ୱାର୍ଡ ମେମ୍ବର ଠାରୁ ଆରମ୍ଭ କରିକି ସମିତିସଭ୍ୟ ପର୍ଯ୍ୟନ୍ତ ସବୁ ନେତାଙ୍କ ଦରମା କେତେ ? ଆସନ୍ତୁ ଜାଣିବା ….

ରାଜ୍ୟ ରେ ପଞ୍ଚାୟତ ନିର୍ବାଚନ ର ଚାହିଦା ଅଧିକ ଚାଲିଛି । ପଞ୍ଚାୟତ ନିର୍ବାଚନ ର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି । ଅନେକ ବ୍ୟକ୍ତି ଏଥିରେ ଠିଆ ହୋଇଛନ୍ତି । ଯେଉଁ ବ୍ୟକ୍ତି ମାନେ ପଞ୍ଚାୟତ ନିର୍ବାଚନ ଭାଗ ନେଉଛନ୍ତି ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜିତୁଛନ୍ତି । ସେମାନଙ୍କ ମାସିକ ଦରମା କେତେ ଜାଣିଛନ୍ତି କି । ମନ ରେ ପ୍ରଶ୍ନ ଆସୁଥିବ ଯେଉଁମାନେଯେଉଁମାନେ ଜିଲ୍ଲା ପରିଷଦ ଜିତିଛନ୍ତି

ସେମାନଙ୍କ ଦରମା କେତେ? ସମିତି ସଭ୍ୟ , ସରପଞ୍ଚ, ୱାର୍ଡ ମେମ୍ବର, ବ୍ଲକ୍ ଚେୟାର ମେନ୍ ମାନଙ୍କ ମାସିକ ଦରମା କେତେ ? ତେବେ ୨୦୧୭ ମସିହା ରେ ଯେଉଁ ଦରମା ଥିଲା ତାହାର ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ୨୦୨୨ ମସିହା ଯେଉଁ ମାନେ ବିଜୟ ଲାଭ କରିବେ ସେମାନେ କେତେ ଟଙ୍କା ଦରମା ପାଇବେ ।

ତେବେ ସରପଞ୍ଚ ୨ ହଜାର ୩୫୦ ଟଙ୍କା ପାଇବେ । ଏହା ସହ ଦୈନିକ ଭତ୍ତା ୪୦ ଟଙ୍କା ମିଳେ ଆଉ ପ୍ରତ୍ୟକ ମିଟିଙ୍ଗ ପାଇଁ ୨୦୦ ଟଙ୍କା ମିଳେ । ନାଏବ ସରପଞ୍ଚ ୨୦୧୭ ରେ ୭୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୯୪୦ ଟଙ୍କା ମାସିକ ବେତନ ପାଇ ପାରିବେ ଓ ଦୈନିକ ୪୦ ଟଙ୍କା ଓ ପ୍ରତ୍ୟକ ମିଟିଙ୍ଗରେ ୨୦୦ ଟଙ୍କା ମିଳେ। ୱାର୍ଡ ମେମ୍ବର ମାନଙ୍କ କୌଣସି ଦରମା ନାହି, ତାକୁ ଦୈନିକ ୪୦ ଟଙ୍କା ଭତ୍ତା ମିଳିଥାଏ।ପଞ୍ଚାୟତ ରେ ମିଟିଂ ହୁଏ ,ମିଟିଂ ରେ ୨୦୦ ଟଙ୍କା ମିଳିବ ।ଯେଉଁ ଜିଲ୍ଲା ପରିଷଦ ୨୦୨୨ ମସିହା ରେ ଜିତିବେ ସେ ମାସିକ ବେତନ ୩ ହଜାର ୫ ସହ ୩୦ ଟଙ୍କା ପାଇବେ ଓ ଦୈନିକ ଭତ୍ତା ୮୦ ଓ ପ୍ରତି ମିଟିଙ୍ଗ ପାଇଁ ୨୨୦ ଟଙ୍କା ମିଳେ ।

ଜିଲ୍ଲା ପରିଷଦ ସଭାପତିଙ୍କ ମାସିକ ବେତନ ୯ ହଜାର ୩୮୦ ଟଙ୍କା ପାଇବେ । ଜିଲ୍ଲା ପରିଷଦ ଉପ ସଭପତି ମାସିକ ୭ ହଜାର ୪୦ ଟଙ୍କା ପାଇବେ।ଏହା ସହ ଉଭୟଙ୍କୁ ଦୈନିକ ୮୦ ଟଙ୍କା ଭତ୍ତା ଓ ପ୍ରତି ମିଟିଙ୍ଗ ପାଇଁ ୨୨୦ ଟଙ୍କା ମିଳେ ।ସେହିପରି ସମିତି ସଭ୍ୟ ୨୦୨୨ ମସିହା ରେ ୨ ହଜାର ୩୫୦ ଟଙ୍କା ପାଇବେ ।ଏହା ସହ ଦୈନିକ ଭତ୍ତା ୪୦ ଓ ପ୍ରତି ମିଟିଙ୍ଗ ପାଇଁ ୨୦୦ ଟଙ୍କା ମିଳେ।ପଞ୍ଚାୟତ ସମିତିର ଅଦକ୍ଷକୁ ୩୫୩୦ ଟଙ୍କା ଦରମା ମିଳେ ଓ ପଞ୍ଚାୟତ ସମିତିର ଉପାଧାକ୍ଷଙ୍କୁ ୨୩୫୦ ଟଙ୍କା ଦରମା ସହ ଉଭୟଙ୍କୁ ଦୈନିକ ଭତ୍ତା ୪୦ ଟଙ୍କା ମିଳେ ।

ଏହା ସହିତ ପ୍ରତି ମିଟିଙ୍ଗରେ ୨୦୦ ଟଙ୍କା ମିଳେ । ବ୍ଲକ୍ ସଭାପତି ୨୦୨୨ ମସିହା ରେ ୩ ହଜାର ୫୩୦ ଟଙ୍କା ପାଇବେ । ପୂର୍ବରୁ ୨ ହଜାର ୮୨୦ ଟଙ୍କା ପାଉଥିଲେ । ୧୯୮୩ ମସିହାରେ ଇଂରେଜ ଶାସନ ସମୟରେ ଓଡିଶାର ଏମଏଲଏଙ୍କ ଦରମା ୭୫ ଟଙ୍କା ଥିଲା ।୧୯୫୪ ମସିହାରେ ଏହି ଦରମା ୨୦୦ ଟଙ୍କା ହୋଇଥିଲା । ଏମଏଲଏଙ୍କୁ ମାସିକ ଦରମା ୩୫ ହଜାର ଟଙ୍କା ମିଳେ । ପରିବହନ ଖର୍ଚ୍ଚ ପାଇଁ ୧୫ ହଜାର ଟଙ୍କା, ଇଲେକ୍ଟ୍ରି ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଓ ଟେଲିଫୋନ ବିଲ ୮ ହଜାର ଟଙ୍କା ମିଳିଥାଏ ।

Leave a Reply

Your email address will not be published. Required fields are marked *