ଭୁବନେଶ୍ୱର ଏମ୍ସ ମେଡିକାଲରୁ ଉଦ୍ଧାର ହେଲା ବିରାଟ ନାଗ ସାପ …

ବନ୍ଧୁଗଣ ‘ସାପ’ ନାଁଟି ଶୁଣିଲା ମାତ୍ରେ ଛାତିରେ ଛନକା ପଶିଯାଏ । ଏହି ଜନ୍ତୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦଜନକ ମଧ୍ୟ । ତଥାପି ଆମ ଦେଶରେ ଆଜି ମଧ୍ୟ ସାପକୁ ପୂଜା କରାଯାଏ । ପୁରାଣ ଓ କାଳ୍ପନିକ କାହାଣୀରେ ସାପର ବର୍ଣ୍ଣନା କରାଯାଇଛି । ବିଶେଷ କରି ଭଗବାନ ଶିବ, ଶ୍ରୀକୃଷ୍ଣଙ୍କ କାହାଣୀରେ ବାସୁକି, କାଳିଆ ନାଗ, ଅନନ୍ତ ନାଗ ଓ ନାଗ ଫାଶ ଭଳି ଶବ୍ଦ ବ୍ୟବହାର କରାଯାଇଛି । ଏହି ସାପର ଦଂଶନ ଫଳରେ ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଆଉ ସେହି ମୃତ୍ୟୃ ମାମଲାରେ ଭାରତର ସ୍ଥାନ ସବୁଠୁ ଶୀର୍ଷରେ ରହିଛି ।

ଏକ ରିପୋର୍ଟ ଅନୁଯାୟୀ ଆମ ଦେଶରେ ପ୍ରାୟ ୩୦୦ ପ୍ରଜାତିର ସାପ ମିଳନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୬୦ଟି ସାପ ବିଷଧର । ସେଥିରୁ ମାତ୍ର ଏପରି ୧୦ଟି ସାପ ଅଛନ୍ତି ଯେଉଁମାନଙ୍କ ଦଂଶନରେ ମଣିଷର ମୃତ୍ୟୁ ଆଶଙ୍କା ଅଧିକ । ସେହି ମାରାତ୍ମକ ସାପମାନଙ୍କ ମଧ୍ୟରେ ନାଗ, ବୋଡା, ଚିତି ଓ ସମୁଦ୍ର ସାପ ଅନ୍ୟତମ । ଯେଉଁ ଗୁଡ଼ିକ ପ୍ରାୟ ମଣିଷ ବସବାସ କରୁଥିବା ଅଞ୍ଚଳରେ ଦେଖାଯାଆନ୍ତି । ତେଣୁ ପ୍ରତିଦିନ ଏମାନେ ମଣିଷ ହାବୁଡରେ ପଡନ୍ତି ଓ ତାଙ୍କ ପାଇଁ ବିପଦ ସୃଷ୍ଟି କରନ୍ତି । ସାଧାରଣତଃ ସାପ ନିଜର ଖାଦ୍ୟ ପାଇଁ ଶିକାର କରିବା ପାଇଁ ହେଉ କିମ୍ବା ନିଜକୁ ରକ୍ଷା କରିବା ପାଇଁ ଦଂଶନ କରିବାକୁ ଉଦ୍ୟମ କରିଥାଏ ।

https://youtu.be/ilVcYocEw_c

ଅନେକ ସମୟରେ ବିଷଧର ସାପ ମାନଙ୍କୁ ଉଦ୍ଧାର କରାଯିବାର ଦୃଶ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ । ଜନ ସାଧାରଣ ଜାଗା ଗୁଡ଼ିକୁ ପଶି ଆସିଥାନ୍ତି । ଯାହା ଆମମାନଙ୍କ ପାଇଁ ବଡ ବିପଦର କାରଣ ହୋଇଥାଏ । ଆଉ ବର୍ଷା ଦିନେ ପ୍ରାୟ ଅଧିକ ମାତ୍ରାରେ ପଶି ଆସିଥାନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷିତ ସାପ ଧରାଳି ମାନେ ନିଯୁକ୍ତ ଥାଆନ୍ତି ଯେଉଁମାନେ ସାପ ଗୁଡ଼ିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥାନ୍ତି । ଆଉ ସେହି ଉଦ୍ଧାର କରାଯାଇଥିବା ସାପ ଗୁଡ଼ିକୁ ପରେ ସୁରକ୍ଷିତ ସ୍ଥାନରେ ଅର୍ଥାତ୍ ଜଙ୍ଗଲରେ ଛାଡ଼ି ଦିଆ ଯାଇଥାଏ ।

ସେଥିପାଇଁ ତ ସାପକୁ ଧରିବା ପାଇଁ ସାପ ଧରାଳି ମାନଙ୍କୁ ଉପଯୁକ୍ତ ତାଲିମ୍ ଦିଆ ଯାଇଥାଏ । ସେପରି ଏକ ଘଟଣା ସାମ୍ନାକୁ ଆସିଛି ଆମ ରାଜଧାନୀ ଭୁବନେଶ୍ବରରୁ । ଭୁବେଶ୍ବର ଠାରେ ଥିବା ଏମ୍ସ ଓକ୍ସିଜେନ୍ ପ୍ଲାଣ୍ଟ ଭିତରେ ଏକ ନାଗ ସାପଟି ଫସି ଯାଇଥିଲା । ଶୁଭେନ୍ଦୁ ନାମକ ଜଣେ ସାପ ଧରାଳି ଆସି ନାଗଟିକୁ ଧରିବାକୁ ଚେଷ୍ଟା କଲେ ତୋ ସାପଟି ରାଗିକି ଫଁ ଫଁ ହୋଇ ହୁଙ୍କାର ଛାଡୁଥିଲା । ବହୁତ ସମୟ ଚେଷ୍ଟା କରିବା ପରେ ଶେଷରେ ନାଗଟିକୁ ଏକ ଡବା ଭିତରେ ପଶେଇବାକୁ ସକ୍ଷମ ହୋଇଥିଲେ ଶୁଭେନ୍ଦୁ । ତାପରେ ନାଗଟିକୁ ନେଇ ଏକ ବୁଦା ନିକଟରେ ଛାଡ଼ି ଦେଇ ଆସିଥିଲେ ।

Leave a Reply

Your email address will not be published. Required fields are marked *