କାହାକୁ ମିଳିବ LPG ସବସିଡି ? ସ୍ପଷ୍ଟ କଲେ ସରକାର !

ଏଲପିଜି ସିଲିଣ୍ଡର ସବସିଡି କୁ ନେଇ ଗ୍ରାହକ ଙ୍କୁ ମିଳିଲା ବଡ଼ ଖବର । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି ଯାହା ମୂଲ୍ୟ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ ଏହା ସହିତ ଘରୋଇ ଏଲପିଜି ଗ୍ୟାସ ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ସିଲିଣ୍ଡର ପାଇଁ ଗ୍ରାହକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଢିବ । ସରକାର ଦୁଇଟି ଉପାୟ ରେ ଏଲପିଜି ସିଲିଣ୍ଡର ଉପରେ ନିଷ୍ପତ୍ତି ନେଇପାରନ୍ତି ।

ପ୍ରଥମେ ସରକାର ସବସିଡି ବିନା ସିଲିଣ୍ଡର ଯୋଗାଇବା ଉଚିତ୍ । ଦିତୀୟ ରେ କେତେକ ମନୋନୀତ ଗ୍ରାହକଙ୍କୁ ମଧ୍ୟ ସବସିଡିର ସୁବିଧା ଦିଆଯିବ। ଘରୋଇ ଗ୍ୟାସ ସିଲିଣ୍ଡର ରେ ସବସିଡି ଦେବା କୁ ନେଇ ସରକାର ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀସରେ ୧୦ ଲକ୍ଷ ଆୟର ନିୟମ ସେହି ଭଳି ରହିବ ଓ ଉଜ୍ଜ୍ୱଳା ଯୋଜନାର ଗ୍ରାହକ ମାନେ ସବସିଡି ଲାଭ ପାଇବେ । ଏପରି ଯଦି ହୁଏ ତେବେ ଖୁବଶୀଘ୍ର ଆଉ ବଳକା ଖାଉଟିଙ୍କ ଗ୍ୟାସ ସିଲିଣ୍ଡର ସବସିଡି ଶେଷ ହୋଇଯିବ ।

କିଛି ମାସ ଧରି LPG ଉପ ରେ ସବସିଡି କିଛି ସ୍ଥାନ ରେ ବନ୍ଦ ହୋଇଯାଇଥିବା ର ସୂଚନା ମିଳିଥିବା ବେଳେ । ଅଧିକାଂଶ ଖାଉଟି ଙ୍କ ଖାତାକୁ ସବସିଡି କେବଳ ନାମକୁ ମାତ୍ର ଯାଉଛି ବୋଲି କୁହାଯାଇଛି । ୨୦୨୦ ମସିହା ମେ’ ମାସ ରୁ ଏହି ସମୟରେ ନିୟମ ଚାଲିଛି । ଅନ୍ତର୍ଜାତୀୟ ବଜାରରେ କୋରୋନା ମହାମାରୀ ସମୟ ରେ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ପରେ ହିଁ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହା ଯାଉଚି ।

ସରକାର ଏଲପିଜି ସିଲିଣ୍ଡର ଉପ ରେ ସବସିଡି ସମ୍ପୂର୍ଣ୍ଣ ବନ୍ଦ କରି ନାହାଁନ୍ତି ସବସିଡି ଉପରେ ସରକାର ଙ୍କ ଖର୍ଚ୍ଚ ୨୦୨୧ ଆର୍ଥିକ ବର୍ଷରେ ୩,୫୫୯ କୋଟି ଟଙ୍କା ଥିବା ବେଳେ ୨୦୨୦ ଆର୍ଥିକ ବର୍ଷ ରେ ଏହି ଖର୍ଚ୍ଚ ୨୪,୪୬୮ କୋଟି ଟଙ୍କା ହୋଇଥିଲା । ଏହା DBT ସ୍କିମ୍ ଅଧୀନରେ ରହିଚି ଯାହା ଜାନୁଆରୀ ୨୦୧୫ ରେ ଆରମ୍ଭ ହୋଇଥିଲା । ଯାହା ଅଧୀନ ରେ ଗ୍ରାହକ ଙ୍କୁ ସବସିଡିଯୁକ୍ତ LPG ସିଲିଣ୍ଡର ପାଇଁ ସମ୍ପୂର୍ଣ୍ଣ ରାଶି ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *