ଜାଣନ୍ତୁ ହୀରାକୁଦ ବନ୍ଧର ଇତିହାସ ! ୨୦୨୬ରେ କଣ ସତରେ ଭାଙ୍ଗିଯିବ ହୀରାକୁଦ ?

ଭାରତ ଏକ ଐତିହାସିକ ରାଷ୍ଟ୍ର । ତନ୍ମଧ୍ୟରୁ କଳା ସ୍ଥାପତ୍ୟ ସଂସ୍କୃତିର ରାଜ୍ୟ ହେଉଛି ଓଡ଼ିଶା । ଓଡ଼ିଶାରେ ଅନେକ ସ୍ଥାନ , ମୂର୍ତ୍ତି , ପ୍ରତିଲିପି , କିମ୍ବଦନ୍ତୀ ରହିଛି ଯାହାକି ଇତିହାସ ପ୍ରସିଦ୍ଧ ଘଟଣା ଅଟେ । ବାସ୍ତବ ଇତିହାସ କୁ ଶୁଣିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଏବଂ ଇତିହାସ କୁ ସଂଗ୍ରହ କରିବା ପାଇଁ ଦର୍ଶକ ମଧ୍ୟ ବେଶ୍ ଆକୃଷ୍ଟ ଥାନ୍ତି । ଓଡ଼ିଶା ରାଜ୍ୟରେ ଅନେକ ଡ୍ୟାମ ରହିଛି , ଆଉ ସେସବୁ କିଛି ନା କିଛି ଇତିହାସ କୁ ନେଇ ପ୍ରସିଦ୍ଧ ଅଟେ ।

ତେବେ ପୃଥିବୀ ର ସବୁଠାରୁ ବଡ ନଦୀ ବନ୍ଧ ହୀରାକୁଦ ଡ୍ୟାମ ର ଇତିହାସ ବିଷୟରେ ଜାଣନ୍ତୁ । ତେବେ ଆସନ୍ତୁ ଜାଣିବା ହୀରାକୁଦ ଡ୍ୟାମ ର ଅବସ୍ଥିତି ତଥା ଇତିହାସ ବିଷୟରେ । ଏହି ହୀରାକୁଦ ଡ଼୍ୟାମ ଓଡ଼ିଶାର ସମ୍ବଲପୁର ଜିଲ୍ଲା ରୁ ୧୫ କିମି ଦୂରରେ ଅବସ୍ଥିତ । ଏହା ମହାନଦୀ ଉପରେ ନିର୍ମିତ । ବର୍ଷା ଦିନରେ ମହାନଦୀରେ ବହୁତ ବଡ଼ ବଡ଼ ବନ୍ୟା ସବୁ ଆସିଥିଲା । ଏହା ଫଳରେ ହଜାର ହଜାର ଏକର ଚାଷ ଜମି ନଷ୍ଟ ହୋଇଯାଉଥିଲା ।

ଏହି ପରିସ୍ଥିତି କୁ ଲକ୍ଷ୍ୟ କରି ୧୯୩୬ ମସିହାରେ ଶ୍ରୀ ବିଶ୍ୱେଶ୍ୱରାୟ ମହାନଦୀ ଉପରେ ଏକ ଜଳ ବନ୍ଧ ନିର୍ମାଣ ପାଇଁ ଯୋଜନା କଲେ । ଏହା ମଧ୍ୟ କାର୍ଯ୍ୟକାରୀ ହେଲା । ୧୯୪୫ ମସିହାରେ ଡାକ୍ତର ଆମ୍ବେଦକର ଡ଼୍ୟାମ ନିର୍ମାଣ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ । ୧୯୪୬ ମସିହାରେ ଡ୍ୟାମର କାମ ଆରମ୍ଭ ହୋଇଥିଲା । ଏହି ଡ୍ୟାମ ତିଆରି କରିବା ପାଇଁ ଆଖ ପାଖର ତିନିସହ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହୀରାକୁଦ ଡ୍ୟାମ ଦୁଇଟି ପାହାଡ଼ ମଝିରେ ତିଆରି ହୋଇଛି । ଏହି ଦୁଇ ପାହାଡ଼ ସହାୟତାରେ ହୀରାକୁଦ ଡ୍ୟାମ ନିର୍ମାଣ କରାଯାଇଛି । ଡ୍ୟାମର ଲମ୍ବ ହେଉଛି ୨୫ କିଲୋମିଟର । ହୀରାକୁଦ ଡ୍ୟାମର ଉଚ୍ଚତା ହେଉଛି ୨୦୦ ଫୁଟ । ତେବେ ଏହି ବନ୍ଧ ତିଆରି ପାଇଁ ବେଶ୍ ଅନେକ ବର୍ଷ ସମୟ ଲାଗିଥିଲା ।

ହୀରାକୁଦ ଡ୍ୟାମର ପାଣି ନିଷ୍କାସନ ପାଇଁ ୬୪ଟି ସୁଇଚ ଗେଟ ଓ ୩୬ଟି ଷ୍ଟେଟ ଗେଟ ତିଆରି ହୋଇଛି । ଡ୍ୟାମର ପୁରା ନିର୍ମାଣ ପାଇଁ ୮୧ ବିଲିଅନ ଟଙ୍କା ଖର୍ଚ୍ଚ ହୋଇଥିଲା । ଡ୍ୟାମର ଉଦଘାଟନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ ଆସିଥିଲେ ଓ ହୀରାକୁଦ ଡ୍ୟାମର ଉଦ୍ଘାଟନ କରିଥିଲେ ।

ତେବେ ହୀରାକୁଦ ଡ୍ୟାମ ତିଆରି ପାଇଁ ଯେତେ ସିମେଣ୍ଟ ଲାଗିଛି ସେତିକି ସିମେଣ୍ଟରେ କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ୧୦ ଫୁଟ ଓସାରର ଏକ ରାସ୍ତା ତିଆରି ହୋଇପାରନ୍ତା । ଏହି ଡ୍ୟାମର ନିର୍ମାଣ ସମୟରେ ଅନେକ ଲୋକ ମଧ୍ୟ ମୃତ୍ୟୁବରଣ ମଧ୍ୟ କରିଥିଲେ । ତେବେ ମାଳିକା ରେ ମଧ୍ୟ ରହିଛି ଯେ ୨୦୨୬ ରେ ହୀରାକୁଦ ବନ୍ଧ ଭାଙ୍ଗିଯିବ । ତେବେ ଏକ ପ୍ରକାର କଳି ଯୁଗ ର ଅନ୍ୟ ହେବ ସେହି ସମୟ ରେ ।

Leave a Reply

Your email address will not be published. Required fields are marked *