ମୋଦୀ ସରକାର ଆମ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଏହି ଯୋଜନା ଦ୍ୱାରା ଅନେକ ଗରୀବ ଲୋକ ମାନେ ଲାଭ ଉଠାଇ ପାରୁଛନ୍ତି ଏବଂ ସାହାଯ୍ୟ ମଧ୍ୟ ପାଇ ପାରୁଛନ୍ତି। ମୋଦୀ ଯେବେଠାରୁ ଆମ ଦେଶର ସରକାର ପଦବୀ ପାଇଛନ୍ତି ସେବେଠାରୁ ହିଁ ଆମ ଦେଶକୁ ବିକଶିତ ଦେଶ ଭାବେ ପରିଗଣିତ କରିବା ପାଇଁ ଲାଗି ପଡିଛନ୍ତି।
ଦେଶରେ ସେ ଅନେକ ପ୍ରକାରର ସୁବିଧା ମଧ୍ୟ ଲୋକଙ୍କ ପାଇଁ କରୁଛନ୍ତି, ଯାହା ଦ୍ୱାରା କି ଲୋକମାନେ ଅନେକ ପ୍ରକାରର ସୁବିଧା ପାଇ ପାରୁଛନ୍ତି। ସରକାର ଲୋକମାନଙ୍କ ପାଇଁ ଅନେକ ଯୋଜନାମାନ କରି କିସ୍ତି କିସ୍ତି କରି ଲୋକ ମାନଙ୍କୁ ଟଙ୍କା ଦେଉଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମ କାର୍ଡ ଧାରକଙ୍କୁ ମିଳିଛି ଆର୍ଥିକ ସହାୟତା। ପ୍ରଥମ କିସ୍ତିରେ ଶ୍ରମ କାର୍ଡ ଧାରକଙ୍କ ପାଇଁ ୧୦୦୦ ଟଙ୍କାର ସହାୟତା ରାଶି ପଠାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଏହି ଅର୍ଥରାଶି ଟ୍ରାନ୍ସଫର କରାଯାଇଛି। ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ଏହି ଧାରାରେ ସାମିଲ କରାଯିବ।
ତେବେ କିଛି ଶ୍ରମିକଙ୍କ ଖାତାକୁ ଏହି ପଇସା ଆସି ନାହିଁ।ଏହି ଅର୍ଥ ରାଶି ଯଦି ଆକାଉଣ୍ଟକୁ ଆସିନାହିଁ ତାହେଲେ ଆପଣ ଯୋଗ୍ୟ କି ନାହିଁ ତାହା ଶ୍ରମିକ ୱେବସାଇଟ ଯାଇ ଚେକ କରି ନିଅନ୍ତୁ। ଏହି ଲିଙ୍କରେ କ୍ଲିକ୍ କରି ଆପଣ ନିଜର ଯୋଗ୍ୟତା ଚେକ୍ କରି ପାରିବେ।
କେମିତି ଚେକ୍ କରିବେ: ଆସନ୍ତା ୨-୩ ଦିନ ମଧ୍ୟରେ ଏହି ଟଙ୍କା ଆକାଉଣ୍ଟକୁ ଆସିବ। https://eshram.gov.in/home ୱେବସାଇଟ ଜରିଆରେ ଆପଣ ଚେକ୍ କରି ପାରିବେ। ଦ୍ବିତୟତଃ ଆପଣଙ୍କ ରେଜିଷ୍ଟର ନମ୍ବରକୁ ମେସେଜ ଆସିବା ପରେ ଆପଣ ଉଠାଇ ପାରିବେ। ଅଥବା ଆପଣ ନିକଟସ୍ଥ ବ୍ୟାଙ୍କ ଯାଇ ମଧ୍ୟ ଚେକ୍ କରି ପାରିବେ।