ରାଜଧାନୀରେ କିନ୍ନରମାନଙ୍କ ଗୁଣ୍ଡାରାଜ, ଜାତୀୟ ରାଜପଥରେ ଯୁବକଙ୍କୁ ଚଳନ୍ତା ଗାଡ଼ି ଆଗକୁ ଠେଲିଦେଲେ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କିନ୍ନର ମାନଙ୍କର ଆତଙ୍କ ବଢିବାକୁ ଲାଗିଛି। କେତବେଳେ ସାଧାରଣ ଲୋକମାନଙ୍କୁ ଟଙ୍କା ମାଗି ହଇରାଣ କରୁଛନ୍ତି ତ ଆଉ କେତବେଳେ ଲୋକମାନଙ୍କୁ ମରଣାତ୍ମକ ଆକ୍ରମଣ କରୁଥିବାର ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି। ଉଦାହରଣ ସ୍ୱରୂପ ଏହାର ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଭାଇରାଲ ହେଉଅଛି। ଯେଉଁଥିରେ କିଛି କିନ୍ନରମାନେ ଜଣେ ଯୁବକଙ୍କୁ ଚଳନ୍ତା କାର ସାମ୍ନାକୁ ଠେଲି ଦେଉଥିବାର ଦେଖିବାକୁ ମିଳିଛି।

ଗାଡ଼ି ଚାଳକ ଜଣକ ନିଜ କାରରେ ଡ୍ୟାସ କ୍ୟାମେରା ଲଗାଇଥିବା କାରଣରୁ ସମ୍ପୂର୍ଣ୍ଣ ଘଟଣା ଏଥିରେ ରେକର୍ଡ଼ ହୋଇ ଯାଇଥିଲା। ଯୁବକ ଜଣକ ନିଜ କାର ଯୋଗେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ୩ ଜଣ କିନ୍ନର ଉତ୍କଳ ହାଇଟ୍ସ ପାଖ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ଧୁମ ପିଟିବା ସହ ଚଳନ୍ତା ଗାଡ଼ି ସାମ୍ନାକୁ ଠେଲି ଦେଇଥିଲେ। ସୌଭାଗ୍ୟବଶତଃ ଉକ୍ତ ଯୁବକ ଜଣକ କାର ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ସୂଚନା ମିଳିଛି।

ଦେଖନ୍ତୁ ଭିଡ଼ିଓ-

ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ବରରେ କିନ୍ନରମାନଙ୍କର ଏଭଳି ଉପଦ୍ରବ କିଛି ନୂଆ କଥା ନୁହେଁ। ଗତ ଡିସେମ୍ବର ମାସରେ ଗୋବର୍ଦ୍ଧନ ବେହେରା ନାମକ ଜଣେ ଅଟୋଵାଲାଙ୍କୁ କିନ୍ନରମାନେ ଏକ ଘରେ ଭିତରେ ଭର୍ତ୍ତି କରି ୬ ଦିନ କାଳ ନିସ୍ତୁକ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ଗତବର୍ଷ ଅଗଷ୍ଟ ମାସରେ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବଚସାକୁ ସମାଧାନ କରିବା ପାଇଁ ଆସିଥିବା ଜଣେ ହାବିଲଦାର ଦିନେଶ ବିଶ୍ବାଳଙ୍କର ମୁଣ୍ଡକୁ ମାରି କିନ୍ନରମାନେ ଫଟାଇ ଦେଇଥିଲେ। ପରେ ଏହି ମାମଲାରେ ପୋଲିସ ୬ ଜଣ କିନ୍ନରଙ୍କୁ ଗିରଫ ମଧ୍ୟ କରିଥିଲା।

Leave a Reply

Your email address will not be published. Required fields are marked *