ବାହାହେବେ ତ ସିଦ୍ଧୁଙ୍କ ଝିଅ : ନିର୍ବାଚନ ରାଲି ସମୟରେ ଏମିତି କହିଥିଲେ ସିଦ୍ଧୁଙ୍କ ଝିଅ, ଆଉ ବର୍ତ୍ତମାନ ଫଳାଫଳ ଆସିବା ପରେ ଲୋକେ ଏଭଳି ପ୍ରଶ୍ନ କରୁଛନ୍ତି !

ସିଦ୍ଧୁଙ୍କ ଝିଅ ବାହା ହେବେ ତ? ସେ କହିଥିଲେକି ବାପା ନ ଜିତିବା ଯାଏଁ ସେ ବାହା ହେବେନି। ଆଉ ବାପା ତ ହାରିଗଲେ, ତେଣୁ ପ୍ରଶ୍ନ ଉଠୁଛି ଝିଅ ବର୍ତ୍ତମାନ ବାହା ହେବ ତ? ବାହା ହେବା କି ନହେବା ହୁଏତ ଏହା ଜଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଅଟେ। କିନ୍ତୁ ଯଦି କେହି ସର୍ବ ସାଧାରଣରେ କହିବ କି ବାପା ନ ଜିତିବା ଯାଏଁ ବାହା ହେବିନି ତେବେ ଏହାକୁ ନେଇ ସମସ୍ତେ ପ୍ରଶ୍ନ କରିବା ଏକ ସ୍ଵାଭାବିକ କଥା। କାରଣ ବାପା ନିର୍ବାଚନରେ ହାରି ଯାଇଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ବର୍ତ୍ତମାନ ସମୟରେ କିଏ ବା ନଜାଣେ !

ନିର୍ବାଚନ ପ୍ରଚାର ସମୟରେ କହି ବୁଲୁଥିବା ବିସିସି ସଭାପତି ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଝିଅ ରାବିୟା ବର୍ତ୍ତମାନ ଆଉ ବାହା ହେବେକି ନାହିଁ ତାହାକୁ ନେଇ କୌତୁହଳ ସୃଷ୍ଟି ହୋଇଛି। କାରଣ ପଞ୍ଜାବରୁ କେବଳ ସିଦ୍ଧୁ ହାରିଛନ୍ତି ତାହା ନୁହେଁ ବରଂ ସେଠାରୁ କଂଗ୍ରେସ ଏକ ପ୍ରକାର ମୂଳପୋଛ ହୋଇଯାଇଛି। ଦିଲ୍ଲୀ ପରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ଅନ୍ୟ ରାଜ୍ୟରେ କ୍ଷମତାକୁ ଆସିଛି।

ନା କଂଗ୍ରେସ ଆପକୁ ରୋକି ପାରିଛି ନା ବିଜେପି ଆପକୁ ଅଟକାଇ ପାରିଛି। ତେବେ ନିର୍ବାଚନ ରା-ଲି ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କୁ ରାବିୟା କ-ଡା ସମାଲୋଚନା କରି କହିଥିଲେ, ଲୋକଙ୍କୁ ବର୍ତ୍ତମାନ ନିଷ୍ପତ୍ତି ନେବାର ସମୟ ଆସିଛି। ନିଶା ବ୍ୟବସାୟ କରୁଥିବା ପ୍ରାର୍ଥୀମାନଙ୍କୁ ଭୋଟ ଦେବେ ନା ନି-ଶା କାରବାର ରୋକିବାକୁ ଉଦ୍ୟମ କରୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବେ। ଟଙ୍କା ଦେଲେ ଲୋକ ବିକ୍ରି ହୋଇଯାନ୍ତି କିନ୍ତୁ ଏଥର ଲୋକ ଠିକ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।

ଆଉ ଏହିସବୁ ଭିତରେ ରାବିୟା ଗୋଟିଏ ପାଦ ଆଗକୁ ବଢି କହିଥିଲେ, ଯେ ପର୍ଯ୍ୟନ୍ତ ବାପା ଜିତି ନାହାନ୍ତି ସେ ପର୍ଯ୍ୟନ୍ତ ସେ ବାହା ହେବେ ନାହିଁ। ଏମିତିକି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ କରିବା ନେଇ ପ୍ରତିଜ୍ଞା ରଖି କହିଥିଲେ ହାଇ କମାଣ୍ଡଙ୍କ କୌଣସି ବାଧ୍ୟ ବାଧକତା ଥାଇପାରେ। ଆଉ ଏହିସବୁ ମଧ୍ୟରେ ପଞ୍ଜାବ ନିର୍ବାଚନର ଫଳାଫଳ ଆସିବା ପରେ ସିଦ୍ଧୁଙ୍କୁ ନି-ରା-ଶ ହେବା ପାଇଁ ପଡିଛି।

Leave a Reply

Your email address will not be published. Required fields are marked *