ରୁଟିରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ ,ଭକ୍ତିରେ ଆଖିରୁ ଝରିଲା ଲୁହ …ଦେଖନ୍ତୁ ଭିଡ଼ିଓ

ଜୀବନ ର ବ୍ୟସ୍ତତା ଭିତରେ ସମୟ ମିଳି ନ ଥିଲା କାଳିଆ ର ଦର୍ଶନ ପାଇଁ । ଆଜି କାଳିଆ ନିଜେ ପାଖକୁ ଆସିଛି । ରୋଟି ସେକୁ ଶେକୁ ହଠାତ୍ ଆବିର୍ଭାବ ହେଲେ କାଳିଆ । କିଛି ସମୟ ରେ ଏପରି କିଛି ଘଟି ଗଲା ତାଙ୍କ ଆଖି ଛଳ ଛଳ ହୋଇ ଗଲା । ରୁଟି ରେ ଝଲସୁ ଥିଲା କାଳିଆ ର ଦୁଇଟି ଆଖି । କାଳିଆ ଭକତ ଭାବ ରେ ବନ୍ଧା ।

ଭକ୍ତ ଉତ୍ସଲ ସିଏ କେତେବେଳେ ଭକତ ହାତ ରୁ ନଡିଆ ନିଏ ତ ନଦିଘୋଷ ଭକତ ବାଲି ରଥ ରେ ବସେ । ଭକତ ର ଭାବନା କୁ ବୁଝେ । ସେଥିପାଇଁ ତ ତାକୁ ଭବବିନୋଦିଆ କାଳିଆ କୁହାଯାଏ । ଏମିତି ଜଣେ ଭକ୍ତ ର ଭାବ କୁ ବୁଝି ଆଜି ଜଣେ ଭକତ ଘରେ ରୁଟି ଆସିଛନ୍ତି ଜଗନ୍ନାଥ । ରୋଟି ରେ ଦୁଇଟି ଆଖି ଅଛି ଓ ଆଖି ରେ ତାର ଭକ୍ତ କୁ ଚାହିଁ ରହିଛି ।

ଏହିପରି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳ ରେ । ସୋର ଜଗନ୍ନାଥ ଅଞ୍ଚଳ ର ଶିକ୍ଷକ ବିଶ୍ବରଂଜନ ନାୟକ ଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଘରେ ରୋଟି କରୁଥିବା ସମୟରେ ରୋଟି ରେ ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତିଛବି ଦେଖା ଯାଇଥିଲା । ଏହା ରାଜଲକ୍ଷ୍ମୀ କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କିଛି ଦିନ ପୂର୍ବରୁ ରାଜଲକ୍ଷ୍ମୀ ଙ୍କ ପୁରା ପରିବାର ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ ।

ମାତ୍ର କୌଣସି କାରଣରୁ ରାଜଲକ୍ଷ୍ମୀ ଯାଇ ପାରି ନ ଥିଲେ ହେଲେ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ଅଭିଳାଷ ମନ ରେ ରହିଥିଲା । ଆଜି ଜଗନ୍ନାଥ ନିଜେ ଆସି ରୋଟି ରେ ଦେଖା ଦେଇଥିବା କଥା କହିଛନ୍ତି ରାଜଲକ୍ଷ୍ମୀ । ସେହି ରୋଟି କୁ ଠାକୁର ଘରେ ଜଗନ୍ନାଥ ଙ୍କ ପାଖରେ ରଖି ପୂଜା କରିଛନ୍ତି । ଘଟଣା ଟି ସାମ୍ନା କୁ ଆସିବା ପରେ ଗାଁ ଲୋକ ଆସି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *