ରାକ୍ଷୀ ସାୱନ୍ତ ସୃଷ୍ଟି କଲେ ଏ କେମିତିକା ସ୍ୱାଗ୍,ଶରୀରରେ ବାସନକୁସନ ବାନ୍ଧି ତିଆରି କଲେ ଡ୍ରେସ୍ ତାପରେ କଲେ ଏହି କାମ ।

ନୂଆଦିଲ୍ଲୀ : ମନୋରଞ୍ଜନର ଦୁନିଆରେ ଡ୍ରାମା କୁଇନ୍ ନାମରେ ପ୍ରସିଦ୍ଧ ରାକ୍ଷୀ ସାୱନ୍ତ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ,ଯାହାଙ୍କ ନାଁ ଶୁଣିବା ମାତ୍ରେ ହିଁ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିବାକୁ ଲାଗିଥାଏ । ରାକ୍ଷୀଙ୍କ ନାମ ଆସିବା ମାତ୍ରେ ହିଁ ଏହା ସ୍ଥିର ହୋଇଯାଏ କି ଏବେ ନିଶ୍ଚିତ ଭାବରେ କିଛି ନା କିଛି ଏମିତି ହେବ କି,ଯାହା ବିଷୟରେ କେହି କେବେ କିଛି ଭାବିବି ନଥିବେ । ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଯେଉଁ ଭିଡ଼ିଓ ଦେଖେଇବାକୁ ଯାଉଛୁ ତାକୁ ଦେଖି ଆପଣ ହୁଏତ ମୁଣ୍ଡରେ ହାତ ଦେବେ କିମ୍ବା ପେଟ ଧରି ହସିହସି ଗଡିଯିବେ ।

ରାକ୍ଷୀ ସାୱନ୍ତଙ୍କ ଆଶ୍ଚର୍ଯ୍ୟଜନକ ଲୁକ୍ :-

ଏହି ଭିଡ଼ିଓରେ ରାକ୍ଷୀ ସାୱନ୍ତ ତାଙ୍କ ରୂପକୁ କିଛି ଅଦ୍ଭୁତ ବନେଇଛନ୍ତି । ସେ ନିଜ ଶରୀରର ବିଭିନ୍ନ ସ୍ଥାନରେ ରୋଷେଇ ଘରର ବାସନ ବାନ୍ଧିଛନ୍ତି । ତାଙ୍କ ମୁଣ୍ଡର କଡେଇ ରହିଛି,ହାତରେ କରଛୁଲି ଆଉ ତାୱା ରହିଛି,ଅଣ୍ଟାରେ ଗ୍ରୀଡ଼ର୍ ଝୁଲିଛି ଆଉ ଛାତିରେ ଦୁଇଟି ଡବା ବନ୍ଧା ହୋଇଛି । ତାଙ୍କର ଏହି ରୂପ ଦେଖିକି ଲୋକମାନେ ହସ ରୋକିପାରୁନାହାନ୍ତି ।

View this post on Instagram

A post shared by Voompla (@voompla)

ଶିଖାଉଛନ୍ତି ଡ୍ୟାନ୍ସ :-

ଏହାର ଆରମ୍ଭରେ ହିଁ ରାକ୍ଷୀ ସାୱନ୍ତ କହୁଛନ୍ତି କି ଚାଲନ୍ତୁ ଆଜି ଆପଣଙ୍କୁ ବେଲି ଡ୍ୟାନ୍ସ ଶିଖେଇବା । ଏହା ପରେ ସେ ତାଙ୍କ ହାତରେ ଥିବା କରଛୁଲିରେ ଶରୀରରେ ବନ୍ଧା ହୋଇଥିବା ବାକି ବାସନ ସବୁକୁ ବଜାଇବାକୁ ଲାଗନ୍ତି । ରାକ୍ଷୀକୁ ମଧ୍ୟ ଏହି ଭିଡ଼ିଓ ବନେଇବା ବେଳେ ହସ ଲାଗୁଛି । ଅର୍ଥାତ ସେ ମଧ୍ୟ ତାଙ୍କର ଏହି ପାଗଳପଣକୁ ଉପଭୋଗ କରୁଛନ୍ତି । କେବଳ ଏତିକି ନୁହେଁ ସେ ଗୋଟେ ବାସନ ତାଙ୍କ ପଛରେ ମଧ୍ୟ ଝୁଲେଇଛନ୍ତି । ଏହି ଭିଡିଓ ୱୁପ୍ଲା ନାମକ ଏକ ପୃଷ୍ଠା ଦ୍ୱାରା ସେୟାର କରାଯାଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି

ଲୋକମାନେ କଲେ ମଜାଳିଆ କମେଣ୍ଟ :-

ଏହି ଭିଡ଼ିଓକୁ ଦେଖି କିଏ ବା ଏମିତି ପ୍ରତିକ୍ରିୟା ନଦେବ ।ତେବେ ଏଠାରେ କମେଣ୍ଟ ସେକ୍ସନରେ ମଧ୍ୟ ଲୋକମାନେ ରାକ୍ଷୀ ଙ୍କର ଏହି ଭିଡ଼ିଓରେ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଲୋକ ତାଙ୍କୁ ପ୍ରକୃତରେ ସେ ଜଣେ ଡ୍ରାମା କୁଇନ ବୋଲି କହିଛନ୍ତି । ତେବେ ଆଉ କିଛି ଲୋକ ତାଙ୍କୁ ଜମେଇକି ଟ୍ରୋଲ୍ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *