ଧୋକା ଦେବା ସମୟରେ ଏହି ପ୍ରକାରର ବାହାନା ବନାନ୍ତି ପୁରୁଷମାନେ,ମହିଳାମାନେ ହୋଇଯାଆନ୍ତୁ ସତର୍କ !

ମିଛକୁ ଚିହ୍ନିବା ବହୁତ ସହଜ ହୋଇଥାଏ,ଖାସକରି ଯେତେବେଳେ ମିଛ ଆପଣଙ୍କୁ ଧୋକା ଦେବା ପାଇଁ କୁହାଯାଇଥାଏ ତାହାକୁ ଜାଣିବା ଆହୁରି ମଧ୍ୟ ସହଜ ହୋଇଥାଏ । ଆପଣଙ୍କ ପାର୍ଟନର କେତେ ବି ସ୍ପଷ୍ଟ ଭାବରେ ମିଛ କୁହନ୍ତୁ ନା କାହିଁକି ଆପଣ କିଛି ଟ୍ରିକ୍ସ ସାହାଯ୍ୟରେ ତାଙ୍କ ମିଛକୁ ଧରିପାରିବେ । ଆସନ୍ତୁ ଜାଣିବା ସେହି କିଛି ଟ୍ରିକ୍ସ ବିଷୟରେ

ପୁରୁଣା କାଳରୁ ଗୋଟିଏ ଲୋକକଥା ଚାଲିଆସିଛି କି ମିଛ ର ଗୋଡ଼ ନଥାଏ,ଆଉ ଏହି କଥାଟି ସମ୍ପୁର୍ଣ୍ଣ ସତ୍ୟ ଅଟେ । ମିଛ କେତେ ବି ସ୍ପଷ୍ଟ ଭାବରେ କୁହାଯାଉ ନା କାହିଁକି ଦିନେ ଦିନେ ସାମ୍ନାକୁ ଆସି ହିଁ ଯାଇଥାଏ । ଆଉ ଯଦି ଆପଣଙ୍କ ପାର୍ଟନର ମିଛ କହୁଛନ୍ତି ତେବେ ତାକୁ ଧରିବା ବହୁତ ସହଜ ହୋଇଥାଏ ।

କୁହାଯାଏ କି ମହିଳାମାନଙ୍କର ସିକ୍ସ ସେନ୍ସ ବହୁତ ତେଜ୍ ହୋଇଥାଏ ଏହା ଦ୍ବାରା ଆଖପାଖରେ ହେଉଥିବା ଭୁଲ୍ ଜିନିଷ ବିଷୟରେ ତାଙ୍କୁ ଅନୁଭବ ହୋଇଯାଇଥାଏ । ଆଉ ଯଦି ପାର୍ଟନରଙ୍କ କଥା ଆସେ ତେବେ ମହିଳାମାନଙ୍କ ପାଇଁ ଏହା ଜାଣିବା ଅସହଜ ନୁହେଁ କି ସେ ଆପଣଙ୍କୁ ସତ କହୁଛନ୍ତି ନା ମିଛ । କୌଣସି ବି ମଣିଷ ସହ ରହିବା ଦ୍ୱାରା ଆପଣଙ୍କୁ ତାଙ୍କର ସତ,ମିଛ ବିଷୟରେ ସହଜରେ ଜଣାପଡିଯାଏ । ଏମିତି ରେ ଆଜି ଆମେ ଆପଣଙ୍କୁ କିଛି ଏହିପରି ବାହାନା ଆଉ ମିଛ ବିଷୟରେ କହିବାକୁ ଯାଉଛୁ ଯାହାଦ୍ଵାରା ଆପଣ ସହଜରେ ଜାଣିପାରିବେ କି ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଉଛି କି ନାହିଁ ।

ସର୍ବଦା କାମର ବାହାନା – କ’ଣ ରାତ୍ରି ଭୋଜନ ସମୟରେ ଆପଣଙ୍କ ପାର୍ଟନରଙ୍କର ଫୋନ୍ ରେ ବି କାହାର କଲ୍ ଆସୁଛି ? କିମ୍ବା ଜରୁରୀ କାମର ବାହାନା କରି ଆପଣଙ୍କ ପାର୍ଟନର ମଧ୍ୟ ଫ୍ୟାମିଲି ଟାଇମ୍ ମଝିରୁ ଉଠି ଚାଲିଯାଉଛନ୍ତି ? ଏହା ଧୋକା ଦେବାର ସବୁଠୁ ବଡ଼ ସଂକେତ ହୋଇଥାଏ । ଯେତେବେଳେ ବି ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଉଥାନ୍ତି ସେ କାମକୁ ନେଇ ଏହି ପ୍ରକାରର ବାହାନା କରନ୍ତି ।

ଫିଗର ଉପରେ ବହୁତ ଅଧିକ ଧ୍ୟାନ ଦେବା – ଯଦି ଆପଣଙ୍କ ପାର୍ଟନର ଅଚାନକ୍ ହିଁ ନିଜ ଫିଗର ଉପରେ ବହୁତ ଅଧିକ ଧ୍ୟାନ ଦେବାକୁ ଲାଗିଛନ୍ତି ଆଉ ଜିମ୍ ଯିବା ଆରମ୍ଭ କରିଦେଇଛନ୍ତି ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଉଛିନ୍ତି । କିମ୍ବା ସେ ଅନ୍ୟ କାହାକୁ ଆକର୍ଷିତ କରିବାକୁ ଚେଷ୍ଠା କରୁଛନ୍ତି । ପାର୍ଟନରର ଏହି ବ୍ୟବହାରରେ ପରିବର୍ତ୍ତନ ଦର୍ଶାଏ କି ସେ ଆପଣଙ୍କୁ ଧୋକା ଦେଉଛନ୍ତି

ଘରୁ ବାହାରକୁ ଯିବାର ସୁଯୋଗ ଖୋଜିବା – ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଉଛନ୍ତି ତେବେ ସେ ତାଙ୍କ ଲଭର ଙ୍କୁ ଭେଟିବା ପାଇଁ ଯଥା ସମ୍ଭବ ଉପାୟ ଖୋଜିଥାନ୍ତି । ଏମିତିରେ ଆପଣ ଲଭର୍ ସହ ଭେଟିବାର ଏହି ପାଗଳପଣକୁ ସହଜରେ ଜାଣିପାରିବେ ।

ଅଚାନକ୍ ଝଗଡା କରିବା – ଯଦି ଆପଣଙ୍କ ପାର୍ଟନର ବିନା କିଛି କାରଣ ରେ ଲଢେଇ ଝଗଡା କରୁଛନ୍ତି,କିମ୍ବା କଥା କଥା ରେ ଲଢ଼ିବାର ବାହାନା ଖୋଜୁଛନ୍ତି ତେବେ ଏହାର ଅର୍ଥ କି ସେ ଆପଣଙ୍କୁ ଧୋକା ଦେଉଛନ୍ତି ଆଉ ଆପଣଙ୍କ ସହ ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି ।

ବିଜନେସ୍ ଟ୍ରିପ – ଯେତେବେଳେ ବି ଧୋକା ଦେବା କଥା ଆସିଥାଏ ତ ଏହା ହେଉଛି ପୁରୁଷମାନଙ୍କ ତରଫରୁ ଦିଆ ଯାଉଥିବା ସବୁଠୁ ସାଧାରଣ ବାହାନା ମଧ୍ୟରୁ ଏହା ଗୋଟିଏ ହୋଇଥାଏ । ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ କହୁଛନ୍ତି କି ସେ କିଛି ଦିନ ପାଇଁ ବିଜନେସ୍ ଟ୍ରିପରେ ସହର ରୁ ବାହାରକୁ ଯାଉଛନ୍ତି ତାହେଲେ ଏହାର ପୁରା ଯାଞ୍ଚ କରନ୍ତୁ ଆଉ ତାଙ୍କର ଟିକଟ ଇତ୍ୟାଦିକୁ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *