ବର୍ତ୍ତମାନ ଏହି ଅବସ୍ଥାରେ କଟୁଛି ‘ରାମାୟଣ’ ର ‘କୈକେଇ’ ଙ୍କ ଜୀବନ, ବହୁତ ବର୍ଷ ପୂର୍ବେ ଛାଡିଥିଲେ ଦେଶ,ଜାଣନ୍ତୁ କେମିତି କାଟୁଛି ତାଙ୍କ ଜୀବନ !

ଭାରତୀୟ ଟିଭି ଇତିହାସର ଐତିହାସିକ ଧାରାବାହିକ ରାମାୟଣ ଦର୍ଶକମାନଙ୍କ ହୃଦୟରେ ତାର ଗଭୀର ଆଉ ସ୍ଵତନ୍ତ୍ର ଜାଗା ବନେଇଛି । ୩୪ ବର୍ଷ ପୂର୍ବେ ୧୯୮୭ମସିହାରେ ଆସିଥିବା ଏହି ଧାରାବାହିକ ଆଜି ବି ବହୁତ ପସନ୍ଦ କରାଯାଉଛି । ଏହାର ପ୍ରତ୍ୟେକ ଚରିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

ରାମାୟଣରେ ନଜର ଆସିଥିବା ପ୍ରତ୍ୟେକ ଚରିତ୍ର ଚର୍ଚାରେ ରହିଛନ୍ତି । ଭଗବାନ ରାମ,ମାତା ସୀତା, ଲକ୍ଷ୍ମଣ,ହନୁମାନ,ରାବଣର ଭୂମିକାରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ଲୋକପ୍ରିୟ ହୋଇଥିଲେ । ତେବେ ଏହି ଐତିହାସିକ ଧାରାବାହିକରେ ମାତା କୈକେଇ ଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପଦ୍ମା ଖାନାଙ୍କୁ ମଧ୍ୟ ବଡ଼ ଲୋକପ୍ରିୟତା ମିଳିଥିଲା ।

ପଦ୍ମା ଖାନାଙ୍କ ପାଇଁ ଆଜିର ଦିନ ବହୁତ ଖାସ୍ ଅଟେ । ପଦ୍ମା ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । କହିରଖୁଛୁ କି ଆଜି ର ଦିନରେ ତାଙ୍କର ଜନ୍ମ ୧୯୪୯ମସିହାରେ ଉତ୍ତର ପ୍ରଦେଶର ବାରାନାସି ସହରରେ ହୋଇଥିଲା । କହିରଖୁଛୁ କି ରାମାୟଣ ରେ କାମ କରିଥିବା ପଦ୍ମା ହିନ୍ଦୀ ସିନେମାରେ ମଧ୍ୟ କାମ କରିଛନ୍ତି ।

କହିରଖୁଛୁ କି ପଦ୍ମା ହିନ୍ଦୀ ସିନେମାରେ ଅନେକ ଫିଲ୍ମରେ ନଜର ଆସିଛନ୍ତି । ସେ ‘ସଦି କେ ମହାନାୟକ’ ରେ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ କାମ କରିଛନ୍ତି । ଯଦିଓ ସେ ବଡ଼ ପରଦାରେ ତାଙ୍କର ଜଲୱା ଦେଖେଇ ପାରିନଥିଲେ । କିନ୍ତୁ ସେ ‘ରାମାୟଣ’ ରେ ନିଜର ସର୍ବୋତ୍ତମ କାର୍ଯ୍ୟ ସହିତ ଦର୍ଶକମାନଙ୍କ ହୃଦୟ ଜିତି ନେଇଥିଲେ । ରାଜା ଦଶରଥଙ୍କ ପତ୍ନୀଙ୍କ ଭୂମିକାରେ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା ।

‘ରାମାୟଣ’ ରୁ ଲୋକପ୍ରିୟତା ହାସଲ କରିଥିବା ପଦ୍ମା ବଡ଼ ଅଭିନେତ୍ରୀ ବନିଵାରେ ଅସଫଳ ହୋଇଥିଲେ । ପଦ୍ମା ଫିଲ୍ମରେ ଶିଶୁ କଳାକାର ଭାବରେ ହିଁ କାମ କରିବା ଆରମ୍ଭ କରିଦେଇଥିଲେ । ମାତ୍ର ୧୨ବର୍ଷ ବୟସରେ ସେ ଭୋଜପୁରୀ ଫିଲ୍ମ “ଭୈୟା” ରେ ନଜର ଆସିଥିଲେ । ୧୯୭୦ ମସିହାରେ ତାଙ୍କୁ ଫିଲ୍ମ “ଜନୀ ମେରା ନାମ” ରେ ଗୋଟେ ଡ୍ୟାନ୍ସ ନମ୍ବର ଅଫର କରାଯାଇଥିଲା ।

କଥକର ସମ୍ରାଟ୍ କୁହାଯାଉଥିବା ବିରଜୁ ମହାରାଜଙ୍କ ଠାରୁ ପଦ୍ମା ଡ୍ୟାନ୍ସର ଶିକ୍ଷା ନେଇଥିଲେ ଆଉ ୧୨ବର୍ଷ ବୟସରେ ହିଁ ମଞ୍ଚରେ ନାଚିବା ଆରମ୍ଭ କରିଦେଇଥିଲେ । ଗଙ୍ଗା ମୈୟା ତୋହେ ପୀୟରି ଚଢ଼ଇବୋ,ବିଦେସିୟା,ବଲମ ପରଦେଶୀୟା,ଧରତୀ ମୈୟା,ଦଗାବାଜ ବଲମା,ଭୈୟା ଦୁଜ,ହେ ତୁଳସୀ ମୈୟା ପରି ଭୋଜପୁରୀ ଫିଲ୍ମଗୁଡିକରେ କାମ କରିଥିବା ପଦ୍ମା ହିନ୍ଦୀ ସିନେମାକୁ ଅନେକ ଲୋକପ୍ରିୟ ଡ୍ୟାନ୍ସ ଦେଇଛନ୍ତି ।

ତେବେ ହିନ୍ଦୀ ସିନେମାରେ ସେ ୟେ ଜିନ୍ଦେଗି କିତନି ହସିନ ହୈ,ବାହାରୋ କି ସପ୍ନେ,ହୀର ରଂଝା,ସୀମା,ଦେସ୍ଥାନ,ରାମପୁର କା ଲକ୍ଷ୍ମଣ,ସୌଦାଗର,ଦାଗ,ଜୋଶୀଲା,ଜ୍ୟୋତି,ଅନୋଖୀ ଅଦା,ପାପୀ,ହେରା ଫେରୀ, ଲୋଫର,ନୁରି, ଘର ସଂସାର,ଘର ଘର କି କାହାଣୀ ପରି ଫିଲ୍ମଗୁଡିକରେ ଅଭିନୟ କରିଥିଲେ ।

ପଦ୍ମା ୧୯୮୬ ମସିହାରେ ଜଗଦୀଶ ସିଦାନାଙ୍କୁ ବିବାହ କରିଥିଲେ । ଦୁହେଁ ଏକ ପୁଅର ପିତାମାତା ହେଲେ । ପଦ୍ମାଙ୍କ ପୁଅର ନାମ ଅକ୍ଷର । କହିରଖୁଛି କି ବିବାହ ପରେ ପଦ୍ମା ତାଙ୍କ ସ୍ୱାମୀଙ୍କ ସହ ଆମେରିକା ସିଫ୍ଟ ହୋଇ ଯାଇଥିଲେ । ସେଠାରେ ତାଙ୍କ ପିଲାଙ୍କ ପାଠପଢ଼ା ହେତୁ ସେ ଭାରତକୁ ଫେରିପାରିନଥିଲେ । ବର୍ତ୍ତମାନ ପଦ୍ମାଙ୍କ ଲୁକ୍ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି ।

୧୯୯୦ ରେ ପଦ୍ମା ଇଣ୍ଡିଆନିକା ନାମକ ଏକ ନୃତ୍ୟ ଏକାଡେମୀ ଖୋଲିଥିଲେ ଯାହାକୁ ସେ ତାଙ୍କ ପୁଅ ଏବଂ ସ୍ୱାମୀଙ୍କ ପ୍ରଥମ ବିବାହରୁ ହେଇଥିବା ଝିଅ ସହିତ ମିଶିକି ଚଲାଉଛନ୍ତି । ସୂଚନା ଅନୁଯାୟୀ ପଦ୍ମା ଆମେରିକାର ନ୍ୟୁଜର୍ସିରେ ରୁହନ୍ତି । ସେ ଏଠାରେ ପିଲାମାନଙ୍କଠାରୁ ନେଇକି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦେଉଛନ୍ତି । ବର୍ଷ ବର୍ଷ ଧରି ହିନ୍ଦୀ ସିନେମା ଏବଂ ଛୋଟ ପରଦାର ଏହି ଅଭିନେତ୍ରୀ ଏହି କାମ କରୁଛନ୍ତି

Leave a Reply

Your email address will not be published. Required fields are marked *