ରାତି ସମୟରେ ଲାଇଟ୍ ବନ୍ଦ କରି ଶୋଇବା ବହୁତ ଜରୁରୀ ହୋଇଥାଏ | ପିତାମାତାମାନେ ଏହି ଅଭ୍ୟାସକୁ ପିଲାଦିନରୁ ନିଜ ପିଲାମାନଙ୍କ ମଧ୍ୟରେ ଜାଗ୍ରତ କରିବାକୁ ଚେଷ୍ଟା କରନ୍ତି | କିନ୍ତୁ କିଛି ଏମିତି ବି ଅଛନ୍ତି ଯେଉଁମାନଙ୍କୁ ଲାଇଟ୍ ବନ୍ଦ କରିବା ପରେ ନିଦ ଆସେ ନାହିଁ | କିମ୍ବା କୌଣସି ଭୟ କାରଣରୁ ସେମାନେ ରାତିସାରା ଲାଇଟ୍ ଜଳେଇ କରି ସୋଇଥାନ୍ତି | ଲାଇଟ ଜଳେଇ କରି ଶୋଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ | ଆମେରିକାର ଇଲିନୋଇସ୍ ରାଜ୍ୟର ଉତ୍ତର-ପଶ୍ଚିମ ୟୁନିଭର୍ସିଟି ଫିନବର୍ଗ ସ୍କୁଲ୍ ଅଫ୍ ମେଡିସିନ୍ ର ବୈଜ୍ଞାନିକମାନେ ଏହି ବିଷୟରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଷ୍ଟଡି କରିଛନ୍ତି |
ହୃଦ୍ ରୋଗ ଏବଂ ଡ଼ାଇବେଟିସ୍ ନିମନ୍ତ୍ରଣ :-
ଏହି ଷ୍ଟଡିରେ କୁହାଯାଇଛି ଯେ ରାତିରେ ଲାଇଟି ଜଳେଇକରି ଶୋଇବା ଦ୍ୱାରା ହୃଦଘାତ ଆଉ ଡାଇବେଟିସ୍ ର ଆଶଙ୍କା ବଢିଯାଏ | ଜଳୁଥିବା ଲାଇଟିରେ ଶୋଇବା ଦ୍ୱାରା ହୃଦୟର ସ୍ପନ୍ଦନର ଲେଭେଲ ବଢିଯାଇଥାଏ | ଏବଂ ଏହି ସ୍ଥିତି ଶରୀରରେ ଥିବା ଇନସୁଲିନ୍ ସହିତ ମଧ୍ୟ ସମାନ ଭାବେ ଘଟିଥାଏ | ଏହା ଶରୀରକୁ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ କରାଇଥାଏ |
ଜଣ ଲୋକଙ୍କ ଉପରେ କରାଗଲା ଷ୍ଟଡି :-
ଏହି ଷ୍ଟଡିରେ 20ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା | ପ୍ରାୟ 10 ଜଣଙ୍କୁ 100 ଲକ୍ସ (ଲାଇଟ ର ତୀବ୍ରତା) ଅର୍ଥାତ୍ ମଧ୍ୟମ ଲାଇଟରେ ରଖାଯାଇଥିଲା | 10 ଜଣଙ୍କୁ 3 ଲକ୍ସ ତୀବ୍ରତା ଵାଲା ଲାଇଟିରେ ରଖା ଯାଇଥିଲା | କିଛି ଦିନ ପରେ, ଯେତେବେଳେ ସେମାନଙ୍କର ଅନୁସନ୍ଧାନ କରାଯାଇଥିଲା ଦୁଇ ଟିମ୍ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଥିଲା |
ଷ୍ଟଡିରେ ହେଲା ଆଶ୍ଚର୍ଯ୍ୟ କରିଦେଲା ଭଳି ଖୁଲାସା :-
ଷ୍ଟଡିରୁ ସାମ୍ନାକୁ ଆସିଲା ଯେ ଯେଉଁ ଲୋକମାନେ 100 ଲକ୍ସ ଲାଇଟର ତୀବ୍ରତା ରେ ରଖା ଯାଇଥିଲା ତାଙ୍କ ହୃଦୟର ସ୍ପନ୍ଦନ 3 ଲକ୍ସରେ ସୋଇଥିବା ଲୋକଙ୍କ ଠାରୁ ବଢ଼ି ଯାଇଥିଲା | ଏମିତି ଏଥି ପାଇ ହେଲା କାହିଁକି ନା ଶୋଇବା ପରେ ମଧ୍ୟ ଆମର ଅଟୋନୋମିକ୍ ନର୍ଭସ୍ ସିଷ୍ଟମ୍ ରାତିରେ ମଧ୍ୟ ଆକ୍ଟିଭ ରହିଥାଏ | ଯାହା ସାମାନ୍ୟ ଶବ୍ଦ କିମ୍ବା ଲାଇଟି ପାଇବା ପରେ ତୀବ୍ର ହୋଇଯାଏ | ଯେଉଁମାନେ ବହୁତ ଲାଇଟରେ ଶୋଇଥିବା ଲୋକମାନଙ୍କର ଇନସୁଲିନ୍ 15 ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ | ସେହିଠାରେ, ହାଲ୍କା ଆଲୋକରେ ଶୋଉଥୁବା ଲୋକମାନଙ୍କର ଇନସୁଲିନ୍ 4 ପ୍ରତିଶତ ହ୍ରାସ ପାଇଥିବାର ଦେଖାଯାଇଥିଲା |
ଏହି କଥାରେ ଦିଅନ୍ତୁ ବିଶେଷ ଧ୍ୟାନ :-
ଉତ୍ତର-ପଶ୍ଚିମ ୟୁନିଭର୍ସଟି ସ୍ଲିପ୍ ମେଡିସିନ୍ ର ପ୍ରମୁଖ ଡକ୍ଟର ଫାଇଲିସ୍ ଜିଙ୍କ ଅନୁଯାୟୀ, ଯଦି ଆମେ ଏପରି ଲାଇଟିରେ ଶୋଇଥାଉ, ଯେଉଁଥିରେ ଆମେ ସହଜରେ ଜିନିଷ ଦେଖିପାରିଥାଉ, ତେବେ ଏହା ଶରୀର ପାଇଁ ଘାତକ ଅଟେ | ବିନା ଲାଇଟି କିମ୍ବା ହାଲ୍କା ହାଲୁକା ହଳଦିଆ ଲାଇଟିରେ ଶୋଇବା ଠିକ୍ ଅଟେ |