୩ ଜଣ ଯୁବତୀ ପରସ୍ପରକୁ ଆଲିଙ୍ଗନ କଲେ,ତାପରେ ରେଳଧାରଣା ଉପରେ ଶୋଇଗଲେ,ତାପରେ ଟ୍ରେନ ଆସିଲା,ଆଉ …..

ବର୍ତମାନ ସମୟରେ ଯୁବବର୍ଗଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି । ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା ଚାପ ଓ ଚାକିରିରେ ବିଫଳତା ଏବଂ ପ୍ରେମଜନିତ କାରଣରୁ ଆତ୍ମହତ୍ୟା ହାର ବଢୁଛି । ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି । ଚାକିରି ପ୍ରେମରେ ବିଫଳତା ଯୋଗୁଁ ଅନେକ ଆତ୍ମହତ୍ୟା କରୁଥିଲା ବେଳେ ଆଉ କିଛି ନିଶାସେବନ କାରଣରୁ ଆତ୍ମହତ୍ୟା କରୁଛନ୍ତି ।

ତେବେ ଏକ ରିପୋର୍ଟ ଅନୁସାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆତ୍ମହତ୍ୟା ହାର ଅଧିକ । କାରଣ ମହିଳା ମାନେ ଟିକେ ଦୁର୍ବଳ ମାନସିକ ସ୍ୱଭାବର ହୋଇଥାନ୍ତି । ମାନସିକ ଅସ୍ଥିରତା ଅଧିକ ଦେଖିବାକୁ ମିଳିଥାଏ ସେମାନଙ୍କ ଠାରେ । କିଛି କଥାରେ ଅବସାଦ ଗ୍ରସ୍ଥ ହେଲେ ତାହାର ସମାଧାନର ରାସ୍ତା କାଢ଼ିବା ବଦଳରେ ସେମାନେ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଉଛନ୍ତି । କିଏ ବିଷ ପିଇ ଆତ୍ମହତ୍ୟା କରୁଛି ତୋ ଆଉ କିଏ ବେକରେ ଫାଶୀ ଦେଇ ।

ଆଉ କେହି ନଦୀ ପୋଖରୀକୁ ଡେଇଁ ପଡିଲାଣି ତୋ ଆଉ କେହି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ି ରେଳଧାରଣା ରେ ମରିବାକୁ ଉଦ୍ୟମ କଲାଣି । ସେଇଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ ରାଜ୍ୟର ନୂଆ ରାୟପୁର ଅଞ୍ଚଳରେ ରୀକୋ ଗ୍ରାମରେ । ସେଠାରେ ରେଳଧାରଣା ରେ ଛତିଶଗଡ଼ ଏକ୍ସପ୍ରେସ ଟ୍ରେନ ସମ୍ମୁଖରେ ତିନି ଭଉଣୀ ଆତ୍ମହତ୍ୟା ଉଦ୍ଦେଶ୍ୟ ରେ ଯାଇ ଶୋଇ ପଡିଥିଲେ । ଆଉ ତାପରେ କଣ ଘଟିଲା ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ସମ୍ପର୍କରେ ।

ମଙ୍ଗଳବାର ଦିନ ସମୟ ପ୍ରାୟ ସନ୍ଧ୍ୟା ୪ ହେବ । ଡବ୍ୟଉଆରଏମ ଓ ଓରକୁରା ଷ୍ଟେସନ ମଧ୍ୟରେ ଘଟଣାଟି ଘଟିଥିଲା । ଘଟଣା ଅନୁସାରେ ତିନି ଯୁବତୀ ରେଳ ଧାରଣାରେ ଶୋଇ ରହିଥିଲେ । ଆଗକୁ ଷ୍ଟେସନ୍ ରେ ଅଟକିବା କାରଣରୁ ଟ୍ରେନ ର ବେଗ କମ୍ ଥିଲା । ତେଣୁ ଦୂରରୁ ଟ୍ରେନ ଚାଳକ ତିନି ଯୁବତୀଙ୍କୁ ରେଳ ଧାରଣାରେ ଶୋଇଥିବାର ଦେଖି ଇମରଜେନ୍ସି ବ୍ରେକ ମାରିଥିଲେ । ହେଲେ ବ୍ରେକ ମାରିବାରେ ଟିକିଏ ବିଳମ୍ବ ହୋଇଯିବା କାରଣରୁ ସେମାନଙ୍କ ମଧ୍ୟରୁ ଭଗବତୀ ବଂଜାରେ ନାମକ ଜଣେ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ଦୁଇ ଗୋଡ଼ କଟିଯାଇଥିଲା ।

ପୋଲିସ୍ ସୂଚନା ମୁତାବକ ତିନି ଯୁବତୀ ଙ୍କର ଅବସ୍ଥା ବର୍ତମାନ ସୁଦ୍ଧା ଗମ୍ଭୀର ଅଟେ । ସେଥିପାଇଁ ଚିକିତ୍ସା ପାଇଁ ଆବେଦକର ହସ୍ପିଟାଲରେ ଭଗବତୀ ଙ୍କୁ ଭର୍ତି କରାଯାଇଥିବା ବେଳେ ନିଶାଙ୍କୁ ଡିକେଶନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଯୁବତୀ ମାନେ ବୟାନ ଦେବା ଅବସ୍ଥାରେ ନଥିବା ହେତୁ ପୋଲିସ୍ ଯୁବତୀଙ୍କ ଭାଇ ଓ ସମ୍ପର୍କୀୟ ମାନଙ୍କୁ ପଚାରି ବୁଝିଥିଲା କି ତିନିଜଣ ଯୁବତୀ ବୁଲିବାକୁ ଯିବେ କହି ଘରୁ ଦିନ ୨ଟା ସମୟ ବାହାରିଥିଲେ । ତାପରେ ମନ୍ଦୀରହସଦ ସିଟି ବସରେ ରାଜଧାନୀ ଆସିଥିଲେ । ଯୁବତୀଙ୍କର ପର୍ସରୁ ନଗଦ ୩୦୦ ଟଙ୍କା ଆଉ କିଛି ଟାବଲେଟ ମଧ୍ୟ ମିଳିଛି । ତେବେ ରେଳବାଇ ଏସପିଙ୍କର ମୁତାବିକ ଏହି ତିନି ଯୁବତୀ ଆତ୍ମହତ୍ୟା କରିବାର ଯୋଜନା ରେ ସେଠାକୁ ଯାଇଥିଲେ ।

Leave a Reply

Your email address will not be published. Required fields are marked *