ସ୍ୱାମୀ ବିକିଙ୍କ ସହ କ୍ୟାଟ୍ରିନା କୈଫ୍ ଶାଶୁ ଘରେ ପାଳନ କଲେ ପ୍ରଥମ ହୋଲି,ଶାଶୁ ଶଶୁରଙ୍କୁ ମଧ୍ୟ ଲଗେଇଲେ ରଙ୍ଗ ।

ଆଜି ପୁରା ବଲିଉଡ ହୋଲି ଉତ୍ସବରେ ବୁଡି ରହିଛି | ଏଣ୍ଟରଟେଣ୍ଟମେଣ୍ଟ ଇଣ୍ଡଷ୍ଟ୍ରି ରେ ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ବିବାହ ପରେ ପ୍ରଥମ ଥର ପାଇଁ ସାଙ୍ଗ ହୋଇ ହୋଲି ପାଳନ କରୁଛନ୍ତି | ଏହି ଲିଷ୍ଟରେ କ୍ୟାଟ୍ରିନା କେଫ୍ ଏବଂ ଭିକି କୌଶଲଙ୍କ ନାମ ମଧ୍ୟ ସାମିଲ୍ ଅଛି | କ୍ୟାଟ୍ରିନା କେଫ୍ ବିବାହ ପରେ ନିଜ ଶାଶୁ ଘରେ ପାଳନ କରିଛନ୍ତି ହୋଲି, ଯାହାର ଗୋଟେ ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି

ଶାଶୁଘରେ ହୋଲି ପାଳନ କଲେ କ୍ୟାଟ୍ରିନା :-

ଭିକି କୌଶଲ ପତ୍ନୀ କ୍ୟାଟ୍ରିନାଙ୍କ ସହ ପ୍ରଥମ ହୋଲି ଉତ୍ସବର ଝଲକ୍ ଦେଖାଇଛନ୍ତି | ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କ୍ୟାଟ୍ରିନା ଏବଂ ପରିବାରଙ୍କ ସହ ନଜର ଆସିଛନ୍ତି | ଫୋଟୋରେ ଦେଖିପାରୁଥିବେ କି ବିକି,ପତ୍ନୀ କ୍ୟାଟ୍ରିନା,ଭାଇ ସନ୍ନି କୋୖଶଲ୍ ଏବଂ ମାତା ପିତାଙ୍କ ସହ କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ଦେଖାଯାଉଛନ୍ତି । ସମସ୍ତଙ୍କ ଚେହେରାରେ ହୋଲିର ରଙ୍ଗ ଲାଗିଛି ।

View this post on Instagram

A post shared by Vicky Kaushal (@vickykaushal09)

ଫ୍ୟାନ୍ସ ଦମ୍ପତିଙ୍କୁ ଦେଲେ ହୋଲିର ଶୁଭକାମନା :-

ଅଭିନେତା ଫୋଟୋ ପୋଷ୍ଟ କରି କ୍ୟାପସନ ରେ ଲେଖିଲେ,ହାପି ହୋଲି । ଏହା ଉପରେ ଫ୍ୟାନ୍ସ ଏବଂ ସେଲିବ୍ରିଟି ମାନେ ଜମେଇକି ଭଲପାଇବା ଦେଇଛନ୍ତି । ସମସ୍ତେ କମେଣ୍ଟ ସେକ୍ସନ ରେ ଦମ୍ପତି ଓ ତାଙ୍କ ପରିବାରକୁ ହୋଲିର ଶୁଭକାମନା ଦେଉଛନ୍ତି । ଜାଣିଥିବେ କି ବିକି କୋୖଶଲ୍ ଗତ ବର୍ଷ ଡିସେମ୍ବରରେ କ୍ୟାଟ୍ରିନାଙ୍କୁ ରାଜସ୍ଥାନର ସୱାଇ ମାଧୋପୁର ରେ ବିବାହ କରିଥିଲେ । ଯେଉଁଥିରେ ଅନେକ ବଡ଼ କଳାକାର ସାମିଲ୍ ହୋଇଥିଲେ ।

କ୍ୟାଟ୍ରିନା ଏବଂ ବିକିଙ୍କ ଫିଲ୍ମ :-

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଗତ ଥର ବିକି କୌଶଲ୍ ଫିଲ୍ମ ‘ଅଧମ ସିଂହ’ ରେ ନଜର ଆସିଥିଲେ ଯାହାକୁ ଦର୍ଶକ ଓ କ୍ରିଟିକ୍ସ ମାନଙ୍କ ଠାରୁ ବହୁତ ପ୍ରଶଂସା ମିଳିଥିଲା । ଏବେ ସେ ଫିଲ୍ମ ‘ଗୋବିନ୍ଦା ନାମ୍ ମେରା’ ରେ ନଜର ଆସିବେ ଯେଉଁଥିରେ ସେ କିଆରା ଆଡଭାନୀ ଏବଂ ଭୁମି ପେଡନେକରଙ୍କ ସହିତ କାମ କରୁଛନ୍ତି । ଏହା ବ୍ୟତୀତ ତାଙ୍କର “ଶ୍ୟାମ ବାହାଦୁର” ମଧ୍ୟ ପାଇପଲାଇନ ରେ ଅଛି । ତେବେ କ୍ୟାଟ୍ରିନାଙ୍କ ବିଷୟରେ କହିଲେ ସେ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ଟାଇଗର 3 ‘ କୁ ନେଇକି ଚର୍ଚ୍ଚାରେ ଅଛନ୍ତି ଯାହା ପାଇଁ କିଛି ଦିନ ପୂର୍ବରୁ ସେ ସଲମାନ ଖାନ ଙ୍କ ସହ ଦିଲ୍ଲୀ ରେ ସୁଟିଙ୍ଗ କରୁଥିଲେ ।

Leave a Reply

Your email address will not be published. Required fields are marked *