ନିରଞ୍ଜନ ସେଠୀ ଓ ଶର୍ମିଷ୍ଠାଙ୍କ ଭିତରେ ଥିଲା କି ଅନୈ-ତିକ ସମ୍ପର୍କ ? ଯେଉଁଥି ପାଇଁ ଚାଲିଗଲା ମାନସଙ୍କର ଜୀବନ ?

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି । ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଆଜି ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମା-ମ-ଲାରେ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ହ-ତ୍ୟା ଯୋଜନା, ମା-ଡ଼ ମା-ରିବା, ଶ-ବ ପୋତିବାରେ ନିରଞ୍ଜନଙ୍କ ସମ୍ପୃକ୍ତି ଓ ଷ-ଡ଼ଯ-ନ୍ତ୍ର ଥିଲା । ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ମଧ୍ୟରେ ଥିବା ଘନିଷ୍ଠ ଅନ୍ତରଙ୍ଗ ସମ୍ପର୍କର ବଡ଼ ପ୍ରମାଣ ମିଳିଛି ।

ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପ୍ରତି ନିରଞ୍ଜନ ଅବସର ଦିନ ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବାବେଳେ ଶର୍ମିଷ୍ଠାଙ୍କ ପାକ୍ଷିକ ନ୍ୟୁଜ୍‌ ପେପର ସଂପୂର୍ଣ୍ଣାକୁ ଫେବୃଆରୀ ୨୮ ତାରିଖରେ ଏମ୍‌ପ୍ୟାନେଲ ପାଇଁ ନିରଞ୍ଜନ ଅନୁମତି ଦେଇଥିଲେ । ସରକାରୀ ବିଜ୍ଞାପନ ପାଇବା ପାଇଁ ଏମ୍‌ପ୍ୟାନେଲ କରିଥିଲେ ନିରଞ୍ଜନ ।

ତେବେ ଗତ ୭ ତାରିଖରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପ-ହର-ଣ କରାଯାଇଥିଲା । ୧୪ ତାରିଖରେ ଏନେଇ ପରିବାର ପକ୍ଷରୁ ଏତ-ଲା ହୋଇଥିଲା । ଏହି ଘଟଣାରେ ନିରଞ୍ଜନ ସେଠୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୋ-ଲି-ସ କହି ଥିବାବେଳେ ୨୮ ତାରିଖରେ ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣା ପେପରକୁ ଏମ୍‌ପ୍ୟାନେଲ ପାଇଁ ଅନୁମତି ଦେଇଥିଲେ ନିରଞ୍ଜନ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଶର୍ମିଷ୍ଠା ଓ ନିରଞ୍ଜନଙ୍କ ଭିତରେ କ’ଣ ଥିଲା ସଂପର୍କ ? ସୂଚନାଥାଉ କି, ଅପ-ହର-ଣ ପରେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯାଇଥିଲା । ଯେଉଁଠି ତାଙ୍କୁ ମା-ଡ଼ ମା-ରିଥିଲେ ନିରଞ୍ଜନ । ମାନସଙ୍କୁ ହାତରେ ଏବଂ ଘା-ତକ ଅ-ସ୍ତ୍ରରେ ପି-ଟିଥିଲେ । ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହ-ତ୍ୟା କରାଯାଇଥିଲା ବୋଲି ଏଏସ୍‌ପି କହିଛନ୍ତି । ହ-ତ୍ୟାକା-ଣ୍ଡ ପଛରେ ଚର୍ଚ୍ଚା ହେଉଥିବା ଚିପ୍ ସମ୍ପର୍କରେ ବି ପ୍ରେସମିଟ୍‌ରେ ସେ ସୂଚନା ଦେଇଛନ୍ତି । ଗୋଟିଏ ଚିପ୍ ପାଇଁ ଏସବୁ ଘ-ଟଣା ଘଟିଛି ହେଲେ ପୋ-ଲି-ସ୍ ହାତରେ ଏବେ ଯାଏ ସେହି ଚିପ୍‌ଟି ଲାଗିନି ।

ଏହାସହ ଅ-ଶ୍ଳୀଳ ଭିଡିଓ ସମ୍ପର୍କରେ ତ-ଦନ୍ତ ବେଳେ କିଛି ତଥ୍ୟ ମିଳିନଥିବା ସେ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ନିରଞ୍ଜନଙ୍କ ସହ ମାନସଙ୍କ କ’ଣ ସମ୍ପର୍କ ଥିଲା ? ମାନସଙ୍କୁ ହ-ତ୍ୟା କରିବାକୁ ଯୋଜନା କାହିଁକି କଲେ ନିରଞ୍ଜନ ? ଅନ୍ୟପକ୍ଷରେ, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ଫେ-ରାର ଅଛନ୍ତି । ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଥିବା ଭଦ୍ରକ ଏଏସ୍‌ପି ଯତୀନ ପଣ୍ଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *