ଭାରତର ଭବିଷ୍ୟତକୁ ନେଇ ଏପରି କିଛି ଭବିଷ୍ୟବାଣୀ କଲେ ଇଂଲଣ୍ଡର ପ୍ରସିଦ୍ଧ ଭବିଷ୍ୟବ୍ୟକ୍ତା ପ୍ରଫେସର କିରୋ। ଶୁଣନ୍ତୁ କଣ କହିଲେ ?

ଆମେ ଯଦି ଅତୀତକୁ ଦେଖିବା ତେବେ ଅତୀତରେ ଅନେକ କିଛି ଘଟଣା ଘଟି ଯାଇଛି। ଅତୀତରେ ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ଅନେକ କିଛି ବଳିଦାନ୍ ଦେବା ସହ ଅନେକ ଜୀବନ ମଧ୍ୟ ଦେଇ ଯାଇଛନ୍ତି। ହେଲେ ଆମେ ଆଜି ଆପଣମାନଙ୍କୁ ଭାରତର ଭବିଷ୍ୟତକୁ ନେଇ କିଛି କଥା କହିବୁ, ଭାରତ କୁ ନେଇ ଭବିଷ୍ୟ ବାଣୀ କରେଇଥିବା ବ୍ରିଟିଶର ପ୍ରଫେସର କିରୋ ଙ୍କ ବିଷୟରେ କହିବୁ। ମହାରାଣୀ ଏଲିଜାବେଥ କିରୋ ଙ୍କୁ ପଚାରି ଥିଲେ କି ଆପଣ ଏକ ଏଭଳି ଦିନ କୁହନ୍ତୁ ଯେଉଁ ଦିନ ଆମେ ଭାରତ କୁ ଆମ ଦାସ ବନେଇ ଦେଇ ପାରିବା। ଏହାର ଉତ୍ତରରେ ପ୍ରଫେସର କଣ କହିଥିଲେ ଆସନ୍ତୁ ଜାଣିବା।

ତେବେ ତାକୁ ବ୍ରିଟେନ ର ମହାରାଣୀ ଏଲିଜା ବେଥ ପଚାରିଥିଲେ କି ଆପଣ ଏକ ଏଭଳି ଦିନ କୁହନ୍ତୁ ଯେଉଁ ଦିନ ଆମେ ଭାରତ କୁ ସ୍ୱାଧୀନ କରୁଥିବା କିନ୍ତୁ ସେଦିନ ତାଙ୍କ ପାଇଁ ଅଶୁଭ ହେବ ଏବଂ କେଉଁ ଦିନ ପୁନଃ ଆମେ ଭାରତ କୁ ନିଜ ଦାସ ବନେଇ ପାରିବା । ତେବେ କିରୋ ତାଙ୍କୁ ରାତ୍ରି ସମୟ କହିଥିଲେ ଏହା ସହ ସେ କହିଥିଲେ କି ଭାରତ କୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ବିଶୁଦ୍ଧ ଧର୍ମାଲମ୍ବୀ ନୀତି ର ଜଣେ ଶକ୍ତିଶାଳୀ ବ୍ୟକ୍ତି ହିଁ ସମ୍ପୂର୍ଣ୍ଣ ଦେଶ କୁ ଜାଗ୍ରତ କରାଇ ଦେବେ ।

ତେବେ ତାଙ୍କର ଆଧ୍ୟାତ୍ମିକ ଶକ୍ତି ସମଗ୍ର ଭୌତିକ ଶକ୍ତି ଠାରୁ ଶକ୍ତିଶାଳୀ ରହିବ। ଯାହାର ପ୍ରଭାବ ସମଗ୍ର ସଂସାର ଉପରେ ପଡିବ । ଭାରତ ର ଭବିଷ୍ୟତ ଦିନକୁ ଦିନ ଉଜ୍ଜ୍ୱଳ ହେବ । ତେବେ ଏହାର କିଛି ଦିନ ପରେ କିରୋ ନିଜର ଅଧ୍ୟୟନ ରୁ ଜାଣି ପାରିଲେ କି ଭାରତର ଭବିଷ୍ୟତ ବହୁତ ଅଧିକ ଉଜ୍ଜ୍ୱଳ । ତେବେ ସେ ମହାରାଣୀ ଙ୍କ ପାଖକୁ ଯାଇ କହିଲେ କି ଭାରତ ସ୍ଵାଧୀନ ହେବାର ୭୦ ବର୍ଷ ମଧ୍ୟରେ ଯଦି କୌଣସି ମହା ପୁରୁଷ ତାହାର ଶାସନ ଭାର ଗ୍ରହଣ କରେ ତେବେ ଭାରତ କୁ ଆଉ କେହି କେବେବି ନିଜର ଦାସ ବନେଇ ପାରିବେ ନାହିଁ।

କିନ୍ତୁ ଯଦି ଏଭଳି କିଛି ନ ହୁଏ କିମ୍ବା ଭାରତ କାହାର ଦାସ ହୋଇ ଯାଉଛି । ତେବେ ସେ ଆଉ କେବେବି ସ୍ଵାଧୀନ ହୋଇ ପାରିବ ନାହିଁ । ତେବେ କିରୋ ୧୯୨୫ ରେ ଲେଖିଥିବା ପୁସ୍ତକ ରେ ଏହି ଭବିଷ୍ୟ ବାଣୀ କରାଯାଇଛି । ତେବେ ୧୯୫୦ ମସିହାରେ ଭାରତରେ ଏକ ନୂଆ ସଭ୍ୟତା ଆରମ୍ଭ ହେବ ବୋଲି ସେହି ପୁସ୍ତକ ରେ ଲେଖା ଯାଇଛି ।ଭାରତ ଠାରୁ ସମଗ୍ର ଦୁନିଆ ଜ୍ଞାନ ଆହରଣ କରିବ।

ତେବେ କିରୋ ନିଜ ପୁସ୍ତକ ରେ ଲେଖିଛନ୍ତି କି ଭାରତ ର ସୂର୍ଯ୍ୟ ବଳବାନ ଅଛି ଏବଂ ଏହା କୁମ୍ଭ ରାଶିରେ ଅବସ୍ଥିତ। ତେଣୁ ଭାରତର ପ୍ରଗତି କୁ କେହି ରୋକି ପାରିବେ ନାହିଁ । ଏଠାରେ ଜଣେ ଏଭଳି ମହା ପୁରୁଷଙ୍କ ଜନ୍ମହେବ ଯାହାଙ୍କ ଆଧ୍ୟାତ୍ମିକ କ୍ଷମତା ସମଗ୍ର ବିଶ୍ୱ ର ଭୌତିକ କ୍ଷମତା ରୁ ଅନେକ ଗୁଣ ଅଧିକ ରହିବ ।ତେବେ ଏଠାରେ ଗୁରୁ ଶିଷ୍ୟ ସମ୍ପର୍କ ଆରମ୍ଭ ହେବ ଏବଂ ସବୁ ଜାତି ଧର୍ମ ଏକାଠି ହୋଇ ରହିବେ

Leave a Reply

Your email address will not be published. Required fields are marked *