ଚୁଟିରେ ଗଣ୍ଠି ବାନ୍ଧି ଚେୟାରରେ ବସିଥିବା ଏହି ପିଲାଟି ବନିସାରିଛନ୍ତି ବଲିଉଡର ସୁପରଷ୍ଟାର,କଣ ଆପଣ ୟାକୁ ଚିହିଁପାରୁଛନ୍ତି ?

ବଲିଉଡ ଦୁନିଆରେ ଏକରୁ ଅଧିକ ତାରକା ଅଛନ୍ତି | ଏହି ତାରକାମାନେ ନିଜର କଠିନ ପରିଶ୍ରମ ଆଧାରରେ ଲୋକଙ୍କ ହୃଦୟରେ ରାଜ୍ କରନ୍ତି | ଫିଲ୍ମି ଦେଖିବାର ସଉକ୍ ରଖିଥିବା ଲୋକଙ୍କର ପ୍ରିୟ ହୀରୋ ଆଉ ହିରୋଇନ ତ ଥାଆନ୍ତି, କିନ୍ତୁ ଏମିତି ବହୁତ କମ୍ ହୋଇଥାଏ କି କେଉଁ ଅଭିନେତାଙ୍କର ପିଲାଦିନର ଫଟୋ ଦେଖି ତାଙ୍କୁ ସହଜରେ ଚିହ୍ନିହେବ |

ଏହିପରି ହିଁ ଜଣେ ଅଭିନେତାଙ୍କ ଫଟୋ ଆଜି ଆମେ ଆପଣଙ୍କୁ ଦେଖାଉଛୁ | ଦେଖିବା କଣ ଆପଣ ତାଙ୍କୁ ଚିନ୍ହି ପାରୁଛନ୍ତି ନା ନାହିଁ | ଆପଣଙ୍କୁ କେବଳ ଏତିକି କହିରଖୁଛୁ ଯେ ଏହି ଅଭିନେତା ବଲିଉଡର ତିନି ଖାନଙ୍କୁ ଏକୁଟିଆ ହିଁ ଟକର ଦିଅନ୍ତି | ଯଦି ଆପଣ ଜାଣିପାରିଲେ ତେବେ ଠିକ ଅଛି ନାହିଁ ତ ଆମେ ଆପଣଙ୍କୁ କହିଦେଉଛୁ |

ଚେୟାର ଚୁଟି ବନ୍ଦୀ ବସିଥିବା ଏହି ପିଲା :-

ଯେଉଁ ଫୋଟୋ ଆମେ ଆପଣଙ୍କୁ ଦେଖାଉଛୁ, ସେ ଏକ ଛୋଟପିଲାର ଅଟେ ଯିଏ କି ନିଜ ଚୁଟିକୁ ବାନ୍ଧିଛନ୍ତି | ଚେୟାରରେ ବସିଥିବା ଏହି କ୍ଯୁଟ୍ ପିଲା ବଲିଉଡର ସବୁଠାରୁ ବଡ଼ ଆକ୍ସନ ହିରୋ ଅଟନ୍ତି | ତିନି ଖାନ ଅଭିନେତାଙ୍କୁ ଏକୁଟିଆ ହିଁ ଏହି ହିରୋ ଦିଅନ୍ତି ଟକର | ଫ୍ୟାନ୍ସ ଫଲୋଇଙ୍ଗ ରେ ମଧ୍ୟ ଏହାଙ୍କର କୌଣସି ଉତ୍ତର ନାହିଁ |

ଏଇ ହେଉଛନ୍ତି ସେହି ଫେମସ୍ ଅଭିନେତା :-

ଚେୟାରରେ ବସିଥିବା ଏହି ପିଲାଟି ପ୍ରକୃତରେ ଅକ୍ଷୟ କୁମାର ଅଟନ୍ତି ଯିଏକି ଖିଲାଡି କୁମାରଙ୍କ ନାମରେ ଫିଲ୍ମି ଦୁନିଆରେ ଫେମସ୍ ଅଟନ୍ତି | ହଁ ଆଜ୍ଞା ଏହା ଅକ୍ଷୟଙ୍କର ହିଁ ପିଲାଦିନର ଫଟୋ ଯେଉଁଥିରେ ସେ ଏକ କ୍ଯୁଟ ପିଲା ପରି ଦେଖାଯାଉଛନ୍ତି |

ଅକ୍ଷୟ ଏହି ସମୟରେ ତାଙ୍କ ଅଭିନୟ ବଳରେ ସେହି ପଦବୀ ହାସଲ କରିସାରିଛନ୍ତି ଯେଉଁ ପର୍ଯ୍ୟନ୍ତ ପହଂଚିବା ପାଇଁ ପ୍ରତ୍ୟେକ ଅଭନେତାଙ୍କର ସ୍ୱପ୍ନ ରହିଥାଏ । ଆକ୍ସନର ଦୁନିଆରେ ମଧ୍ୟ ସେ ବହୁତ ଫେମସ୍ ଅଟନ୍ତି ଆଉ ଖତରନାକ୍ ରୁ ଖତରନାକ୍ ଷ୍ଟଣ୍ଟ ବି ସେ ନିଜେ ହିଁ କରିଥାନ୍ତି । ଏହି କାରଣରୁ ତାଙ୍କର ପ୍ରଶଂସା ମଧ୍ୟ ହୋଇଥାଏ ।

ଆକ୍ଟିଙ୍ଗ ପୂର୍ବରୁ ସେଫ୍ ଥିଲେ ଅକ୍ଷୟ:-

ଅକ୍ଷୟ କୁମାର ଆରମ୍ଭରୁ ହିଁ ଅଭିନୟ ଜଗତରେ ପ୍ରବେଶ କରିବାକୁ ଚାହୁଁନଥିଲେ । ସେ ତ ପୂର୍ବରୁ ମାର୍ଶଲ ଆର୍ଟ ଶିକ୍ଷା ଦେଉଥିଲେ । ଏହା ପରେ ସେ ଥାଇଲ୍ୟାଣ୍ଡ ଚାଲି ଯାଇଥିଲେ ଆଉ ସେଠାରେ ଏକ ହୋଟେଲରେ ସେଫ୍ ଥିଲେ । ତା’ପରେ ସେ ଅଭିନୟ କରିବା ବିଷୟରେ ଭାବିଲେ ଆଉ ତାପରେ ମୁମ୍ବାଇ ଫେରି ଆସିଲେ ।

ମୁମ୍ବାଇରେ ତାଙ୍କ ଭାଗ୍ୟର ମୁଦ୍ରା ଚମକି ଉଠିଲା । ଏଠାରେ ତାଙ୍କର ଚଳଚ୍ଚିତ୍ର ହିଟ୍ ହେବାରେ ଲାଗିଲା ଏବଂ ତାଙ୍କୁ ଏକ ଆକ୍ସନ୍ ହିରୋ ଭାବରେ ଦେଖାଗଲା । ଅକ୍ଷୟ କମେଡି ଚଳଚ୍ଚିତ୍ର ମଧ୍ୟ କରିଲେ ଏବଂ ଏଠାରେ ମଧ୍ୟ ତାଙ୍କ ଅଭିନୟର ଦକ୍ଷତା ଦେଇଖାଇ ଦେଲେ । ଆଜି ସେ କେବଳ ଜଣେ ସଫଳ ଅଭିନେତା ନୁହଁନ୍ତି ବରଂ ଜଣେ ସୁପରଷ୍ଟାର ମଧ୍ୟ ଅଟନ୍ତି ।

ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ :-

ଅକ୍ଷୟ କୁମାରଙ୍କ ଜନ୍ମ ଅମୃତସରରେ 9 ସେପ୍ଟେମ୍ବର 1967 ରେ ହୋଇଥିଲା । କିନ୍ତୁ ପରେ ସେ ଦିଲ୍ଲୀରେ ରହିବାକୁ ଲାଗିଲେ । 54 ବର୍ଷୀୟ ଏହି ଅଭିନେତା ରାଜେଶ ଖାନ୍ନାଙ୍କ ଝିଅ ଟ୍ୱିଙ୍କଲଙ୍କୁ ବିବାହ କରିଛନ୍ତି । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କର ନାମ ହେଉଛି ଆରବ ଏବଂ ନିତାରା । ଟ୍ୱିଙ୍କଲ୍ ଏବଂ ଅକ୍ଷୟଙ୍କ ଯୋଡିକୁ ଲୋକମାନେ ଖୁବ ଭଲ ପାଆନ୍ତି ।

ତେବେ ଅକ୍ଷୟଙ୍କ ପ୍ରକୃତ ନାମ ହେଉଛି ରାଜୀବ ଭାଟିଆ। ଅକ୍ଷୟ କାନାଡାର ନାଗରିକତ୍ୱ ଗ୍ରହଣ କରିଛନ୍ତି ଏବଂ ଏହି କାରଣରୁ ତାଙ୍କୁ ଅନେକ ଥର ଟ୍ରୋଲ୍ ମଧ୍ୟ କରାଯାଇଛି । ଅକ୍ଷୟ ତାଙ୍କ କ୍ୟାରିୟର ଭିତରେ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇ ଦେଇଛନ୍ତି । ଏଥିମଧ୍ୟରେ ଖିଲାଡି ଠାରୁ ନେଇକରି ସବସେ ବଡା ଖିଲାଡି ଏବଂ କେସରୀ ମଧ୍ୟ ଅନ୍ତର୍ଭୁକ୍ତ ।

ଅନେକ ହିରୋଇନଙ୍କ ସହ ଯୋଡି ହୋଇସାରିଛି ନାମ :-

ଅକ୍ଷୟ କୁମାରଙ୍କ ନାମ ବଲିଉଡର ଅନେକ ହିରୋଇନଙ୍କ ସହ ଯୋଡି ହୋଇସାରିଛି । ଏଥିମଧ୍ୟରେ ରବିନା ଟଣ୍ଡନ୍, ଶିଳ୍ପା ଶେଟ୍ଟି ଠାରୁ ରେଖା ପର୍ଯ୍ୟନ୍ତ ନାମ ସାମିଲ୍ ଅଛି । କିନ୍ତୁ ପରେ ଅକ୍ଷୟ ଟ୍ୱିଙ୍କଲ ଖାନ୍ନାଙ୍କ ସହ ପ୍ରେମ ବିବାହ କରିଥିଲେ । ତାଙ୍କ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ବଚ୍ଚନ ପାଣ୍ଡେ,ପୃଥ୍ବୀରାଜ, ରାମ ସେତୁ ଏବଂ ରକ୍ଷାବନ୍ଧନ ପ୍ରମୁଖ ଚଳଚ୍ଚିତ୍ର ରହିଛି ।

Leave a Reply

Your email address will not be published. Required fields are marked *