ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୩ ପ୍ରମୁଖ ରାଷ୍ଟ୍ରର ନେତାଙ୍କୁ ପଛରେ ପକାଇଲେ !

ବିଶ୍ୱର ବଡ଼ ବଡ଼ ନେତଙ୍କୁ ପଛରେ ପକାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ଦି ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଦୁନିଆର ୧୩ ପ୍ରମୁଖ ରାଷ୍ଟ୍ର ନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରୁଭଲ ରେଟିଂ ହେଉଛି ୭୧ ପ୍ରତିଶତ । ଜାନୁଆରୀ ୧ ୩ରୁ ୧୯ ମଧ୍ୟରେ ହୋଇଥିବା ଏହି ସର୍ଭେରେ ଭାରତୀୟ ପ୍ରଧାନମନ୍ତ୍ରୀ ବିଶ୍ୱର ଅନେକ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ବହୁତ ଆଗରେ ଅଛନ୍ତି । ଲୋକପ୍ରିୟତା ଗ୍ରାଫରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେ ମାନୁଏଲ ଲୋପେଜ ଓବ୍ରାଡୋର, ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପିଏମ ମୋଦି ଅନେକ ବଡ ନେତାଙ୍କୁ ପଛରେ ଛାଡିଛନ୍ତି । ଏହି ସର୍ଭେରେ ଆମେରିକାର ରାଷ୍ଟ୍ରପତି ଷଷ୍ଠ ସ୍ଥାନରେ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ୧୩ ତମ ସ୍ଥାନରେ ଅଛନ୍ତି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ୭୧ ପ୍ରତିଶତ, ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡୋର – ୬୬ ପ୍ରତିଶତ, ଇଟାଲୀର ପ୍ରଧାନମନ୍ତ୍ରୀ ମାରିଆ ଡ୍ରାଗି – ୬୦ ପ୍ରତିଶତ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା – ୪୮ ପ୍ରତିଶତ, ଜର୍ମାନ ଚାନସେଲର ଓଲାଫ ସ୍କୋଲଜ – ୪୪ ପ୍ରତିଶତ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ – ୪୩ ପ୍ରତିଶତ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ – ୪୩ ପ୍ରତିଶତ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ – ୪୧ ପ୍ରତିଶତ, ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନେଜ୍ – ୪୦ ପ୍ରତିଶତ, କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇ – ୪୦ ପ୍ରତିଶତ ।

ସୂଚନା ଯୋଗ୍ୟ ଯେ, ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ପ୍ରତ୍ୟେକ ଦେଶର ବୟସ୍କମାନଙ୍କୁ ସର୍ଭେ କରି ଏହି ରାଙ୍କିଙ୍ଗ୍ ପ୍ରସ୍ତୁତ କରେ । ନଭେମ୍ବରରେ କରାଯାଇଥିବା ଶେଷ ସର୍ଭେରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା । ଆମେରିକା ଓ ରୁଷ ଭଳି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ପଛରେ ପକାଇ ମୋଦି ଲୋକ ପ୍ରିୟତାରେ ୧ ନଂ ସ୍ଥାନ ଦଖଲ କରିଛନ୍ତି । ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ମଧ୍ୟ ଏପରି ରିପୋର୍ଟ ଦେଇଛି ।

Leave a Reply

Your email address will not be published. Required fields are marked *