ଖାଉଟିଙ୍କୁ ଶକ୍ତ ଝଟ୍‌କା, ଏହି ସବୁ ସାମଗ୍ରୀର ବଢ଼ିଲା ଦରଦାମ,ଜାଣନ୍ତୁ…

ଯଦି ଆପଣଙ୍କ ମନ ସପନ୍ଦର ଖାଦ୍ୟ ୨ ମିନିଟ୍ ରେ ପ୍ରସ୍ତୁତ ହୋଇ ଯାଉଥିବା ମେଗି ତେବେ ଏଥିପାଇଁ ଏବେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଏବଂ ନେସଲେ ଇଣ୍ଡିଆ ମ୍ୟାଗିର ମୂଲ୍ୟ ବଢାଇବାକୁ ଘୋଷଣା କରିଛି । ସିଏନବିସି ୧୮ର ରିପୋର୍ଟ ଅନୁସାରେ, ଏଚୟୁଏଲ ଏବଂ ନେସଲେ ଚା,କଫି, ଦୁଗ୍ଧ ଏବଂ ନ୍ୟୁଡଲ୍ସ ପରି ଉତ୍ପାଦର ମୂଲ୍ୟ ବଢାଇବା ନେଇ ଘୋଷଣା କରିଛି ।

ନେସଲେ ଇଣ୍ଡିଆ ମ୍ୟାଗିର ଦାମରେ ୨ ଟଙ୍କା ବଢାଇଛି । ନେସଲେ ଇଣ୍ଡିଆ ଅନୁସାରେ, ସୋମବାରଠୁ ମ୍ୟାଗିର ମୂଲ୍ୟରେ ୯ ପ୍ରତିଶତରୁ ବଢି ୧୬ ପ୍ରତିଶତ ହେବ । ଏଣିକି ୭୦ ଗ୍ରାମ ମ୍ୟାଗି ପକଟେର ମୂଲ୍ୟ ୧୨ ଟଙ୍କାରୁ ବଢି ୧୪ ଟଙ୍କା ହେବ । ଅନ୍ୟପଟେ ୧୪୦ ଗ୍ରାମ ମ୍ୟାଗି ପକଟେର ମୂଲ୍ୟରେ ୩ ଟାଙ୍କ ବୃଦ୍ଧି ହେବ। ଏହା ସହ ୫୬୦ ଗ୍ରାମ ପ୍ୟାକେଟ ପାଇଁ ୯୬ ଟଙ୍କା ପରିବର୍ତ୍ତେ ୧୦୫ ଟଙ୍କା ଦେବାକୁ ପଡିବ ।

ନେସଲେ ଏ ପ୍ଲସ୍ ମିଟର କାର୍ଟନର ମୂଲ୍ୟ ୭୫ ଟଙ୍କାରୁ ୪ ପ୍ରତିଶତ ବଢି ୭୮ ଟଙ୍କା ହୋଇଛି । ନେସଲେ କ୍ଲାସିକ କଫି ପାଉଡରର ମୂଲ୍ୟ ୩ ରୁ ୭ ପ୍ରତିଶତ ବୃଦ୍ଧି ହୋଇଛି । ନେସଲେ କ୍ଲାସିକର ୨୫ ଗ୍ରାମ ପ୍ୟାକରେ ୨.୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏଚୟୁଏଲ କହିଛି, କମ୍ପାନୀ ମୁଦ୍ରାସ୍ପୀତି ଯୋଗୁଁ ଚାପରେ ରହିଥିଲେ । ଦରବୃଦ୍ଧି କାରଣରୁ ଏହି ମୂଲ୍ୟ ବଢାଇବା ନିଷ୍ପତ୍ତି ନିଆଯାଇଛି ।

ନେସଲେ ଇଣ୍ଡିଆର ଅଧ୍ୟକ୍ଷ କହିଛନ୍ତି ଯେ ବିଭିନ୍ନ ଜିନିଷ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ କଞ୍ଚାମାଲର ଚାହିଦା ଏବେ ବିଶ୍ୱ ବଜାରରେ ବଢ଼ି ଚାଲିଛି । ଲକଡାଉନ ପରେ ବିଭିନ୍ନ ସ୍ଥାନରେ ମାର୍କେଟ ଗୁଡ଼ିକ ଖୋଲିଛି । ତେଣୁ ଉତ୍ପାଦନ ଅନୁସାରେ ଚାହିଦା ବଢ଼ିଥିବାରୁ ଦର ମଧ୍ୟ ବୃଦ୍ଧି ପାଇଛି । କଞ୍ଚା ମାଲ ଠାରୁ ଆରମ୍ଭ କରି ଅନ୍ୟ ଜିନିଷଗୁଡ଼ିର ଦାମ ବୃଦ୍ଧି ପାଉଛି । ଏହି ବର୍ଦ୍ଧିତ ଚାପର ପ୍ରଭାବ ଆମ ଆଶା ଠାରୁ ଅଧିକ ରହିଛି ।ଚାହିଦାର ଚାପ ପାଇଁ କ୍ଷୀର, କଫି ଓ ପ୍ୟାକେଜିଂ ଇତ୍ୟାଦିର ଦାମ ୪ ରୁ ୫% ବଢ଼ିଛି । ଏସବୁ ହେଉଛି ମୂଲ୍ୟ ବଢିବାର କାରଣ ।

Leave a Reply

Your email address will not be published. Required fields are marked *