ଖେଳିଲେ ପୁଟିନ : ଏବେ ଆମେରିକା ବିରୋଧରେ ଠିଆ ହେଲେଣି ନଟୋ ଦେଶ ! ଜାଣନ୍ତୁ ପୁରା ମାମଲା

ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ । ନିଜ ନିଜର ଦେଶ ନାଗରିକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ।ୟୁକ୍ରେନ ଯୁଦ୍ଧ ଭିତରେ ଏମିତି କଣ ହୋଇଗଲା ତାହା ନେଇ ଉଠିଛି ପ୍ରଶ୍ନ ।

ଯେଉଁଥି ପାଇଁ ଭାରତ ର ନାଁ ନେଇ କାନ୍ଦି ପକାଉଛନ୍ତି ଇମ୍ରାନ ଖାନ୍ । ଏହି ସଭା ରେ ଇମ୍ରାନ ଖାନ୍ ନିଜେ କହିଛନ୍ତି ଯେ ୟୁରୋପୀୟ ୟୁନିଅନ ର ଆମ୍ବାସାଡର ପାକିସ୍ତାନକୁ ଏକ ଚିଠି ପଠାଇଛନ୍ତି ଆଉ ସେହି ଚିଠି ରେ ଏହା ଲେଖାଯାଇଛି କି ଋଷ ବିରୋଧରେ ସଂଯୁକ୍ତ ରାଷ୍ଟ୍ରକୁ ଭୋଟ କରିବାକୁ ପଢ଼ିବ ।

ସେହି ଚିଠିରେ ଏହା ଉଲ୍ଲେଖ କରା ଯାଇଛି ଯେ ପାକିସ୍ତାନ ୟୁକ୍ରେନ ସପକ୍ଷରେ ଯିବ ଏହି ଚିଠି ପଢ଼ି ଇମ୍ରାନ ଖାନ୍ ଏହା ପଚାରି ଥିଲେକି ତୁମେ ଭାରତକୁ ଏଭଳି ଚିଠି ପଠାଇଛ ନା କେବଳ ପାକିସ୍ଥାନକୁ ଦେଇଛ । ଇମ୍ରାନ ଖାନଙ୍କ କହିବା କଥା କି ୟୁରୋପୀୟ ୟୁନିଅନ ପାକିସ୍ତାନକୁ ଏଭଳି ଚିଠି ଲେଖି ବଡ ଅପମାନ କରିଦେଇଛନ୍ତୁ ଏହା ମଧ୍ୟ କହିଛନ୍ତି କି ଯେତେବେଳେ କାଶ୍ମୀର ପ୍ରସଙ୍ଗ ନେଇ ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ବନ୍ଧ ଖରାପ ହେଉଥିଲା ସେତେବେଳେ ସେ ଭାରତ ସହ ସମ୍ପର୍କ କାଟି ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ।

ଆଉ ଏହା ମଧ୍ୟ ପ୍ରଶ୍ନ ଙ୍କରିଛନ୍ତି କି କଣ ଭାରତକୁ ଆର୍ଥିକ ସହାୟତା ଦେବା ସେତେବେଳେ ସେ ବନ୍ଦ କରି ଦେଇଥିଲେ କି । ତାହେଲେ ଆଜି ପାକିସ୍ତାନକୁ ଏଭଳି ଚିଠି କାହିଁକି ପଠାଇଲେ ? ତେବେ ସେ ଏମିତି ଚିଠି ପଠାଇବାର କାରଣ ସେ ପଚାରିଛନ୍ତି ।

Leave a Reply

Your email address will not be published. Required fields are marked *