ଗୁଗଲ ମ୍ୟାପ ଦ୍ଵାରା ଆପଣ କେମିତି ଅନ୍ୟ ଜଣକୁ କରିବେ ଟ୍ରାକ, ଜାଣନ୍ତୁ ଷ୍ଟେପ ବାଇ ଷ୍ଟେପ ସମ୍ପୂର୍ଣ ପ୍ରକ୍ରିୟା

୨୦୦୫ ମସିହାରେ ନିଜର ଆରମ୍ଭ ସମୟରେ, ଗୁଗୁଲ ମେପ୍ସ ଅନେକ ଯାତ୍ରୀଙ୍କ ଡେଲି ଲାଇଫରେ ଏକ ବହୁତ ଉପଯୋଗୀ ଟୁଲ ପ୍ରସ୍ତୁତ କରିଥିଲା। ଗୁଗୁଲ ମେପ୍ସ ଏଫ ସ୍ପେସିଫିକ ସ୍ଥାନ ସହିତ ଲୋକଙ୍କୁ ସହଜରେ ଖୋଜିବାରେ ମଧ୍ୟ ସହଜ କରିଦେଇଛି। ଏପ ମାଗଣା ଅଟେ ଓ ବ୍ୟବହାର କରିବାରେ ସହଜ ଅଟେ। ଆପଣ କୌଣସି ବ୍ୟକ୍ତିଙ୍କୁ ସେଲଫୋନ ବିଷୟରେ ନକହି ଗୁଗଲ ମେପ୍ସରେ ଟ୍ରାକ କରିପାରିବେ। କିନ୍ତୁ ଗୁଗଲ ମେପ୍ସର ବ୍ୟବହାର କରି କାହାରିକୁ ତାର ବିନା ଅନୁମତିରେ ଟ୍ରାକ କରିବା ପ୍ରାଇଭେସୀର ଉଲଂ-ଘନ ଅଟେ ଓ ଆମେ ଏହାକୁ ରେକମେଣ୍ଡ କରୁନାହିଁ।

କେବଳ ସୁର-କ୍ଷିତ ରହିବାକୁ ଆପଣ ଜଣେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ରିଅଲ-ଟାଇମ ଟ୍ରାକ କରିବାକୁ ଚେଷ୍ଟା କରିପାରିବେ। ଅବଶ୍ୟ, ଏଥିପାଇଁ ସେମାନଙ୍କୁ ହ୍ଵାଟସଆପରେ ସେମାନଙ୍କର ଲାଇଭ ଲୋକେସନ ସେୟାର କରିବାକୁ ପଡିବ। ନିର୍ଦ୍ଦିଷ୍ଟ ଭାବରେ, ଲାଇଭ ଲୋକେସନ ସେୟାରିଂ ବୈଶିଷ୍ଟ୍ୟ ଏକ ଆଇଫୋନ, ଆଇପ୍ୟାଡ, କିମ୍ବା ଆଣ୍ଡ୍ରଏଡ ଫୋନ ପାଇଁ ପ୍ରଯୁଜ୍ୟ। ପିସିରେ ଆପଣଙ୍କର ଲାଇଭ ଅବସ୍ଥାନ ସେୟାର କରିବା ସମ୍ଭବ ନୁହେଁ, କିନ୍ତୁ ଆପଣ ଗୁଗୁଲ ମ୍ୟାପ୍ସର ଡେସ୍କଟପ ସଂସ୍କରଣରେ ଅନ୍ୟର ଅବସ୍ଥାନ ଦେଖିପାରିବେ। ଆପଣ ଯେକୌଣସି ସମୟରେ ନିଜର ସ୍ଥାନ ବାଣ୍ଟିବା ବନ୍ଦ କରିପାରିବେ। ଆଇଫୋନ, ଆଇପ୍ୟାଡ ଏବଂ ଗୁଗୁଲ ମ୍ୟାପ୍ସ ବ୍ୟବହାର କରି କାହାକୁ ଟ୍ରାକ କରିବେ ଜାଣନ୍ତୁ।

ଆଇଫୋନ ଓ ଆଇପ୍ଯାଡ ଉପରେ ଗୁଗଲ ମେପ୍ସ ଲୋକେସନ କେମିତି ସେୟାର କରିବେ:-

– ଯଦି ଆପଣ ନିଜର ଲାଇଭ ଲୋକେସନ କାହାରି ସହ ସେୟାର କରିବାକୁ ଚାହୁଛନ୍ତି, ଯାହା ପାଖରେ ଗୁଗଲ ଏକାଉଣ୍ଟ ଅଛି, ତେବେ ଆପଣଙ୍କୁ ନିଜର ଗୁଗଲ କଣ୍ଟାକ୍ତରେ ତାଙ୍କର ଜିମେଲ ଯୋଡିବାକୁ ପଡିବ।

– ଥରେ ହୋଇଯିବା ପରେ, ନିଜର ଡିଭାଇସ ଉପରେ ଗୁଗଲ ମେପ୍ସ ଖୋଲନ୍ତୁ, ନିଜର ପ୍ରୋଫାଇଲ ଫୋଟ ଉପରେ ଟ୍ୟାପ କରନ୍ତୁ ଓ ତାପରେ ଲୋକେସନ ସେୟାରିଂକୁ ଚୟନ କରନ୍ତୁ।

– ଏହା ପରେ ଏଡ ପିପଲକୁ ଚୟନ କରନ୍ତୁ, ଓ ଏହି ସମୟ ଅବଧିକୁ ଚୟନ କରନ୍ତୁ ଯାହାଙ୍କ ପାଇଁ ଆପଣ ନିଜର ଲୋକେସନ ସେୟାର କରିବାକୁ ଚାହୁଁଛନ୍ତି। ଓ ତାପରେ ଏକ କିମ୍ବା ଅଧିକ କଣ୍ଟାକ୍ତ ଉପରେ ଟ୍ୟାପ କରନ୍ତୁ।

– ବର୍ତ୍ତମାନ ଗୁଗଲ ମେପ୍ସ ସହିତ କଣ୍ଟାକ୍ତ ସେୟାର କରିବା ପାଇଁ ଅନୁମତି ଦିଅନ୍ତୁ।

– ପୁଣି ସେୟାର କରନ୍ତୁ ଟ୍ୟାପ କରି, ଯଦି ବ୍ୟକ୍ତିଙ୍କ ପାଖରେ ଗୁଗଲ ଏକାଉଣ୍ଟ ନାହିଁ, ତେବେ ଆପଣ ଉପରୋକ୍ତ ପ୍ରକ୍ରିୟାରେ ଲୋକଙ୍କୁ ଏଡ ପିପଲ ଟ୍ୟାବ ସ୍ଥାନରେ ଲିଙ୍କ ସେୟାର କରିପାରିବେ।

– ଆପଣ ଏହି ଲିଙ୍କକୁ ଆଇମମେସେଜ କିମ୍ବା ଅନ୍ୟ ଚାଟ ଏପ ମାଧ୍ୟମରେ ପଠାଇ ପାରିବେ।

ଏଣ୍ଡ୍ରଏଡ ସ୍ମାର୍ଟଫୋନରେ ଏମିତି କରନ୍ତୁ ଗୁଗଲ ମେପ୍ସ ଲୋକେସନ ସେୟାର:-

– ସର୍ବପ୍ରଥମେ ନିଜ ଫୋନରେ ଗୁଗଲ ମେପ୍ସକୁ ଯାଆନ୍ତୁ ଓ ନିଜର ପ୍ରୋଫାଇଲ ପିକଚର ଉପରେ ଟ୍ୟାପ କରନ୍ତୁ।

– ଏହା ପରେ ଲୋକେସନ ସେୟାରିଂ ଓ ଏଡ ପିପଲ ଉପରେ ଟ୍ୟାପ କରନ୍ତୁ।

– ବର୍ତ୍ତମାନ ସେୟାରିଂ ଟାଇମ ସେଟ କରନ୍ତୁ ଓ ଏହା ପରେ କଣ୍ଟାକ୍ତ ସିଲେକ୍ଟ କରନ୍ତୁ।

– ଯଦି ଦ୍ଵିତୀୟ ବ୍ୟକ୍ତିଙ୍କ ନିକଟରେ ଗୁଗଲ ଏକାଉଣ୍ଟ ନାହିଁ ତେବେ ଆପଣଙ୍କୁ ଏଡ ପିପଲ ସ୍ଥାନରେ ଲୋକେସନ ସେୟାରିଂ ଲିଙ୍କକୁ ଚୟନ କରିବାକୁ ହେବ।

– ଆପଣ ଲିଙ୍କକୁ କପି କରି ମେସେଜ କିମ୍ବା କୌଣସି ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିପାରିବେ।

Leave a Reply

Your email address will not be published. Required fields are marked *