ମାର୍ଚ୍ଚ ୨୫ରେ ବନ୍ଦ ହେବ କି ଋଷ-ୟୁକ୍ରେନ ଯୁ-ଦ୍ଧ ନା ଦୁନିଆ ଦେଖିବ ତୃତୀୟ ବିଶ୍ୱଯୁ-ଦ୍ଧର ମହା ବି-ନା-ଶ ? ଜାଣନ୍ତୁ ଖାସ କଣ ରହିଛି ସେହି ତାରିଖରେ

ଋୁଷ ୟୁକ୍ରେନ ଯୁ-ଦ୍ଧ ଏବେ ୨୭ ଦିନରେ ପହଂଚିଛି,ଏହାରି ମଧ୍ୟରେ ରୁଷ୍ ୟୁକ୍ରେନ ଉପରେ ଘନ ଘନ ବୋ-ମା ମାଡ, ସୁପରସୋନିକ ମିଶାଇଲ ମା-ଡ କରିଚାଲିଛି । ହସ୍ପିଟାଲ, ଆପାର୍ଟମେଣ୍ଟ ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ବୋ-ମା ବର୍ଷଣ କରୁଛି ରୁଷ୍ । ଏହି ଯୁ-ଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ପେଣ୍ଠସ୍ଥଳୀ ଖାରକିଭ୍ ରୁ ଆସିଛି ଗୋଟିଏ ଛାତିଥରା ଦୃ-ଶ୍ୟ । ଖାରକିବ୍ ଓ କିବ୍ ର ପ୍ରତ୍ୟେକ ସ୍ଥାନ ବିପ-ଦପୂ-ର୍ଣ୍ଣ କୁହାଯାଉଥିବା ବେଳେ ଖାରକିବର ଗୋଟିଏ ସପିଂମଲ ଉପରେ ଆକ୍ର-ମଣ କରିଛି କ୍ରେମଲିନ ।

ଆମେରିକା ଏପର୍ଯ୍ୟନ୍ତ ଏହି ଯୁ-ଦ୍ଧରେ ସିଧା ସଳଖ ସାମିଲ ହେବାକୁ ଏଡ଼ାଇ ଯାଉଥିଲା, ବାଇଡେନଙ୍କ ପୋଲାଣ୍ଡ ଗସ୍ତକୁ ଋଷ ବି-ରୁ-ଦ୍ଧରେ ସିଧାସଳଖ ନାଟୋ ଦେଶଗୁଡିକୁ ଏକତ୍ର କରାଇବା ପାଇଁ ଚେଷ୍ଟା କରୁଚି।ରୁଷ ଖାରକିବର ଗୋଟିଏ ମଲ୍ ଉପରେ ଭ-ୟଙ୍କ-ର ଆକ୍ର-ମଣ କରିଛି । ଜନସାଧାରଣ ଜିନିଷ କିଣିବା ପାଇଁ ଲାଇନରେ ଠିଆ ହୋଇଥିବାବେଳେ ଆଖିପିଛୁଳାକେ ମଲ୍ ଭିତରେ ବୋ-ମା ବିସ୍ଫୋ-ରଣ ହେଲା । ଆଉ ଏହାରି ଭିତରେ ୮ ଜଣ ନିରିହ ନାଗରିକଙ୍କ ମୃ-ତ୍ୟୁ ହୋଇଛି । ପୂର୍ବ ୟୁକ୍ରେନଠୁ ପଶ୍ଚିମ ୟୁକ୍ରେନ, ଉତର, ଦକ୍ଷିଣ ।

ସବୁଠି କେବଳ ଧ୍ୱଂ-ସବିଧ୍ୱଂ-ସର ଚିତ୍ର ।ତେବେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଙ୍କ ଇଚ୍ଛା ପୂରଣ କରିଛନ୍ତି, ଯେଉଁଥିପାଇଁ ସେ ଏତେ ଦିନ ଧରି ଆମେରିକା ସହ ପାଶ୍ଚାତ୍ୟ ଦେଶକୁ ସାହାଯ୍ୟ ମାଗିଥିଲା। ଏହାର ଦୁଇଟି କାରଣ ରହିଛି,ପ୍ରଥମଟି ହେଉଛି ଆମେରିକା ସହ ନାଟୋ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି ଓ ଏହାକୁ ଦେଖି ପୁଟିନ ଯୁ-ଦ୍ଧକୁ ରୋକି ଦେଇପାରନ୍ତି, ଯାହାର ସମ୍ଭାବନା ବହୁତ କମ୍ ରହିଛି। ଦ୍ଵିତୀୟଟି ହେଉଛି ଏପରି ଏକଜୁଟ ଶକ୍ତିକୁ ଦେଖ୍ ପୁଟିନ ଏତେ ପରିମାଣରେ କ୍ରୋ-ଧି-ତ ହୋଇଯିବେ କି ପର-ମାଣୁ ଅ-ସ୍ତ୍ରଶ-ସ୍ତ୍ର ବ୍ୟବହାର କରିବା ପାଇଁ ବିଳମ୍ବ କରିବେ ନାହିଁ ।

ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିବାକୁ ନେଇ ଋଷ ଆମେରିକାକୁ ଦାୟୀ କରିଛି ।ଯୁ-ଦ୍ଧ ସ-ଙ୍କ-ଟ ଭିତରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସୁଛି । ହିରୋସିମା, ନାଗାସାକି ପରେ ୟୁକ୍ରେନ୍ ଉପରେ ପର-ମାଣୁ ବୋ-ମା ପକାଇ ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଯୋଜନା କରୁଥିବା ଜଣାପଡିଛି । ୟୁକ୍ରେନ-ରୁଷ ଯୁ-ଦ୍ଧକୁ ନେଇ ବିଶିଷ୍ଟ ଅନ୍ତର୍ଜାତୀୟ ବିଶେଷଜ୍ଞ ଥୋମାସ୍ ଫ୍ରାଏଡ୍ମ୍ୟାନ ଏହି ଆକଳନ କରିଛନ୍ତି । ସେପଟେ ଯୁ-ଦ୍ଧ ଭିତରେ ନାଟୋର ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡମୀର ଜେଲେନସ୍କି ।

ନାଟୋ ଦେଶ ରୁଷକୁ ଭ-ୟ କରୁଥିବା ଜେଲେନସ୍କି କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି କି ନାଟୋ ୟୁକ୍ରେନକୁ ସଦସ୍ୟତା ପ୍ରଦାନ ପାଇଁ ପ୍ରସ୍ତୁତ ଅଛି କି ନାହିଁ ସ୍ପଷ୍ଟ କରୁ । ଦୁନିଆ ସାମ୍ନାରେ ନାଟୋ ନିଜ ପକ୍ଷ ରଖୁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ଶୁକ୍ରବାର ଦିନ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୨୫ରେ ନାଟୋ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ପୋଲାଣ୍ଡ ଆସୁଛନ୍ତି ବାଇଡେନ୍ । ଏହି ଦ୍ଵିପାକ୍ଷିକ ବୈଠକରେ ଆଗାମୀ ଭବିଷ୍ୟତରେ ଋଷ ୟୁକ୍ରେନ ଯୁ-ଦ୍ଧର ଅବସାନ ଘଟିବ କିମ୍ବା ତୃତୀୟ ବିଶ୍ଵଯୁ-ଦ୍ଧ ଘଟିତ ହେବ ତାହା ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *