ମା-ବାପା ବଞ୍ଚିଥିବା ସମୟରେ ସମ୍ପତ୍ତି ଉପରେ ପୁଅ ହକ ଜମାଇପାରିବ ନାହିଁ: ହାଇକୋର୍ଟ

ବମ୍ବେ ହାଇକୋର୍ଟ ପାରିବାରିକ ସମ୍ପତ୍ତିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ହାଇକୋର୍ଟ କହିଛନ୍ତିକି, ପିତାମାତା ଜୀବିତ ଥିବା ପର୍ଯ୍ୟନ୍ତ କୌଣସି ପୁଅ ସମ୍ପତ୍ତି ଉପରେ ଥିବା ନିଜ ହକ ଜମାଇପାରିବ ନାହିଁ। ସୂଚନା ଅନୁଯାୟୀ, ଜଣେ ପୁଅ ହାଇକୋର୍ଟରେ ନିଜର ମା’ଙ୍କୁ ୨ଟି ଫ୍ଲାଟ ବିକ୍ରୟରୁ ନିବୃତ୍ତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସେହି ବ୍ୟକ୍ତିର ପିତା ଗତ କିଛି ବର୍ଷ ଧରି ମେଡିକାଲରେ ଭର୍ତ୍ତି ଥିଲେ। ଅର୍ଥାତ ସେ କୋମାରେ ଥିଲେ।

ଏପରି ଅବସ୍ଥାରେ ହାଇକୋର୍ଟ ଗତବର୍ଷ ତାଙ୍କ ମା’ଙ୍କୁ ପରିବାର ଚଳାଇବା ପାଇଁ ଆଇ-ନଗ-ତ ଅଧିକାର ଦେଇଥିଲେ। ଅର୍ଥାତ ଯଦି ତାଙ୍କର ମା’ ଚାହାଁନ୍ତି, ତେବେ ସେ ନିଜ ସ୍ବାମୀଙ୍କର ଚିକିତ୍ସା ପାଇଁ ସମ୍ପତ୍ତିକୁ ବିକ୍ରି କରିପାରିବେ। ଖବର ହିସାବରେ ଜଷ୍ଟିସ ଗୌତମ ପଟେଲ ଓ ଜଷ୍ଟିସ ମାଧବ ଜାମଦାର ସେହି ବ୍ୟକ୍ତିକୁ କହିଛନ୍ତିଯେ, ‘ତୁମ ପିତା ଜୀବିତ ଅଛନ୍ତି । ଓ ତୁମ ମା ବି ଜୀବିତ ଅଛନ୍ତି ଏପରି ସ୍ଥିତିରେ ତୁମର ତୁମ ପିତାଙ୍କ ସମ୍ପତ୍ତି ଉପରେ କୌଣସି ଆଗ୍ରହ ରହିବା ଉଚିତ ନୁହେଁ ସେମାନେ ଏହାକୁ ବିକ୍ରି କରିପାରିବେ। ଏଥୂପାଇଁ ତୁମର ଅନୁମତିର କୌଣସି ଆବଶ୍ୟକତା ନାହିଁ।’

Leave a Reply

Your email address will not be published. Required fields are marked *