ମାଳିକା କଟୁ ବଚନ: ପୁଅ ବାପକୁ ମାଡ଼ ମାରିବ,ନାରୀ ପୁରୁଷ ସମଲିଙ୍ଗୀ ହୋଇବେ,ଖାଦ୍ୟରେ ଯେ ସ୍ଵାଦ ନଥିବ…

ସାଧାରଣତଃ ବର୍ତ୍ତମାନ ସମୟର ଏହି ଅତ୍ୟାଧୁନିକ ସମାଜରେ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ପୌରାଣିକ ତଥ୍ୟ ବା ଶାସ୍ତ୍ରଗତ ସୂଚନାକୁ ବିଶ୍ୱାସ ନ କରି ଉପେକ୍ଷା କରିଥାଏ । ତେବେ ସାଧାରଣରେ ଏହାକୁ ଉପେକ୍ଷା କରିବା ବା ଅବିଶ୍ୱାସ କରିବା ଯଥାର୍ଥ ଅଟେ । କାରଣ ପୂର୍ବରୁ ଆମେ ମାଳିକା ବଚନରେ ସାତ ଦିନ ସାତ ରାତି ଅନ୍ଧାର ହେବ ବୋଲି ସୂଚନା ପାଇଥିଲୁ । ପରନ୍ତୁ ଆଜି ପର୍ଯ୍ୟନ୍ତ ତାହା ଘଟିନାହିଁ । ତେଣୁ ଆଜିର ଆଧୁନିକ ମଣିଷ ଅନେକାଂଶରେ ଏହି ମାଳିକା ବଚନକୁ ବିଶ୍ୱାସ କରୁନାହାନ୍ତି ।

କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ୧ ଲକ୍ଷ ୮୫ ଖଣ୍ଡ ଉପନ୍ୟାସ ଓ ଗ୍ରନ୍ଥ ଲେଖି ଯାଇଛନ୍ତି । ସେହି ସମସ୍ତ ଗ୍ରନ୍ଥ ମଧ୍ୟରୁ ୩୧୮ ଖଣ୍ଡ ଗ୍ରନ୍ଥରେ କଳିଯୁଗକୁ ନେଇ କିଛି ବିଶେଷ ଭବିଷ୍ୟବାଣୀ ସେ କରିଛନ୍ତି । ଯାହା ବର୍ତମାନ ସବୁ ସତ୍ୟ ହେବାରେ ଲାଗିଛି ଏବଂ ସେହି ଘଟଣାମାନ ସବୁ ଘଟି ଚାଲିଛି । ବନ୍ଧୁଗଣ ମାଳିକା ବର୍ଣ୍ଣନା ଦୀର୍ଘ ୬୦୦୦ ବର୍ଷ ପୂର୍ବେ ଲେଖା ହୋଇଥିଲେ ମଧ୍ୟ ଏହାର ଅନେକ ପ୍ରମାଣ ଆମେ ଏବେ ପାଉଛୁ । ଏହା ସତ ଯେ ମାଳିକା ବର୍ଣ୍ଣନାରେ ଏକ ପୂର୍ଣ୍ଣ ଅନୁଭବର ବିଚାର ଦେଖିବାକୁ ମିଳିଥାଏ । ମହାପୁରୁଷ ମାନଙ୍କର ଅନେକ ଶହେ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ ।

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ । ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା । ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି । ତେବେ ଏହି ପାପ, ଅନୀତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ ।

ତେବେ ମାଳିକାରେ ଯେଉଁ ସବୁ ବିଷୟରେ ବର୍ଣ୍ଣିତ ଅଛି ସେସବୁ ହେଉଛି । ମନୁଷ୍ୟର କାମନା ବାସନା ଲୋଭ ମୋହ ତାକୁ ତା ଭିତରେ ହିଁ ଲଢେଇ କରିବ । ମନୁଷ୍ୟ କାମନାର ନିଆଁରେ ଏଭଳି ଅନ୍ଧ ହେବ ଯେ ସେ ନିଜର ଆଉ ପର ମଧ୍ୟରେ ପାର୍ଥକ୍ୟ ଭୁଲିଯିବ । ମନୁଷ୍ୟର କ୍ରୁରତା ସବୁ ସୀମା ଡେଇଁଯିବ । ମାଂସ ଭକ୍ଷଣ କରିବା ପାଇଁ ଜୀବ ହତ୍ୟା କରିବ । କୌଣସି ଖାଦ୍ୟର ସ୍ଵାଦ ରହିବ ନାହିଁ । ମନୁଷ୍ୟର ଲୋଭ ତାକୁ ଏଭଳି ଗ୍ରାସ କରିବ ଯେ ନିଜର ସ୍ବାର୍ଥ ପାଇଁ ସେ ଲୋକଙ୍କ ତଣ୍ଟି ଚିପିବ ।

ଆଉ ଏଭଳି ଏକ ସମୟ ଆସିବ ମନୁଷ୍ୟ ମନୁଷ୍ୟର ହିଁ ରକ୍ତ ପାନ କରିବ । ଭାଇ ଭାଇ ଉଭୟଙ୍କ କାଳ ପାଲଟିଯିବେ । ଗାଇମାନେ ବିଭିନ୍ନ ରୋଗରେ ପୀଡିତ ହେବ । ମନୁଷ୍ୟ ସବୁ ଗାଇଙ୍କୁ ନିପାତ କରିଦେବ । ମନୁଷ୍ୟ ନିଜର ହିତାହିତ ଜ୍ଞାନ ଭୁଲିଯିବେ । କୂଳବଧୁ ମାନେ ନିଜ ସ୍ବାମୀଙ୍କୁ ମାଡ଼ ମାରିବେ ଆଉ ସ୍ଵାମୀ ମାନେ ସ୍ତ୍ରୀକୁ ଛାଡ଼ି ବେଶ୍ୟାଳୟ ଯିବେ । ନାରୀ ପୁରୁଷ ଉଭୟ ସମଲିଙ୍ଗୀ ହୋଇବେ । ନାରୀ ନାରୀଙ୍କୁ ଓ ପୁରୁଷ ପୁରୁଷଙ୍କୁ ରମଣ କରିବେ । ଆଉ ବଂଶ ଲୋପ ପାଇଯିବ । ଏଭଳି ସବୁ ଅଘଟଣ ଘଟିବ ।

Leave a Reply

Your email address will not be published. Required fields are marked *