୨୦୨୨ର ପ୍ରଥମ ବାତ୍ୟା,ଯାହାର ନାଁ “ଅସନି”, ୨୧ ରେ ସ୍ଥଳ ଭାଗରେ ହେବ ମାଡ଼,ଜାଣନ୍ତୁ ପାଣିପାଗ ବିଭାଗ ପକ୍ଷରୁ କଣ ସୂଚନା ମିଳୁଛି !

ଏହି ସୁନ୍ଦର ପୃଥିବୀ ପ୍ରକୃତି କୁ ନେଇ ଗଠିତ । ପ୍ରକୃତି ଆଗରେ ସର୍ବଦା ନତମସ୍ତକ ହୋଇ ରହେ ମଣିଷ । ଏହି ପ୍ରକୃତି କେତେବେଳେ ମା ହୋଇ ଆଦରି ନେଇ ଥାଏ ତ କେତେବଳେ ଦେଖାଇ ଥାଏ ତାର କରାଳ ରୂପ । ପାଲଟି ଯାଇଥାଏ ହିଂସ୍ର । ହିଂସ୍ର ରୂପ ଦେଖାଇ ବହୁ ଧନ ଜୀବନ କ୍ଷତି କରି ଦେଇ ଥାଏ । ତେବେ ପ୍ରକୃତି ର ଅନେକ ଭୟଙ୍କର ରୂପ ଦେଖିବାକୁ ମିଳି ଥାଏ ।

ଭୂମିକମ୍ପ , ବାତ୍ୟା, ଆଦି ହୋଇ ବହୁ ଧନ ଜୀବନ କ୍ଷତି ହୋଇ ଥାଏ । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ର କାରଣ ହେଉଛି ପରିବେଶ ଓ ପରିବେଶ ରେ ରହୁଥିବା ମନୁଷ୍ୟ । ମନୁଷ୍ୟ ମାନେ ପରିବେଶ କୁ ନିଜ ଆବଶ୍ୟକତା ପାଇଁ ନଷ୍ଟ କରି ଥାନ୍ତି । ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ପ୍ରକୃତି କୁ ନଷ୍ଟ କରିଥାନ୍ତି ସେଥି ପାଇଁ ବିଭିନ୍ନ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ ।

ଆଗାମୀ ତିନି ଦିନ ଯାଏ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗ ରୁ ଶୁଷ୍କ ବାୟୁ ପ୍ରଭାବିତ ହେବାକୁ ଯାଉଛି । କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ର ପ୍ରଭାବ ନ ଥିବାରୁ ମୁଖ୍ୟତଃ ଭାବରେ ଓଡ଼ିଶା ରେ ପାଞ୍ଚ ଦିନ ଯାଏ ପାଗ ଶୁଖିଲା ରହିବ । ଦିନ ର ତାପମାତ୍ରା ଆଗାମୀ ୨୪ ଘଣ୍ଟା ଯାଏ ୨ ଡିଗ୍ରୀ ବୃଦ୍ଧି ହେବ । ପରବର୍ତ୍ତୀ ଦୁଇ ଦିନ ଯାଏ ବିଶେଷ ପରିବର୍ତ୍ତନ ନାହି ।ଗତ କାଲି ର ଘୂର୍ଣି ବଳୟ ଲଘୁଚାପ ରେ ପରିଣତ ହୋଇଛି । ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଭାବରେ ସକ୍ରିୟ ହୋଇଛି ।

ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ପୂର୍ବ – ଉତ୍ତର ପୂର୍ବ ଦେଇ ଗତି କରିବ ଓ ଦକ୍ଷିଣ ଆଣ୍ଡମାନ ସାଗର ରେ ସୁଦୃଷ ଲଘୁଚାପ ରେ ପରିଣତ ହୋଇଛି । ୨୦ ମାର୍ଚ୍ଚ ବର ଗତି ପଥ ପରିବର୍ତ୍ତନ ହୋଇ ଉତ୍ତର – ଉତ୍ତର ପଶ୍ଚିମ କୁ ମୁହାଇବା । ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ଗୋଟିଏ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ।ଏହା ୨୩ ତାରିଖ ରେ ବଙ୍ଗଳାଦେଶ ଉତ୍ତର ମୀୟମାର ରେ ପହଞ୍ଚିବାର ସମ୍ଭାବନା ରହିଛି ।ଏଠାରୁ ଏହା ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରି ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।

ଏହାପରେ ଶନିବାର ସକାଳ ସୁଦ୍ଧା ସ୍ପଷ୍ଟ ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ତମାନ ସମୁଦ୍ର ଉପରେ ପହଞ୍ଚିବ। ୨୦ ତାରିଖ ସକାଳ ସୁଦ୍ଧା ଏହା ଅବପାତର ରୂପ ନେଇ ଆଣ୍ତମାନ ଓ ନିକୋବର ଦ୍ୱୀପ ନିକଟରେ କେନ୍ଦ୍ରୀଭୂତ ହେବ। ମାର୍ଚ୍ଚ ୨୧ ବେଳକୁ ଅଧିକ ସକ୍ରିୟ ହୋଇ ବାତ୍ୟା ଅସନିର ରୂପ ନେବ।

Leave a Reply

Your email address will not be published. Required fields are marked *