ସୁପ୍ରିମକୋର୍ଟର ବଡ ନିଷ୍ପତ୍ତି : ଏଣିକି ବାପା ମାଆଙ୍କୁ ହତାଦାର କଲେ ମିଳିବନି ପୈତୃକ ସମ୍ପତ୍ତିରୁ ଭାଗ

ଆମ ଦେଶରେ ଜଣଙ୍କ ନିର୍ଦ୍ଦେଶ ସମସ୍ତେ ମାନିବାକୁ ବାଧ୍ୟ, ତାହା ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସୁପ୍ରିମକୋର୍ଟ ଯାହାବି ନିର୍ଦ୍ଦେଶ ଦେଇ ଥାଆନ୍ତି ତାହା ଦେଶର ସବୁ ଲୋକ ମାନିବାକୁ ବାଧ୍ୟ। ଏବେର ଯୁଗରେ ବାପା ମାଆଙ୍କ ପ୍ରତି ପିଲା ମାନଙ୍କର ଅତ୍ୟାଚାର ଅନେକ ମାତ୍ରାରେ ବଢିଗଲାଣି। ସେଥିପାଇଁ ପୈତୃକ ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବାପା,ମାଆଙ୍କ ସହ ଭଲ ସମ୍ପର୍କ ରଖିବନି ତ ପାଇବନି ପୈତୃକ ସମ୍ପତ୍ତିରେ ଭାଗ। ଦିନକୁ ଦିନ ବାପା-ମାଆଙ୍କ ଉପରେ ପିଲାମାନେ ଯେପରି ଭାବରେ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଦାୟିତ୍ୱ ନେଉନାହାନ୍ତି ଭଳି ମା-ମ-ଲା ଅଧିକରୁ ଅଧିକ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏମିତି ନିଷ୍ପତ୍ତି ନେଇଛନ୍ତି।

ଏଣିକି ଯେଉଁ ସନ୍ତାନମାନେ ନିଜ ବାପା-ମାଆଙ୍କ ଦାୟିତ୍ୱ ସଠିକ୍‌ ଭାବରେ ନେବେନି ସେମାନେ ପୈତୃକ ସମ୍ପତ୍ତିରେ ଭାଗ ପାଇବେନି ବୋଲି କୋର୍ଟ ସିଧାସଳଖ କହିଛନ୍ତି। ସୁପ୍ରିମକୋର୍ଟରେ ଏକ ଛାଡ଼-ପତ୍ର ମାମ-ଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।ତେବେ ସୁପ୍ରିମକୋର୍ଟର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କୌଣସି ଝିଅ ନିଜ ପିତାମାତାଙ୍କ ସହ ଦୀର୍ଘ ସମୟ ଧରି କୌଣସି ସମ୍ପର୍କ ନରଖେ ଅର୍ଥାତ୍‌ ସେମାନଙ୍କ କଥା ନବୁଝେ

ତେବେ ସେମାନେ ବାପା-ମାଆଙ୍କ ସମ୍ପତ୍ତି କିମ୍ବା କୌଣସି ଜାଗାବାଡ଼ି ନେଇପାରିବେ ନାହିଁ। କୋର୍ଟ କହିଛନ୍ତି ଯେ, ଆଜିର ସମାଜରେ ଝିଅଙ୍କୁ ୨୦ ବର୍ଷ ହେଲେ ସେମାନେ ନିଜ ଇଚ୍ଛା ମୁତାବକ କାମ କରୁଛନ୍ତି। ଏବଂ ନିଜର ଜୀବନସାଥୀ ମଧ୍ୟ ବାଛୁଛନ୍ତି। ଯଦି ସେମାନେ ନିଜ ଇଚ୍ଚାରେ କାମ କରୁଛନ୍ତି ଆଉ ବାପା-ମାଆଙ୍କୁ ପଚାରୁନାହାନ୍ତି ତେବେ ସମ୍ପତ୍ତି ବେଳେ ବାପା-ମାଆଙ୍କଠାରୁ ଆଶା କରିବା ଠିକ୍‌ ନୁହେଁ। ତେଣୁ ସମ୍ପର୍କ ନଥିଲେ ସମ୍ପତ୍ତି ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଏକ ଛାଡ଼-ପତ୍ର ମାମ-ଲାର ଶୁଣାଣି କରି କୋ-ର୍ଟ କହିଛନ୍ତି। ଏହାସହ ଝିଅ ଯଦି ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂ-ପ-ର୍କ ନରଖେ ତେବେ ବାପା-ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି । ଆଉ ଛାଡ-ପତ୍ର ମା-ମ-ଲା ବିଚାର କରି ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବାକୁ କହିବା ସହିତ ୧୦ ଲକ୍ଷ ଟଙ୍କା ଜମା କରିବାକୁ କୋ-ର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇମାସ ଭିତରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହି ରାଶି ଅଭିଯୋଗକାରିଣୀ ପତ୍ନୀଙ୍କୁ ପ୍ରଦାନ କରାଯିବ ।ତେବେ ଦାୟର ହୋଇଥିବା ମା-ମ-ଲା ଅନୁସାରେ, ବର୍ତ୍ତମାନ ମା-ମ-ଲା ଦାୟର କରିଥିବା ଝିଅର ବୟସ ଏବେ ୨୦। ଭବିଷ୍ୟତର ରାସ୍ତା ବାଛିବା ପାଇଁ ତାର ଅଧିକାର ଅଛି । ହେଲେ ସମ୍ପର୍କ ନରଖିଲେ ସମ୍ପତ୍ତି ମିଳିବନି ବୋଲି କୋ-ର୍ଟ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *