ଯେତେବେଳେ କେହି ଦୁଃ-ଖ ବା ଅପ-ମାନ ଦିଅ ସେତେବେଳ ଆପଣ କଣ କରିବେ, ଷ୍ଟ୍ରେସଲେସ ରହିବା ପାଇଁ ଏହି ସବୁ ଉପାୟ ଗୁଡିକ ଆପଣାନ୍ତୁ !

ଜୀବନରେ ସର୍ବଦା ଏମିତି କିଛି ଲୋକ ନିଶ୍ଚିତ ଆପଣଙ୍କୁ ମିଳିବେ ଯେଉଁମାନେ ସର୍ବଦା ଅନ୍ୟକୁ ଦୁଃ-ଖ ଦେବେ। ଏପରି କରିବା ପାଇଁ ସେମାନଙ୍କୁ ବହୁତ ମଜା ମିଳିବ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛିକି ଆମେ ଏଠି କଣ କରିବା ଉଚିତ। ଇଏ ଗୋଟେ ବିରାଟ ସମସ୍ୟା। ଲୋକ ଆମକୁ ଖରାପ ବ୍ୟବହାର ଦେଖାଉଛନ୍ତି। ଖରାପ କଥା କହୁଛନ୍ତି କ-ଷ୍ଟ ହେଲା ଭଳି ବ୍ୟବହାର ମଧ୍ୟ ଦେଖାଉଛନ୍ତି। କିନ୍ତୁ ଆମେ ତାକୁ କଣ କରିବା। ତାକୁ ସେମିତି ବ୍ୟବହାର ଦେଖାଇବା ନା ଚୁପ ରହିବାକୁ ହେବ।

ଆମେ ଭଲ ମଣିଷ। ଆପଣ ଠିକ ଅଛନ୍ତି। କିନ୍ତୁ ସାମ୍ନା ଲୋକ ଆମକୁ ବାରମ୍ବାର ଏମିତି ବ୍ୟବହାର ଦେଖାଉଛନ୍ତି ଯାହାକି ଆମକୁ ବହୁତ କଷ୍ଟ ଦେଉଚି। ତାକୁ ସହି ହେଉନାହିଁ କି କହି ହେଉନାହିଁ। ଏଠାରେ ମଣିଷ ପାଖରେ ଦୁଇଟି ପ୍ରକାର ରାସ୍ତା ଦେଖାଯାଏ। ଯେତେବେଳେ କେହି ଆମକୁ ଖରାପ ବ୍ୟବହାର ଦେଖାନ୍ତି ବା ଭାଷା କହେ ଆମକୁ ବହୁତ କଷ୍ଟ ହୁଏ।

ସେତେବେଳେ ଆମ ପାଖରେ ଦୁଇଟି ରାସ୍ତା ଥାଏ। ପ୍ରଥମ ହେଉଛିକି ସେ ଯେମିତି ବ୍ୟବହାର ଦେଖାଉଛି ତାକୁ ସେମିତି ବ୍ୟବହାର ଦେଖାଯାଉ। ଏହାକୁ ପ୍ରାୟ ଲୋକ ସାଧାରଣ ହିସାବରେ କରିଥାଆନ୍ତି। କିନ୍ତୁ ଅନ୍ୟଟି ଗୋଟିଏ ସୁନ୍ଦର ଉପାୟ ଅଟେ।

କୌଣସି ଗୋଟିଏ ରାସ୍ତାରେ ଗୋଟିଏ ପାଗଳ ଷଣ୍ଢ ଦୌଡୁଛି। ସେ ରାସ୍ତାରେ ଯାହାକୁ ବି ଦେଖୁଚି ତାକୁ ମା-ରୁଛି। ଲୋକମାନେ ଭୟରେ ଏପଟ ସେପଟ ହୋଇ ଧାଉଁଚନ୍ତି। ଯଦି ଆପଣ ତାକୁ କହିବେ ମୁଁ ଗୋଟିଏ ଭଲ ଲୋକ ମୋତେ ମା-ରନା ସେ କଣ ଆପଣଙ୍କୁ ଛାଡିଦେବକି। ଉତ୍ତର ଆସିବ ସେ ନିଶ୍ଚୟ ଆମକୁ ମା-ରିବ କାରଣ ତା ପ୍ରକୃତି ହେଉଛି ସେୟା। ଠିକ ସେମିତି ଖରାପ ଲୋକମାନଙ୍କର ପ୍ରକୃତି ସେୟା। ସେ ଭଲ ଲୋକ କଣ ଖରାପ ଲୋକ କଣ ସମସ୍ତଙ୍କୁ ସେମାନେ କଷ୍ଟ ଦେବେ।

ସେଥିରେ ସେ ଆନନ୍ଦ ପାଆନ୍ତି। କିନ୍ତୁ ଆମେ ତାଙ୍କୁ କଷ୍ଟ ଦେବା ଉଚିତ କି ନୁହେଁ। ଆମକୁ ଯଦି କିଏ ଖରାପ ବ୍ୟବହାର ଦେଖାଇଲା ତେବେ ଆମେ ତାକୁ ନିଶ୍ଚିତ ଭାବରେ ଖରାପ ବ୍ୟବହାର ଦେଖାଇବା ଉଚିତ। ଦ୍ଵିତୀୟରେ ଚୁପ ଚାପ ନିଜର କାର୍ଯ୍ୟରେ ଧ୍ୟାନ ଦେବା। ତାଙ୍କୁ ପ୍ରହାର ନକରି ଆପଣଙ୍କ ସମସ୍ତ ଶକ୍ତି ଆପଣଙ୍କ କାର୍ଯ୍ୟରେ ନିବେଶ କରନ୍ତୁ।

ଆପଣ ଜାଣି ପାରିବେନି ଆପଣଙ୍କ ଲକ୍ଷ ଯେତିକି ସମୟ ଭିତରେ ପୁରଣ ହୋଇଥାନ୍ତା ତାର ଅଧା ସମୟ ମଧ୍ୟରେ ପ୍ରାପ୍ତ ହୋଇଯିବ। ଆମେ ଜୀବନରେ ବହୁତ ବଡ ଭୁଲ କରିଥାଉ। ଯେଉଁମାନଙ୍କ ପ୍ରବୃତ୍ତି ହେଉଛି କଷ୍ଟ ଦେଇ ଆନନ୍ଦ ପାଇବା କିନ୍ତୁ ଆମେ ତାଙ୍କ ପଛରେ ଲାଗି ତାଙ୍କର ପ୍ରତି-ଶୋଧ ନେବା ପାଇଁ ଚିନ୍ତା କରି ସେମିତି ବ୍ୟବହାର ଦେଖାଇ ଆମ ଜୀବନର ଅଧା ଉର୍ଜା ତାଙ୍କ ପଛରେ ଲଗେଇ ଦିଅନ୍ତି। ଯାହା ଫଳରେ ଆମ ଶରୀରର ଶକ୍ତି ଓ ମାନସିକ ଶକ୍ତି ମଧ୍ୟ କ୍ଷୟ ହୋଇଥାଏ।

Leave a Reply

Your email address will not be published. Required fields are marked *