ଡାକ ବିଭାଗରୁ ଆସିଛି ନିଯୁକ୍ତି,ଅଷ୍ଟମ ପାସ କରିଥିଲେ ପାଇ ପାରିବେ ଚାକିରି,ଆଜି ହିଁ ଆବେଦନ କରନ୍ତୁ

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ରୋଜଗାର ରଖୁଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ଚାକିରୀ ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ଚାକିରୀ ଆସିଥାଏ । ତେବେ ଭାରତୀୟ ଡାକ ବିଭାଗ ପକ୍ଷରୁ ଖାଲି ପଡିଥିବା ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି ।

ଆଗ୍ରହୀ ପ୍ରାର୍ଥୀମାନେ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଖୁସି ଖବର । ଭାରତୀୟ ଡାକ ଦିଲ୍ଲୀରେ ମେଲ ମୋଟର ସର୍ଭିସ ବିଭାଗ ଅଧିନରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଭର୍ତ୍ତି ବାହାରିଛି । ଆବେଦନ କରିବା ପାଇଁ ଆଉ ମାତ୍ର ୪ ଦିନ ବାକି ରହିଛି ।

ତେବେ ଏହି ଭାରତୀୟ ଡାକ ବିଭାଗ ରେ ଅନେକ ପୋଷ୍ଟ ପାଇଁ ଚାକିରୀ ଆବେଦନ ବାହାରିଥିବା ବେଳେ ଷ୍ଟାଫ କାର ଡ୍ରାଇଭର ପଦବୀ ୨୯ ଟି ବାହାରିଛି । ତେବେ ସାଧାରଣ ବର୍ଗ ପାଇଁ ୧୫ ,  ଅନୁସୂଚିତ ଜାତି ପାଇଁ ୩ , ଓବିସି ଜାତି ପାଇଁ ୮ ଅନ୍ୟାନ୍ୟ ପାଇଁ ୩ ଟି ପଦବୀ ରହିଛି । ମୋଟ ୨୯ ଟି ପଦ ପାଇଁ ବାହାରିଛି ବିବରଣୀ । ତେବେ ଆପଣ ମାନେ ଯଦି ଆବେଦନ କରିବାକୁ ଚାହାଁନ୍ତି , ତେବେ ପୋଷ୍ଟାଲ ର ଅଫିସିଆଲ ୱେବସାଇଟ indiapost.gov.in ରେ ସର୍ଚ୍ଚ କରି ସେଠାରେ ଆବେଦନ କରି ପାରିବେ ।

ତେବେ ଯେଉଁମାନେ ଇଛୁକ ଅଛନ୍ତି ସେମାନେ ବିହାର ପୋଷ୍ଟାଲ ସର୍କଲ ଭର୍ତ୍ତି ଏବଂ ମହାରାଷ୍ଟ୍ର ପୋଷ୍ଟଲ ସର୍କଲ ଭର୍ତ୍ତି କୁ ଯାଇ ଆବେଦନ ମଧ୍ୟ କରିପାରିବେ । ତେବେ ଦରମା ମଧ୍ୟ ଭଲ ରହିଛି । ସପ୍ତମ ବେତନ କମିଶନ ଅନୁସାରେ ଯେଉଁମାନେ ଚାକିରୀ ପାଇବେ ଏହି ପୋଷ୍ଟ ପାଇଁ ୧୯, ୯୦୦ ଟଙ୍କାରୁ ରୁ ୬୩, ୨୦୦ ଟଙ୍କା ମଧ୍ୟରେ ଦରମା ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି ।

ତେବେ ଏହି ପୋଷ୍ଟ ପାଇଁ କିଛି ଯୋଗ୍ୟତା ନିହାତି ଭାବେ ଜରୁରୀ । ଆବେଦନ କରୁଥିବା ପ୍ରାର୍ଥୀ ମୋଟର ସାଇକେଲ, ତିନି ଚକିଆ ଏବଂ ହାଲୁକା ମୋଟରଗାଡି ଚଳାଇ ପାରୁଥିବେ ଏବଂ ଏହାର ଲାଇସେନ୍ସ ମଧ୍ୟ ରହିଥିବା ଦରକାର ଉକ୍ତ ପ୍ରାର୍ଥୀ ମାନଙ୍କର । ଏହାବ୍ୟତୀତ ପ୍ରାର୍ଥୀ ମାନଙ୍କର ଏକ ପଢା ପଢ଼ି ର ଯୋଗ୍ୟତା ମଧ୍ୟ ରହିଥିବା ଜରୁରୀ ।

ତେବେ ଏହି ପଦବୀ ରେ ଅପ୍ଲାଏ କରିବାକୁ ହେଲେ ଅତି କମ୍‌ରେ ଅଷ୍ଟମ ଶ୍ରେଣୀ ପାସ କରିଥିବେ । ତେବେ ପ୍ରାର୍ଥୀଙ୍କ ବୟସ ଅତି କମ୍‌ରେ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ତେବେ ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯିବ । ତେବେ ଡାକ ବିଭାଗ ରେ ରହିଛି ଅନେକ ପଦବୀ ।

Leave a Reply

Your email address will not be published. Required fields are marked *