ପୋଲିସ ବାବୁ ! ମୁଁ ମୋ ସ୍ତ୍ରୀ ସହିତ ଘରକୁ ଯିବି ନାହିଁ, ସେ ମୋତେ ଖାଲି ଏମିତି କରିବା ପାଇଁ କହୁଛି, କିନ୍ତୁ ମୁଁ ….

ବର୍ତ୍ତମାନ ସମୟରେ ଏକ ଆଶ୍ଚଯ୍ୟକର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଡ଼ରିକି ଘରକୁ ଯାଉନଥିଲେ। ଏହା ପରେ ଉଭୟଙ୍କର ପରିବାର ଲୋକ ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ମାମଲାଟି ଡିଡୋଲି ଅଂଚଳର ଅଟେ। ଏଠାରେ ଜଣେ ଚାଷୀଙ୍କର କୌଣସି କଥାକୁ ନେଇ ନିଜ ପତ୍ନୀଙ୍କ ସହ ବିବାଦ ହୋଇଯାଇଛି।

ଯାହାକୁ ନେଇ ଏହି ଚାଷୀଜଣକ ଘର ଛାଡି ଚାଲି ଯାଇଥିଲେ। ଏବଂ ହାଇୱେରେ ରହୁଥିବା ଏକ ଗ୍ରାମ ବୁଢ଼ନପୁରରେ ଭଡା ଘରେ ରହୁଥିଲେ। ଇତିମଧ୍ୟରେ ଚାଷୀଙ୍କର ପତ୍ନୀ ନିଜ ଝିଅର ବିବାହ କରିଥିଲେ। ଏବଂ ମହିଳା ନିଜର ଜ୍ୱାଇଁଙ୍କ ସହିତ ତାଙ୍କ ସ୍ଵାମୀଙ୍କର ସେହି ଭଡା ଘରେ ପହଂଚିଥିଲେ।

ସେଠାରେ ଚାଷୀ ଆଉ ତାଙ୍କ ଘରକୁ ନ ଫେରିବାକୁ କହିଥିଲେ। ବିରୋଧ କରିବା କାରଣରୁ ମହିଳା ଓ ତାଙ୍କର ଜ୍ୱାଇଁ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହା ପରେ ପୋଲିସର କଣ୍ଟ୍ରୋଲ ରୁମକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। ଏବଂ ପୋଲିସ ଘଟଣା ସ୍ଥାନରେ ପହଂଚି ତିନି ଜଣଙ୍କୁ ଥାନାକୁ ନେଇ ଯାଇଥିଲେ। ଓ ତଦନ୍ତ ଆରମ୍ଭ କରିଥିଲେ।

ପୋଲିସ ଏହି ସମୟରେ ଚାଷୀମାନଙ୍କୁ ପଚରା ଉଚରା କରିଥିଲେ। ଚାଷୀ କହିଥିଲେକି ମୋ ପତ୍ନୀ ମୋ ସହିତ ମାରପିଟ କରନ୍ତି। ତେଣୁ ସେ ବଂଚିବାକୁ ଘରୁ ଚାଲି ଆସିଛନ୍ତି। ତେଣୁ ମୁ ଆଉ ମୋ ପତ୍ନୀଙ୍କ ସହ ଆଉ ରହିବି ନାହିଁ। ଏହା ପରେ ପୋଲିସ ତାଙ୍କର ଜ୍ୱାଇଁଙ୍କୁ ଗିରଫ କରିଥିଲେ ଏବଂ ଉଭୟ ପତି ପତ୍ନୀଙ୍କର ପରିବାର ଲୋକଙ୍କୁ ଡାକିଥିଲେ ଓ ସମାଧାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

Leave a Reply

Your email address will not be published. Required fields are marked *