ଜୀବନରେ କିଛି ବଡ କରିବାକୁ ହେଲେ ରିସ୍କ ନେବାକୁ ହେବ । କାରଣ କିଛି ବଡ ହାସଲ ପାଇଁ ତ୍ୟାଗ ବି ସେତିକି ବଡ ହେବା ଦରକାର । ସେମିତି କିଛି ବଡ ରିସ୍କ ନେଇଥିଲେ ବିନିତା ସିଂହ । ୧ କୋଟିର ଚାକିରି ଅଫରକୁ ଛାଡି ସେ ବିଜ୍ନେସ୍ ଆରମ୍ଭ କରିବାର ନିଷ୍ପତ୍ତି ନେଲେ । ପପୁଲାର ଟିଙି ଶୋ ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଏହି ଇନ୍ଭେଷ୍ଟର ଘରେ ଘରେ ପରିଚିତ । ବିନିତା ଆଇ-ଆଇ-ଏମ୍ ଅହମ୍ମଦାବାଦର ଛାତ୍ରୀ
ପାଠ ପଢା ସାରିବା ପରେ ସେ ଅନ୍ୟ କୌଣସି ଚାକିରି କରିବା ବଦଳରେ ନିଜର ବିଜନେସ୍ ଆରମ୍ଭ କରିବାର ଚିନ୍ତା କଲେ । ସେତବେଳେ ତାଙ୍କୁ ବାର୍ଷିକ ୧କୋଟିର ଚାକିରି ଅଫର ମିଳିଥିଲା । କିନ୍ତୁ ବିନିତା ସେ ଅଫରକୁ ପ୍ରତ୍ୟାକ୍ଷାନ କରି ତାଙ୍କ ସାଙ୍ଗ କୌଷିକ ମୁଖାର୍ଜୀଙ୍କ ସହ ମିଶି ବିଜନେସ୍ ଆରମ୍ଭ କଲେ । ସେ ବ୍ୟୁଟି ପ୍ରଡକ୍ଟର ବିଜନେସ୍ ଆରମ୍ଭ କଲେ ସେ । ବ୍ରାଣ୍ଡର ନାଁ ରହିଲା ‘ସୁଗାର’।
କୌଷିକ ମୁଖାର୍ଜୀ ମଧ୍ୟ ଆଇ-ଆଇ-ଏମର ଛାତ୍ର । ଦୁଇ ଜଣ ୨୦୧୫ରେ ବିଜନେସ୍ କରିବାର ନେଇଥିଲେ ରିସ୍କ । ବିନିତା ଏବଂ କୌଷିକଙ୍କ ବ୍ୟୁଟି ପ୍ରଡକ୍ଟର ବିଜେନେସ୍ ଆରମ୍ଭରୁ ଏତେ ଭଲ କ୍ଲିକ୍ କରିନଥିଲା । ପ୍ରଥମେ ସେ ଅନଲାଇନ୍ରେ ପ୍ରଡକ୍ଟ ବିକିଲେ । ଧିରେ ଧିରେ ପ୍ରଡକ୍ଟର ଚାହିଦା ବଢିବାରେ ଲାଗିଲା । ଯାହାକୁ ଦେଖି ସେ ୨୦୧୯ରେ ସେ ନର୍ଥ ଇଣ୍ଡିଆରେ ତାଙ୍କର ପ୍ରଥମ ଷ୍ଚୋର ଖୋଲିଲେ ବିନିତା ଏବଂ କୌଷିକ । ଏବେ ୯୨ ସହରରେ ତାଙ୍କ ପ୍ରଡକ୍ଟର ୭୦୦ରୁ ଅଧିକ ଷ୍ଟୋର ରହିଛି ।
ଏବେ ବର୍ଷକୁ ସୁଗାରର କାରବାର ୧୦୦କୋଟିରୁ ଅଧିକ । କମ୍ପାନୀର ୪୫ ଭାଗ ରେଭେନ୍ୟୁ ରିଟେଲ୍ ଆଉଟଲେଟ୍ରୁ ଆସୁଥିବା ବେଳେ ୧୦ ଭାଗ ରେଭେନ୍ୟୁ ବିଦେଶ ବଜାରରୁ ଆସୁଛି । ଭଲ କ୍ୱାଲିଟିର ଲିପ୍ଷ୍ଟିକ୍ ଏବଂ ଆଇଲାଇନର ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁଗାର ବ୍ରାଣ୍ଡ କିଛି ଦିନ ମଧ୍ୟରେ ଅନ୍ୟ ବ୍ରାଣ୍ଡକୁ କଡା ଟକ୍କର ଦେଇଛି । ମାସକୁ ୩୦ ହଜାରରୁ ଅଧିକ ପ୍ରଡକ୍ଟ ଡେଲିଭର କରୁଛି ସୁଗାର । ତେବେ ବିନିତା ରାତାରାତି ସଫଳ ହୋଇନଥିଲେ । ତାଙ୍କକ ବ୍ରାଣ୍ଡକୁ ଆଗଧାଡିକୁ ଆଣିବାକୁ ସେ ଜୀବନକୁ ପାଣି ଲଗାଇଦେଇଛନ୍ତି।
ଗୁଜୁରାଟର ଆନନ୍ଦ ସହରରେ ଜନ୍ମ ଗ୍ରହଣ କରିଛନ୍ତି ବିନିତା । ବାପା ଜଣେ ଡାକ୍ଟର । ପିଲାଦିନୁ ତାଙ୍କ ବାପା ରୋଗୀ ସେବା ସହ କ୍ୟାନସର ରୋଗୀଙ୍କ ପାଇଁ ମେଡିସିନ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଥିଲେ । ସେତେବେଳେ ବିନିତା ଚିନ୍ତା କରିଥିଲେ ତାଙ୍କୁ କିଛି ଏମିତି କାମ କରିବାର ଅଛି ଯାହାର ଚାହିଦା ଦେଶ ନୁହେଁ ବିଦେଶରେ ମଧ୍ୟ ରହିବ ।
୧୦ବର୍ଷ ବୟସରେ ବିନିତା ମ୍ୟାଗାଜିନ୍ କରି ଘରକୁ ଘର ବୁଲି ବିକ୍ରି କରୁଥିଲେ । ମ୍ୟାଗଜିନର ମୂଲ୍ୟ ୩ଟଙ୍କା ଥିଲା । ସେତେବେଳେ ସେହି ୩ଟଙ୍କା ଦେବାକୁ ଲୋକମାନେ କୁଣ୍ଠାବୋଧ କରୁଥିଲେ । ବିନିତା କୁହନ୍ତି ସେ ସମୟରେ ସେ ଟଙ୍କାର ମୂଲ୍ୟ ବୁଝିଥିଲେ । କିନ୍ତୁ ଏବେ ଯୁବ ଉଦ୍ୟୋଗପତି ଭାବେ ଚାରିଆଡୁ ପ୍ରଶଂସା ସାଉଁଟୁଛନ୍ତି ବିନିତା । ତାଙ୍କ ସଫଳତା ପରେ ବିଭିନ୍ନ ମାଗାଜିନ୍ ପକ୍ଷରୁ ତାଙ୍କୁ କଭର ପେଜ୍ରେ ସ୍ଥାନ ମଧ୍ୟ ଦିଆଯାଇଛି ।