ଶିକ୍ଷା ନୀତିରେ ବଡ଼ ଧରଣର ପରିବର୍ତ୍ତନ,ହଟିଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା !!!

ନୂଆ ଶିକ୍ଷାନୀତିକୁ ନେଇ ମିଶ୍ରିତ ମତ । କେନ୍ଦ୍ର ସରକାର ଆଣିବାକୁ ଥିବା ନୂଆ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ କେତେ ସହାୟକ ହେବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଥିବା ବେଳେ, ଏହାର ଅନେକ ସଂସ୍କାରମୂଳକ ପଦକ୍ଷେପକୁ ସ୍ୱାଗତ ମଧ୍ୟ କରାଯାଉଛି । ତେବେ ଭିତ୍ତିଭୂମି ସୁଦୃଢ଼ କରାନଗଲେ ଏହି ନୀତିର ବାସ୍ତବ ରୂପାୟନ ଅସମ୍ଭବ ବୋଲି ମଧ୍ୟ ଶିକ୍ଷାବିତ୍ ଓ ଅଭିଭାବକ ମତ ଦେଇଛନ୍ତି ।

ନୂଆ ଶିକ୍ଷାନୀତି ଅନୁସାରେ, ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୭ ବର୍ଷକୁ ବଢ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଉ ରହିବନି । ସ୍ନାତକରେ ୩ ବର୍ଷ ବଦଳରେ ରହିବ ୪ ବର୍ଷର ପାଠ୍ୟକ୍ରମ ରହିବ । ଏବେ ଠୁଁ ୭ ବର୍ଷରୁ ଆରମ୍ଭ ହେବ ପ୍ରଥମ ଶ୍ରେଣୀ ପାଠପଢା । ଅର୍ଥାତ ପିଲାଙ୍କୁ ୭ ବର୍ଷ ହେଲେ ହିଁ ସ୍କୁଲରେ ନାମଲେଖା ହୋଇପାରିବ । ରହିବନି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ସେହିପରି ଯୁକ୍ତ ୩ ବା ସ୍ନାତକରେ ରହିବ ୪ ବର୍ଷର ପାଠ୍ୟକ୍ରମ । ନୂତନ ଜାତୀୟ ଶିକ୍ଷାନୀତିରେ ଆସିଛି ଏମିତି କିଛି ସଂସ୍କାର । ଫାଇଭ୍ ପ୍ଲସ ଥ୍ରି, ପ୍ଲସ ଥ୍ରି ପ୍ଲସ ଫୋର୍ ଆଧାରରେ ପିଲାଙ୍କର ଶିକ୍ଷାର ମୂଳଦୁଆ ପଡିବ ।

ନର୍ସରୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଫଣ୍ଡାମେଣ୍ଟାଲ ଶିକ୍ଷା , ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତି ଶିକ୍ଷା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ମଧ୍ୟମ ଏବଂ ନବମରୁ ଦ୍ୱାଦଶ ଯାଏଁ ମାଧ୍ୟମିକ ଶିକ୍ଷା ଦିଆଯିବ । ସେହିପିରି ଉଚ୍ଚଶିକ୍ଷାରେ ସ୍ନାତକ ହେବ ୪ ବର୍ଷିଆ ଅଧାରୁ ପାଠ ଛାଡିଲେ, ପୁଣିଥିରେ ସେହିଠାରୁ ଆରମ୍ଭ କରିପାରିବେ । ଛାତ୍ରଛାତ୍ରୀ ନୂତନ ଶିକ୍ଷାନୀତିରେ ଏମିତି କିଛି ସଂସ୍କାରକୁ ଖୁବ୍ ଶୀଘ୍ର ସମସ୍ତ ଶିକ୍ଷାନୁଷ୍ଠାନ ଲାଗୁ କରିବାକୁ ଯାଉଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏହାକୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକାରିତାକୁ ନେଇ ମନରେ ପ୍ରଶ୍ନ ବି ରହିଛି ।

ପ୍ରାୟ ୩୪ ବର୍ଷ ପରେ ଜାତୀୟ ଶିକ୍ଷାନୀତିରେ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଶିକ୍ଷାନୀତିରେ ଅଙ୍ଗନୱାଡି ବା ପ୍ରି ସ୍କୁଲ ଶିକ୍ଷାକୁ ସାମିଲ କରାଯାଉନଥିବା ବେଳେ, ଏବେ ଏହି ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଏହି ନୂଆ ଶିକ୍ଷାନୀତି ଆଣିବା ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ଏବଂ ବିଚାରବିମର୍ଶ କରିଛନ୍ତି ସରକାର । କିନ୍ତୁ ଶିକ୍ଷାବିତ୍‌ଙ୍କ ମତରେ ନୂଆ ଶିକ୍ଷାନୀତିରେ ଅନେକ ତ୍ରୁଟି ରହିଛି । ଏହା ସହ କିଛି ନିୟମ ଲାଗୁ କରିବା ପୂର୍ବରୁ ଭିତ୍ତିଭୂମି ସୁଦୃଢ କରନ୍ତୁ ସରକାର ।

Leave a Reply

Your email address will not be published. Required fields are marked *