୫ ହଜାର ଘଣ୍ଟାର ରିସର୍ଚ୍ଚ ଓ ୭୦୦ ପୀ-ଡ଼ି-ତଙ୍କ ସହ କଥାବାର୍ତା ପରେ ନିର୍ମାଣ ହୋଇଛି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଚହଳ ପକାଇଛି । ଫିଲ୍ମଟି ରିଲିଜ୍ ପରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ କଶ୍ମୀର ପଣ୍ଡିତମାନଙ୍କୁ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, ତାହା ଦେଖାଯାଇଛି।ପ୍ରେକ୍ଷାଳୟରେ ଅନ୍ୟ ଫିଲ୍ମ ରିଲିଜ୍ ଏବଂ କମ୍‌ ପ୍ରଚାର ସତ୍ତ୍ବେ ବି ଚଳଚ୍ଚିତ୍ରଟି ପଇସା ଅସୁଲ କରିଦେଇଛି । ‘କାଶ୍ମୀର ଫାଇଲ୍ସ’ ପାଞ୍ଚ ଦିନରେ 59 କୋଟି ଟଙ୍କା ରୋଜଗାର କରିଛି । ତେବେ ଗୋଟେ ପଟେ ବକ୍ସ ଅଫିସରେ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ କାହାଣୀକୁ ବି-ରୋ-ଧ କରି ରାଜରାସ୍ତାରେ, ସୋସିଆଲ ମିଡିଆରେ ବି-ରୋ-ଧ ପ୍ରଦର୍ଶନ ଆରମ୍ଭ ହୋଇଛି ।

ଦ କାଶ୍ମୀର ଫାଇଲ୍ସ’ ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ 47.85 କୋଟି ଟଙ୍କା ରୋଜଗାର କରିଥିଲା ​​। ଏଥି ସହିତ, 5 ଦିନରେ 17 କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ 59 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା କାଶ୍ମୀରରୁ ବିତାଡିତ ଲକ୍ଷାଧିକ ପଣ୍ଡିତଙ୍କ ଉପରେ ଆଧାରିତ। କିପରି ନିଜ ପରିବାର ଆଉ ସର୍ବସ୍ୱ ହରାଇଥିଲେ ଏମାନେ। ଆତଙ୍କ ଆଉ କ୍ରୁର ରାଜନୀତି କିପରି ପଣ୍ଡିତଙ୍କ ପରିବାରର ସବୁ କିଛି ଗି-ଳି ଦେଇଥିଲା, ତାହାର ନିଚ୍ଛକ ଚିତ୍ର ଏହି ସିନେମାରେ ଦେଖିବାକୁ ମିଳିଛି।

ଅତି ନିଖୁଣ ଆଉ ଧୈର୍ଯ୍ୟର ସହ ସିନେମାକୁ ନିର୍ମାଣ କରାଯାଇଛି । ବିନା କୌଣସି ରାଜନୀତି କିମ୍ବା ଦଳକୁ ସମର୍ଥନ କରି ପ୍ରତିଟି ବସ୍ତୁ, ସ୍ଥାନ, କାଳ, ପାତ୍ରକୁ ଏକଜୁଟ କରି କିଛି ଘଟ-ଣାକୁ ତ ଅବିକଳ ପ୍ରସ୍ତୁତ କରାଯାଇଛି ।ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କଶ୍ମୀର ଫାଇଲ୍ସ’ରେ ଅନୁପମ ଖେର୍, ମିଥୁନ୍ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାନ୍ଦଲେକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ବିବେକ ଅଗ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଅଛନ୍ତି। ସୌରଭ୍ ଏମ୍ ପାଣ୍ଡେ ଓ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର କାହାଣୀକୁ ଲେଖିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରଓ୍ଵାଲ ଓ ପଲ୍ଲବୀ ଯୋଶୀ ।

୫ହଜାର ଘଣ୍ଟାର ରିସର୍ଚ ଓ ୭୦୦ ପୀ-ଡ଼ି-ତଙ୍କ ସହ କଥା ହେବା ପରେ ନିର୍ମାଣ ହୋଇଛି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’।ବିବେକ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୫୦୦୦ଘଣ୍ଟା ରିସର୍ଚ୍ଚ କରାଯାଇଥିଲା ଓ ୧୫ହଜାର ପୃଷ୍ଠାର ଡକ୍ୟୁମେଣ୍ଟ ସଂଗ୍ରହ କରାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାର ସାମ୍ବାଦିକ ସମ୍ମିଳନୀରେ ବିବେକ ଅଗ୍ନିହୋତ୍ରୀ ୨୦ମିନିଟର ଏକ ଭିଡିଓ ଦେଖାଇଥିଲେ। ଫିଲ୍ମ ରିଲିଜ୍ ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ।

ପୀ-ଡ଼ି-ତମ‌ାନେ ଘଟିଥିବା ଘଟ-ଣାକୁ ନେଇ ଫିଲ୍ମ ତିଆରି କରିବାକୁ ଅନେକ ଅନୁରୋଧ କରିଥିଲେ ବି ବଲିଉଡର କୌଣସି ଫିଲ୍ମ ନିର୍ମାତା ଏହାକୁ କରିବାକୁ ରାଜି ହୋଇନଥିଲେ।ସେ ସମୟରେ ସରକାର ମଧ୍ୟ କଶ୍ମୀର ପଣ୍ଡିତମାନଙ୍କ ଦୁଃ-ଖକୁ ଦେଶବାସୀଙ୍କଠାରୁ ଲୁଚା-ଇବା ପାଇଁ ସେ ବିଷୟରେ ବିଶେଷ ଆଲୋଚନା ମଧ୍ୟ କରିନଥିଲେ। ତେବେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ କରାଯାଇଥିବା କଷ୍ଟ ବିଷୟରେ ଜଣାଇଛନ୍ତି ବିବେକ ଅଗ୍ନିହୋତ୍ରୀ।ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବା ପାଇଁ ତାଙ୍କୁ ୪ବର୍ଷ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *