ନକଲି ଡାକ୍ତରର ନକଲି କାନ୍ଦ, ଏମିତି କାନ୍ଦି କାନ୍ଦି ଫସାଉଥିଲା ମହିଳାମାନଙ୍କୁ ..ଦେଖନ୍ତୁ ଭିଡିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ବର୍ତମାନ ଜଣେ ଡାକ୍ତର ଙ୍କ ଭିଡିଓ ଭାଇର ହୋଇଛି , ମାତ୍ର ସେ ସତ ସତିକା ଡାକ୍ତର ନୁହନ୍ତି । ସେ ଜଣେ ନକଲି ଡାକ୍ତର , କିନ୍ତୁ ବହୁତ୍ ଭଲ ଆକ୍ଟିଂ କରି ପାରନ୍ତି । ସାରା ରାଜ୍ୟରେ ଚହଳ ପକାଇଛି ନକଲି ଡାକ୍ତର ରମେଶ ସ୍ୱାଇଁ ଙ୍କ ଭିଡିଓ । ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ଏହି ନକଲି ଡାକ୍ତର ଆକ୍ଟିଂ କରିବାରେ ଖୁବ ଦକ୍ଷ ଥିଲେ । କାନ୍ଦି କାନ୍ଦି ମହିଳାଙ୍କୁ କରୁଥିଲା ଦୁର୍ବଳ ଆଉ ତା ପରେ କରୁଥିଲା ନିଜର ଶିକାର ।

ଭିଡିଓ କଲରେ ମହିଳାଙ୍କ ସାମ୍ନାରେ ମିଛ ଲୁହ ଗଡାଇ କାନ୍ଦୁଥିଲେ ନକଲି ଡାକ୍ତର ରମେଶ ସ୍ବାଇଁ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ମିଛୁଆ ଡାକ୍ତର ବାବୁ ଛଳନାପୂର୍ଣ୍ଣ କାନ୍ଦ ରେ ମହିଳାଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରୁଛନ୍ତି । ଭୁବନେଶ୍ବର ଡିସିପି କହିଛନ୍ତି ଯେ ଏପରି ବାହାନା କରି ଏହି ନକଲି ଡାକ୍ତର ମହିଳା ମାନଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରୁଥିଲେ ।

ଆଉ ଏକ ଭିଡିଓରେ ନକଲି ଡାକ୍ତର ବାବୁ ସାଲାଇନ ନେଉଛନ୍ତି, ଏପରି କରି ସେ ବିଭିନ୍ନ ସମବେଦନା ନେଉଛନ୍ତି ବୋଲି ଦେଖା ଯାଇଛି । ଏହାରି ଭିତରେ ତୃତୀୟ ଥର ପାଇଁ ରମେଶ ସ୍ବାଇଁ ଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଛି । କିନ୍ତୁ ଜାଲ ଡାକ୍ତର ରମେଶ ତଦନ୍ତରେ ପୋଲିସ ମାନଙ୍କୁ ସାହାଯ୍ୟ କରୁନାହିଁ । ତେଣୁ ତାର ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଡିସିପି କହିଛନ୍ତି ।

ତଦନ୍ତ ବେଳେ ଅଧିକ ତଥ୍ୟ ମିଳିଛି । ଏହା ସତ୍ତ୍ୱେ ବି ଦରକାର ପଡିଲେ ତଦନ୍ତ ପାଇଁ ଟିମ୍ ରାଜ୍ୟ ବାହାରକୁ ଯିବ ଓ ସେଠାରେ ଠକାମିର ଶିକାର ହୋଇଥିବା ମହିଳାଙ୍କ ଠାରୁ ବୟାନ ରେକର୍ଡ କରାଯିବା ସହ ତଦନ୍ତ ହେବ ବୋଲି ଡିସିପି ଉମାଶଙ୍କର ଦାସ ଜଣାଇଛନ୍ତି । ତେବେ ଏହି ନକଲି ଡାକ୍ତର ଙ୍କ ଅନେକ ଭିଡିଓ ସାମ୍ନା କୁ ଆସିଚି ।

Leave a Reply

Your email address will not be published. Required fields are marked *