ଭ୍ଲାଦିମିର ପୁଟିନଙ୍କ ନି-ର୍ଦ୍ଦେ-ଶ,ଋଷ ସେନାରେ ଭର୍ତ୍ତି ହେବେ ୧୦୦୦୦୦ ଯୁବକ, ଯଦି ମନା କରିବେ,ତା ହେଲେ ମିଳିବ ଏହି ଭ-ୟଙ୍କ-ର ଦ-ଣ୍ଡ

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁ-ଦ୍ଧ। ଯୁ-ଦ୍ଧ ରେ ଅନେକ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ର-ମଣ ମହ-ଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦ-ଖଲ ଅନ୍ଦାଜ କରିବା।

ଏହି ଯୁ-ଦ୍ଧ ଯୋଗୁଁ ଆମ ଦେଶରେ ସମସ୍ୟା ଦେଖିବାକୁ ମିଳୁଥିଲା,ଯୁ-ଦ୍ଧ କାରଣରୁ ତେଲ ଆମ ଦେଶକୁ ଆସି ପାରୁନଥିବାରୁ ତେଲ ଦର ବଢିବାରେ ଲାଗିଛି।ୟୁକ୍ରେନ୍‌ ଉପରେ ଆକ୍ର-ମଣକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶ ଋଷ୍‌ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି।ୟୁକ୍ରେନ ଦ-ଖଲ ପାଇଁ ପ୍ରାୟ ଦୁଇ ଲକ୍ଷ ସୈନ୍ୟ କ୍ରମାଗତ ଭାବେ ଲ-ଢେ-ଇ ଜାରି ରଖିଛନ୍ତି । ଠିକ ଭାବେ ଖାଇବା, ବିଶ୍ରାମ ଓ ପାଣି ଅଭାବରୁ ଥକି ପଡିଲେଣି ଋଷ ସୈନ୍ୟ। ତେଣୁ ଋଷର ସାମରିକ ଅଭିଯାନ ଆଗକୁ ବଢି ପାରୁନାହିଁ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁରନ୍ତ ଏକ ଲକ୍ଷ ସୈନ୍ୟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆଉ ମନାକଲେ ଚାରି ବର୍ଷ ଜେ-ଲ୍ ଦ-ଣ୍ଡ ଭୋଗିବାକୁ ପଡିବ । ଆଜିକୁ ପ୍ରାୟ ୧୮ ଦିନ ହେବ ଚାଲିଛି ଋଷ-ୟୁକ୍ରେନ ଯୁ-ଦ୍ଧ। ଏ ସମ୍ପର୍କରେ ସଂସଦରେ ପ୍ରସ୍ତାବ ମଧ୍ୟ ପାସ୍ ହୋଇଛି । ସଂସଦରେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ଯେଉଁ ଏକ ଲକ୍ଷ ଯୁବକ ସେନାରେ ସାମିଲ ହେବେ ସେମାନଙ୍କୁ ଯୁଦ୍ଧ ପାଇଁ ୟୁକ୍ରେନ ପଠାଯିବ । ଏଥିସହ ସେନାରେ ନିଯୁକ୍ତି ପ୍ରକ୍ରିୟା ନିୟମକୁ ଆହୁରି କ-ଡାକ-ଡି କରାଯାଇଛି । ସେହି ଅନୁସାରେ ଦେଶର ସମସ୍ତ ୧୮ରୁ ୨୭ ବର୍ଷୀୟ ସୁସ୍ଥ ଯୁବକମାନେ ସେନାରେ ଭର୍ତ୍ତି ହେବାକୁ ବାଧ୍ୟ । ସେମାନଙ୍କୁ ଅତିକମରେ ସେନାରେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବାକୁ ପଡିବ।

କିନ୍ତୁ ଯେଉଁମାନେ ସେନାରେ ଭର୍ତ୍ତି ହେବାକୁ ମନାକରିବେ ସେମାନଙ୍କୁ ଦୁଇରୁ ଚାରି ବର୍ଷ ପର୍ଯ୍ୟନ୍ତ ଜେ-ଲ୍ ଦ-ଣ୍ଡ ମିଳିବ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଋଷ ସେନା ପକ୍ଷରୁ ସମସ୍ତ ଯୋଗ୍ୟ ଯୁବକ ଯୁବତୀଙ୍କ ପାଖକୁ ଚିଠି ଲେଖାଯିବ । ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯିବ । ଯଦି ଏହି ସମୟ ସୀମା ମଧ୍ୟରେ ସେମାନେ ସେନାରେ ସାମିଲ ନହୁଅନ୍ତି ତେବେ ସେମାନଙ୍କୁ ଗି-ର-ଫ କରି ଜେ-ଲ୍ ରେ ଭର୍ତ୍ତି କରି ଦିଆଯିବ ।

ଏପ୍ରିଲ ୧ ତାରିଖ ସୁଦ୍ଧା ଏକ ଲକ୍ଷ ସୈନ୍ୟ ସେନାରେ ସାମିଲ ହେବେ । ଏପରିକି ସିରିଆ ସମେତ ମଧ୍ୟପ୍ରାଚ୍ଯ ଅଞ୍ଚଳରୁ କିଛି ଯୋଦ୍ଧାଙ୍କୁ ଆଣି ୟୁକ୍ରେନରେ ଲଢେ-ଇବାକୁ ଋଷ ଯୋଜନା କରିଛି । ଅନ୍ୟପଟେ ଋଷର ପ୍ରତିରକ୍ଷା ବିଭାଗ କହିଛି ଏପର୍ଯ୍ୟନ୍ତ ଋଷ ସେନାରେ ଭର୍ତ୍ତି ହେବା ଲାଗି ମଧ୍ୟପ୍ରାଚ୍ୟର ୧୬ ହଜାର ସେନା ଆବେଦନ କରିଛନ୍ତି । ସେସବୁ ଦେଶରେ ଏହି ଯୋଦ୍ଧାମାନେ ଆଇଏସ ଆ-ତ-ଙ୍କି ବିପକ୍ଷରେ ଲ-ଢୁଥି-ଲେ। ସେମାନଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ୟୁକ୍ରେନକୁ ପଠାଇବା ଲାଗି ରାଷ୍ଟ୍ରପତି ପୁଟିନ ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *