ଅନୁଭବଙ୍କ କାନ୍ଧରେ ବ-ନ୍ଧୁ-କ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ଗୁ-ଳି କଲେ ମନୋଜ ତିୱାରୀ

ଗୋଟିଏ ଫ୍ରେମରେ ନଜର ଆସିଲେ ଅଭିନେତାରୁ ରାଜନେତା ପାଲଟିଥିବା ଦୁଇ ଜଣ ସୁପରଷ୍ଟାର । ଉଭୟେ ଅଲଗା ଅଲଗା ଦଳରୁ ସଂସଦକୁ ଯାଇଛନ୍ତି । କିନ୍ତୁ ସେମାନଙ୍କ ସମ୍ପର୍କ କେବଳ ଶା-ସକ-ବିରୋ-ଧିରେ ସୀମିତ ରହିନାହିଁ । ଭୋଜପୁରୀ ସୁପରଷ୍ଟାର ମନୋଜ ତିୱାରୀ ଓ ଓଡିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ମନୋଜ ତିୱାରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ର-ମଣ କରିଛନ୍ତି ।

କୁହାଯାଏ, ନେତାମାନେ ‘ବାହାରେ ବି-ରୋ-ଧି, ଭିତରେ ସାଥି’ । ଏହି ଉକ୍ତିକୁ ବିଜେପି ସାଂସଦ ମନୋଜ ତିୱାରୀ ଭୁଲ ବୋଲି ପ୍ରମାଣିତ କରିଛନ୍ତି । କେବଳ ସଂସଦ ଗୃହରେ ନୁହଁ, ବାହାରେ ମଧ୍ୟ ବିଜେପି ଓ ବିଜେଡି ନେତାଙ୍କ ସଂମ୍ପର୍କ ନିବିଡ ବୋଲି ତାଙ୍କର ଭାଇରାଲ ଭିଡିଓ ଦର୍ଶାଉଛି । ସୋମବାର ମନୋଜ ତିୱାରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରାୟ ଦେଢ ମିନିଟର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଦିଲ୍ଲୀ ସାଂସଦ ଦାବି କରିଛନ୍ତି ଯେ ଅନୁଭବ ମହାନ୍ତି ହେଉଛନ୍ତି ସର୍ବ କନିଷ୍ଠ ରାଜ୍ୟସଭା ସାଂସଦ । ମାତ୍ର ୩୨ ବର୍ଷ ବୟସରେ ସେ ସଂସଦକୁ ଆସିଥିବା ମନୋଜ ତିୱାରୀ କହିଛନ୍ତି ।

ସାଥୀ ସାଂସଦଙ୍କ କଥାକୁ ଅନୁଭବ ମହାନ୍ତି ସ୍ୱି-କା-ର କରିବା ସହ ସେ ୩୨ ବର୍ଷ ବୟସରେ ରାଜ୍ୟସଭା ସଦସ୍ୟ ହୋଇଥିବା କହିଛନ୍ତି । ସେହି ସମୟରେ ଗୃହରେ ତାଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ । ୪୦ ବର୍ଷିୟ ଅଭିନେତା ୨୦୧୩ ଏପ୍ରିଲରେ ବିଜେଡିରେ ସାମିଲ ହୋଇଥିଲେ ଏବଂ ୨୦୧୪ରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲୋକସଭା ସାଂସଦ ହୋଇଛନ୍ତି । ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଅନୁଭବ ସଂସଦକୁ ଯାଇଛନ୍ତି ।

କିନ୍ତୁ ତାଙ୍କର ପାରିବାରିକ ବିବାଦ ପରେ ଅନୁଭବଙ୍କୁ ବିଜେଡିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିର ଦାବିକୁ ମି-ଥ୍ୟା ପ୍ରମାଣିତ କରିବାକୁ ମନୋଜ ତିୱାରୀ, ବିଜେଡି ସାଂସଦଙ୍କ ଉଦାହରଣ ଦେଇଛନ୍ତି । ପଞ୍ଜାବରେ ବିପୁଳ ବିଜୟ ପରେ ଆପ୍, ରାଜ୍ୟସଭାକୁ ୫ ଜଣଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଏହି ତାଲିକାରେ ଆପ୍ ବିଧାୟକ ରାଘବ ଚଢାଙ୍କ ନାମ ମଧ୍ୟ ରହିଛି । ସେ ଆସନ୍ତା ଏପ୍ରିଲ ୯ ତାରିଖରେ ଶପଥ ନେଇପାରନ୍ତି ।

ତେବେ ୩୩ ବର୍ଷିୟ ରାଘବ ଚଢାଙ୍କୁ ସର୍ବକନିଷ୍ଠ ରାଜ୍ୟସଭା ସଦସ୍ୟ ବୋଲି ଦାବି କରାଯାଉଛି । ଆଉ ଏହା ଉପରେ ପ୍ରତି-କ୍ରିୟା ଦେଇ ମନୋଜ ତିୱାରୀ, କେଜ୍ରିୱାଲଙ୍କୁ ମିଛୁଆ ବୋଲି କହିବା ସହ ଅନୁଭବଙ୍କୁ ସର୍ବକନିଷ୍ଠ ସାସଂଦ ବୋଲି କହିଛନ୍ତି । ତେବେ ରାଘବ ତୃତୀୟ ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ହେବେ । କାରଣ ୩୧ ବର୍ଷ ବୟସରେ ନନ୍ଦିନୀ ଶତପଥୀ ପ୍ରଥମ ସର୍ବକନିଷ୍ଠ ସାସଂଦ ଥିଲେ । ସେ ୧୯୬୨ ମସିହାରେ ସଂସଦ ଯାଇଥିଲେ ।

Leave a Reply

Your email address will not be published. Required fields are marked *