ଆହା… କି ସୁନ୍ଦର… କେଡ଼ୁ ମଧୁର… କୁନି ଝିଅଟିର ଖନି ଖନି କଥା..ଟିକି ଝିଅଟିର ମିଠା ମିଠା କଥା ଶୁଣିଲେ ମନ ରହିଯିବ ତା’ରି ଠାରେ…..ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

ପ୍ରତ୍ୟେକ ଦିନ ସମାଜରେ କିଛି ନା କିଛି ତଥ୍ୟ ସବୁ ଶୁଣିବାକୁ ମିଳିଥାଏ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହାକି ଖୁସି ଲାଗିବା ସହ ବହୁତ ଆନନ୍ଦ ମଧ୍ୟ ଲାଗିଥାଏ। ଛୋଟ ପିଲାମାନଙ୍କ ନିକଟରେ ଅନେକ ଗୁଣ ଓ ଜ୍ଞାନ ସବୁ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରିଥାନ୍ତି, ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହିଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁଯେ, ତାହା ହେଇଛି ଗୋଟେ ଅଢେଇ ବର୍ଷର କୁନି ଝିଅଟି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି। ତେବେ ଆସନ୍ତୁ ଏହି ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା

ଏଭଳି ଏକ ଦୃଶ୍ୟ ଢେଙ୍କାନାଳ ଜିଲ୍ଲାରୁ ଦେଖିବାକୁ ପାଇଁ ମିଳିଛି। ସୂଚନା ଅନୁଯାୟୀ, ସାଇ ସମ୍ପନ୍ନ ପୃଷ୍ଟି ନାମକ ଜଣେ କୁନି ଝିଅଟି, ଯାହାର ବୟସ ମାତ୍ର ଅଢେଇ ବର୍ଷ ଅଟେ। ସେ ଦୁଇ ମିନିଟ ମଧ୍ୟରେ ଶ୍ଳୋକ କହି ଦେଇ ପାରିଛି। ସେଥିପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି। ତାଙ୍କୁ ଅନେକ ଗୁଡିଏ ପୁରସ୍କାର ବିତରଣ କରାଯାଇଛି। ଯାହାକି ଏହା ଏକ ଅତ୍ୟନ୍ତ ଖୁସିର କଥା ଅଟେ। ଏତେ କମ ବୟସରୁ ଏଭଳି ଭାବରେ କହିବାର ଶୈଳୀ ଛୋଟ ପିଲାମାନଙ୍କ ପାଇଁ ବହୁତ କଷ୍ଟକର କଥା ଅଟେ।

କିନ୍ତୁ ସେହି ଛୋଟ ପିଲାଟି ନିକଟରେ ବହୁତ ଜ୍ଞାନ ରହିଥିବା କାରଣରୁ ସେ ନିଜର ବୁଦ୍ଧି ଓ ଜ୍ଞାନ ବଳରେ ଏତେ କମ ସମୟ ମଧ୍ୟରେ ଶ୍ଳୋକ କହି ଦେଇପାରିଛି। ସେହି କୁନି ଝିଅଟିର ବାପା ଓ ମାଆ ତାକୁ ଅନେକ କିଛି କଥା ଶିଖାଇଥାଆନ୍ତି। ଏହା ସହିତ ସେହି ଝିଅଟି ମଧ୍ୟ ମୋବାଇଲ ଦ୍ବାରା ମଧ୍ୟ ଅନେକ କିଛି ଶିଖୁଥାଏ। ଯାହା ଫଳରେ ସେ ଏତେ ଆଗକୁ ଯାଇ ପାରିଛି। ତେବେ ସେହି ଛୋଟ ପିଲାଟିର ଏଭଳି କାର୍ଯ୍ୟକୁ ଦେଖି ତାଙ୍କର ବାପା ଓ ମାଆ ବହୁତ ଖୁସି ହୋଇ ଯିବା ସହ ପିଲାଟି ପାଇଁ ପରିବାରର ଲୋକମାନେ ବହୁତ ଗର୍ବିତ ମଧ୍ୟ ଅନୁଭବ କରୁଛନ୍ତି।

ଏଥୁ ସହିତ ସେ ତାଙ୍କର ଗାଁ ପାଇଁ ମଧ୍ଯ ଗର୍ବ ଗୌରବ ଆଣି ଦେଇପାରିଛି। ତାଙ୍କ ଗାଁ ଲୋକମାନେ ତାକୁ ବହୁତ ଭଲ ପାଇବା ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ଏହା ସମାଜକୁ ଏକ ଭଲ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଅନ୍ୟ ପିଲାମାନେ ତାକୁ ଦେଖିବା ପାଇଁ ଆକୃଷ୍ଟ ହୋଇପାରିବେ। ସେହି ଛୋଟ ପିଲାଟିକୁ ଚାରିଆଡୁ ପ୍ରଶଂସାର ଶୁଅ ଛୁଟୁଅଛି। ବିଶେଷ ଭାବରେ ତା’ର ବାପା ଓ ମାଆ ଅତ୍ୟନ୍ତ ଖୁସି ହୋଇ ଯାଇଛନ୍ତି। ସେ ବହୁତ ଉପରକୁ ଯାଇ ନାଁ କରୁ ବୋଲି ପିଲାଟିର ବାପା, ମାଆଙ୍କର ଇଛା ପ୍ରକାଶ କରିଛନ୍ତି। ସବୁ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି।

Leave a Reply

Your email address will not be published. Required fields are marked *