜୟ ଦତ୍ତ ଏହା ମଧ୍ୟ କହିଥିଲେ କି ଯଦି ଐଶ୍ୱର୍ଯ୍ୟା କୌଣସି ରାସ୍ତାରେ ଛିଡା ହୋଇଯିବେ ତାହେଲେ ତାଙ୍କୁ ଦେଖିବା ପାଇଁ ଗାଡିର ଲମ୍ବା ଲାଇନ୍ ଲାଗିଯିବ । କେବଳ ଏତିକି ନୁହେଁ ବରଂ ସଞ୍ଜୟ ଦତ୍ତଙ୍କ କହିବା ଅନୁଯାୟୀ ଯଦି ଐଶ୍ୱର୍ଯ୍ୟା ଫିଲ୍ମ ଦୁନିଆ କୁ ଆସନ୍ତି ତେବେ ତାଙ୍କର ସୁନ୍ଦରତା ଚାଲିଯିବ,କାରଣ ଯେତେବେଳେ ଜଣେ ବ୍ୟକ୍ତି ଇଣ୍ଡଷ୍ଟ୍ରିର ଅଂଶ ବନିଥାଏ ସେତେବେଳେ ସେ ମ୍ୟାଚୋର ହେବାକୁ ଲାଗେ ।

ନିଜ ଭଉଣୀମାନଙ୍କ ପାଇଁ ଐଶ୍ୱର୍ଯ୍ୟାଙ୍କ ଠାରୁ ଦୁରେଇ ଯାଇଥିଲେ ସଞ୍ଜୟ ଦତ୍ତ :-

ଯେତେବେଳେ ତାଙ୍କ ଭଉଣୀ ଜାଣିବାକୁ ପାଇଲେ କି ସଞ୍ଜୟ ଦତ୍ତ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ସେତେବେଳେ ସେମାନେ ସିଧା ବାରଣ କରିଥିଲେ କି ନାଁ ସେ ଐଶ୍ୱର୍ଯ୍ୟାଙ୍କୁ ଫୋନ କରିବେ ଆଉ ନା ହିଁ ତାଙ୍କୁ କୌଣସି ପ୍ରକାରର ଫୁଲ ଦେବେ । ତେବେ ସଞ୍ଜୟ ଦତ୍ତ ବି ତାଙ୍କ ଭଉଣୀମାନଙ୍କ କଥା ମାନିଥିଲେ । ଏହା ପରେ ସେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମନର କଥା କହିନଥିଲେ ।

କହିରଖୁଛୁ କି,ଐଶ୍ୱର୍ଯ୍ୟା ଏବଂ ସଞ୍ଜୟ ଦତ୍ତ ଦୁହେଁ ଏକା ସାଥିରେ ଫିଲ୍ମ ‘ଶବ୍ଦ’ ଆଉ ‘ହମ୍ କିସି ସେ କମ୍ ନେହିଁ’ ରେ କାମ କରିଥିଲେ । ଦୁହିଁଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଇଥିଲା । ଏହା ପରେ ସଞ୍ଜୟ ଦତ୍ତ ଜହାଂ ମାନ୍ୟତା ଙ୍କୁ ବିବାହ କରିଥିଲେ ତେବେ ୨୦୦୭ମସିହା ରେ ଐଶ୍ୱର୍ଯ୍ୟା ପ୍ରସିଦ୍ଧ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଦୁଇ ଜଣ କଳାକାର ଏବେ ନିଜ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *