ଆସିଚି ମେୟର ପାର୍ଥୀ କ ର ତାଲିକା ବିଜେଡି ରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ସେହିଭଳି କଂଗ୍ରେସ ରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ୨୬ରେ ହେବାକୁ ଯାଉଥିବା ନିର୍ବାଚନ ରେ ଜଣାପଡ଼ିବ କିଏ ମାରିବ ଏଥର ବାଜି ଏହା ରି ଭିତରେ ଏବେ ଭୁବନେଶ୍ୱର ମେୟର ନିର୍ବାଚନ କୁ ନେଇ ସବୁଠୁ ବଢୁଛି ଚର୍ଚ୍ଚା ।
ରାଜଧାନୀ ଭୁବନେଶ୍ୱର ପଢ଼ିଛି ଭଳେନି କିଏ ପିନ୍ଧିବେ ମେୟର ମୁକୁଟ । ମଇଦାନ ରେ ଅଛନ୍ତି ୩ ପ୍ରମୁଖ ଦଳ ବିଜେପି -କଂଗ୍ରେସ -ବିଜେଡି ପ୍ରାର୍ଥୀ । ବିଜେଡି ରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।ତେବ ଆପଣ ମାନେ ଜାଣନ୍ତି କି କ’ଣ ରହିଛି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ସେମାନଙ୍କ ରାଜନୈତିକ ପୁଷ୍ଠଭୂମି କ’ଣ ରହିଚି ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱର ର ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀଙ୍କ ବିଷୟରେ ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ଗାଁ ସ୍କୁଲ ରୁ ତାଙ୍କର ପାଠପଢ଼ା ଆରମ୍ଭ ପରେ ଭଦ୍ରକ କଲେଜ ରୁ ସ୍ନାତକ ପାସ୍ କରି କଟକ ରେଭେନ୍ସା କଲେଜ ରେ ଇକୋନୋମିକ୍ସରେ ସ୍ନାତକୋତ୍ତର ଶେଷ କରିଥିଲେ ଏବଂ ସାମ୍ବାଦିକତା ରେ ମଧ୍ୟ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।ବିବାହ ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇ ଦଳର ମୁଖପାତ୍ର ହୋଇଥିଲେ । ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ସମ୍ପତ୍ତିର ମଲ୍ୟ ୨୬ ଲକ୍ଷ ୩୨ ହଜାର ୮୧୬ ଟଙ୍କା ପାଖ ପାଖ ହେଇଥାଏ ।
ଅନ୍ୟ ପଟେ ବିଜେପିରୁ ଭୁବନେଶ୍ୱର ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ । ସମ୍ବଲପୁର ୟୁନିଭରସିଟି ଅଧିନ ଭବାନୀପାଟଣା କଲେଜ ରୁ ଓଡ଼ିଆ ରେ ଏମ୍ଏ ପାସ୍ କରିଛନ୍ତି ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ରୁ ରୁରାଲ ଡେଭଲପ୍ମେଣ୍ଟ ରେ ମଧ୍ୟ ପିଜି କରିଛନ୍ତି ।
ଫାଉଣ୍ଡେସନ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଟ୍ରେଚର୍ର ଚେୟାରପର୍ସନ ହିସାବ ରେ ଖାଲି ସେତିକି ନୁହେଁ ସେ ଦକ୍ଷା ଏବଂ ତନୁଜା ମାଗାଜିନ୍ ର ସଂପାଦିକା ମଧ୍ୟ ରହିଛନ୍ତି ।ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ହେଉଛି ଏକ କୋଟି ୮ ଲକ୍ଷ ୨ ହଜାର ୬୭୧ ଟଙ୍କା ହୋଇଥିବ । କଂଗ୍ରେସ ମେୟର ପ୍ରାର୍ଥୀ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ’ରୁ ମଧୁସ୍ମିତା ଯୁକ୍ତ ୨ ପାସ୍ କରିବା ପରେ ଭୁବନେଶ୍ୱର କମଳା ନେହରୁ ମହିଳା କଲେଜରୁ ଗ୍ରାଜୁଏସନ୍ କରି ସେ କସ୍ମେଟୋଲୋଜିରେ ଏମ୍ବିଏ ମଧ୍ୟ କରିଛନ୍ତି ।