ରାସନକାର୍ଡରେ ଯଥା ଶୀଘ୍ର ସାମିଲ କରନ୍ତୁ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମ,ତା ପରେ ହିଁ ପାଇ ପାରିବେ ବହୁତ ସୁବିଧା।

ନବୀନ ପଟ୍ଟନାୟକ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ, ରାଜ୍ୟର ଅନେକ ଗରୀବ ଲୋକ, ଗରିବ ମହିଳା ତଥା ସେମାନଙ୍କ ପରିବାର ପାଇଁ ଅନେକ କିଛି ଯୋଜନାମାନ କରିଛନ୍ତି। ଏହି ସବୁ ଯୋଜନା ଗୁଡିକ ଦ୍ୱାରା ସେ ଲୋକମାନଙ୍କୁ ଅନେକ ପ୍ରକାରର ସାହାଯ୍ୟ କରୁଛନ୍ତି। ସରକାର ଅନେକ ପ୍ରକାରର ଯୋଜନା ଗୁଡିକ ଦ୍ୱାରା ଲୋକମାନଙ୍କୁ ଖାଦ୍ୟ, ଆଉ ଅନ୍ୟ ଜିନିଷ ଦେବା ସହିତ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି। ଗରିବ ଲୋକମାନଙ୍କର ଅନେକ କିଛି କାର୍ଯ୍ୟ ପାଇଁ ସରକାର ଟଙ୍କା ମଧ୍ୟ ଦେଉଛନ୍ତି,

ଯାହା ଦ୍ୱାରା କି ସେମାନେ ନିଜର ସେହି କାର୍ଯ୍ୟ କରି ପାରୁଛନ୍ତି। କିନ୍ତୁ ଏହିସବୁ ସୁବିଧା ପାଇବା ପାଇଁ ଆପଣମାନେ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ଦରକାର, ଏବଂ ତାହା ସହ ଆପଣଙ୍କ ପାଖରେ ସେହି କାର୍ଡ ମଧ୍ୟ ଥିବା ଦରକାର। ଅନେକ ସମୟରେ ଆମେ ମାନେ ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ଆମେମାନେ ସେହିସବୁ କାର୍ଡ ପାଇ ନଥାଉ କି ସୁବିଧା ମଧ୍ୟ ପାଇ ପାରି ନଥାଉ। ରାସନ କାର୍ଡ ଅଛି ହେଲେ ସେଥିରେ ନାଁ ନାହିଁ।ଏପରି ସମସ୍ୟାରେ ଆପଣ ପଡିଛନ୍ତିକି?ନିଜ ପରିବାରର ନାମ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି କି?ଯଦି ଚାହୁଁଛନ୍ତି ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ।ମାତ୍ର ପାଞ୍ଚ ମିନିଟରେ ଆପଣ ଏହାକୁ ଏକ ସହଜ ଉପାୟରେ କରି ପାରିବେ।

ଆଜି ଆମେ ଜାଣିବା ଏହି ବିଷୟରେ।ତେବେ ଏଥିରେ କଣ ସବୁ ମୁଖ୍ୟ ଡ଼କୁମେଣ୍ଟ ଦରକାର?ଏହାକୁ ଜାଣିବା ପାଇଁ ଏହାକୁ ଶେଷ ଯାଏଁ ପଢନ୍ତୁ।ରାସନ କାର୍ଡରେ ଯଦି ଆପଣ ନିଜର ଏକ ନୂତନ ପରିବାରର ସଦସ୍ୟଙ୍କ ନାମ ଯୋଡିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆପଣ ମାନଙ୍କୁ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ।ଆପଣ ଏହି କାମକୁ ସହଜରେ କିଛି ମିନିଟ ଭିତରେ କରିପାରିବେ।ଏଥିପାଇଁ ଆପଣ ଅନଲାଇନ କିମ୍ବା ଅଫ ଲାଇନ ମୋଡ଼ ଚୟନ କରିପାରିବେ।

ଯଦି ଆପଣଙ୍କ ପିଲାର ନାମ ରାସନ କାର୍ଡରେ ଯୋଡିବାକୁ ଚାହାନ୍ତି ତେବେ ଆପଣଙ୍କୁ ଆପଣଙ୍କ ଘରର ମୁଖ୍ୟ ରାସନ କାର୍ଡର ଫଟୋକପି ଓ ପିଲାର ଜନ୍ମ ପ୍ରମାଣ ପତ୍ର ଓ ପିଲା ମାନଙ୍କ ଆଧାର କାର୍ଡ ଆବଶ୍ୟକ ହେବ।ଯଦି ଘରେ ବିବାହ ପରେ ବୋହୂର ନାମ ଯୋଡ଼ାଯାଏ ତେବେ ମହିଳାଙ୍କ ଆଧାର କାର୍ଡ ବିବାହ ପ୍ରମାଣ ପତ୍ର, ସ୍ୱମୀଙ୍କର ରାସନ କାର୍ଡ, ଫଟୋ କପି ଓ ପ୍ରମାଣପତ୍ର ଓ ପ୍ରଥମ ପିତାଙ୍କ ଘରୁ ଆସିବାର ପ୍ରମାଣ ପତ୍ର ବାଧ୍ୟତାମୂଳକ ଅଟେ।ଏହା କରିବା ପାଇଁ ସର୍ଵ ପ୍ରଥମେ ନିଜ ରାଜ୍ୟର ଖାଦ୍ୟ ଯୋଗଣର ଅଫିସିଆଲ ୱେବସାଇଟକୁ ଯାଅନ୍ତୁ।

ଏହାପରେ ବର୍ତ୍ତମାନ ଆପଣଙ୍କୁ ଏକ ଲଗଇନ ଆଇଡି ତିଆରି କରିବାକୁ ପଡିବ।ଯଦି ଆପଣଙ୍କ ପୂର୍ବରୁ ଏକ ଆଇଡି ଅଛି ତେବେ ସେହି ଆଇଦିରେ ଲଗଇନ କରନ୍ତୁ।ଏହାପରେ ହେଉଛି ଏଥିରେ ଏକ ନୂତନ ସଦସ୍ୟ ଯୋଡିବାକୁ ହେଲେ ଏହାର ବିକଳ୍ପ ଦେଖିବାକୁ ପାଇବେ।ଏହା ଉପରେ କ୍ଲିକଁ କଲେ ଆପଣଙ୍କ ସାମ୍ନାରେ ଏକ ନୂତନ ଫର୍ମ ଖୋଲିଯିବ।ଏଠାରେ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ମାନଙ୍କ ସଠିକ ସୂଚନା ପୂରଣ କରନ୍ତୁ ଫର୍ମ ସହିତ ଆପଣଙ୍କ ଆବଶ୍ୟକ ଡ଼କୁମେଣ୍ଟର ସଫ୍ଟ କପି ମଧ୍ୟ ଅପଲୋଡ଼ କରିବାକୁ ପଡିବ।

ଏହାପରେ ଆପଣଙ୍କୁ ଏକ ପଞ୍ଜକରଣ ନମ୍ବର ମିଳିବ।ଏହା ସହିତ ଆପଣ ଏହି ପୋର୍ଟାଲରେ ଆପଣ ମାନଂକ ଫର୍ମ ସ୍ଥିତିକୁ ଟ୍ରାକ କରିପାରିବେ।ଅଧିକାରୀ ମାନେ ଫର୍ମ ଓ ଡକୁମେଣ୍ଟ ଚାର୍ଜ କରିବେ।ଯଦି ସବୁ କିଛି ଠିକ ତେବେ ଆପଣଙ୍କ ଫର୍ମ ଏକସେପ୍ଟ କରିଦିଆଜିବ।ଏହାକୁ ଆପଣଙ୍କୁ ଅଫଲାଇନ ମାଧ୍ୟମରେ କରିବାକୁ ହେଲେ ଆପଣଙ୍କୁ ନିକଟସ୍ଥ ଖାଦ୍ୟ ଯୋଗାଣ କେନ୍ଦ୍ରକୁ ଯିବାକୁ ପଡ଼ିବ।ସାଥିରେ ସମସ୍ତ ଉଲେଖିତ ଦଲିଲକୁ ଆପଣଙ୍କ ସାଙ୍ଗରେ ନେବାକୁ ପଡିବ।

Leave a Reply

Your email address will not be published. Required fields are marked *