୧୨ବର୍ଷରେ ହିଁ ଏତେ ବଦଳିଗଲେ ‘୩ ଇଡ଼ିଅଟ୍’ ର ଚତୁର୍,ଫୋଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ – କୋଉଁଠି ଥିଲେ ଚମତ୍କାରୀ ପୁରୁଷ ।

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଅମୀର ଖାନ ବର୍ଷକୁ ଗୋଟିଏ ହିଁ ଫିଲ୍ମ ନେଇକି ଆସନ୍ତି ତେବେ ତାଙ୍କର ସେହି ଗୋଟିଏ ହିଁ ଫିଲ୍ମ ଫ୍ୟାନ୍ସଙ୍କ ହୃଦୟରେ ଗଭୀର ଏବଂ ଅବିସ୍ମରଣୀୟ ଛାପ ଛାଡିଦିଏ । ହିନ୍ଦୀ ସିନେମାରେ ‘ମିଷ୍ଟର ପରଫେକ୍ସନିଷ୍ଟ ‘ନାମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅମୀର ଖାନ ତାଙ୍କର ଫିଲ୍ମ କ୍ୟାରିଅର୍ ୧୯୮୮ମସିହାରେ ଆରମ୍ଭ କରିଥିଲେ ।

ଅମୀରଙ୍କୁ ହିନ୍ଦୀ ସିନେମାରେ କାମ କରିବାର ୩୪ବର୍ଷ ବିତିଗଲାଣି । ଅମୀରଙ୍କ ସର୍ବୋତ୍ତମ କାର୍ଯ୍ୟ ପାଇଁ ତାଙ୍କୁ ସୁପରଷ୍ଟାର ମଧ୍ୟ କୁହାଯାଏ । ତାଙ୍କର ପ୍ରଥମ ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ ହିଟ୍ ହୋଇଥିଲା । ତାଙ୍କର ସଫଳ ଚଳଚ୍ଚିତ୍ରଗୁଡ଼ିକରେ ଦଙ୍ଗଲ,ଗଜିନି,ଧୁମ୍ ୩,ପି.କେ,ଲାଗାନ୍,ହମ୍ ହୈ ରହି ପ୍ୟାର୍ କେ,ଇଶ୍କ, ଅନ୍ଦାଜ୍ ଆପ୍ନା ଆପ୍ନା,୩ ଇଡିଅଟ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଅମୀରଙ୍କ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମ ହିନ୍ଦୀ ସିନେମାର ଲୋକପ୍ରିୟ ଫିଲ୍ମଗୁଡିକ ମଧ୍ୟରେ ସ୍ଥାନ ପାଇଛି । ଫିଲ୍ମରେ ଅମୀର ଖାନଙ୍କ ସହ ଆର ମାଧବନ, ଶର୍ମନ୍ ଜୋଶୀ,କରୀନା କପୁର,ବୋମନ ଇରାନୀ,ଓମି ବୈଦ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ୨୦୦୯ ମସିହାରେ ଆସିଥିବା ଏହି ଫିଲ୍ମଟି ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା ।

କହିରଖୁଛୁ କି ଆଜି ଆମେ ଆପଣଙ୍କୁ ଏହି ଫିଲ୍ମର ‘ଚତୁର୍’ ଏବଂ ‘ସାଇଲେନ୍ସର୍’ ଭୂମିକାରେ ଅଭିନୟ କରିଥିବା ଓମି ବୈଦ୍ୟଙ୍କ ବିଷୟରେ କହିବୁ । ଥ୍ରୀ ଇଡ଼ିଅଟ୍ସ ରେ ଓମି ତାଙ୍କର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତିନେଇଥିଲେ । ଯେତେବେଳେ ସିଏ ଏକ ସିନ୍ ରେ ସ୍ପିଚ ଦେଉଥିବାର ନଜର ଆସନ୍ତି ସେତେବେଳେ ସେହି ସିନ୍ ସମସ୍ତଙ୍କୁ ବହୁତ ପସନ୍ଦ ଆସେ ।

ଫିଲ୍ମ ଥ୍ରୀ ଇଡିଅଟ୍ସ ରିଲିଜ ହେବାର ୧୨ ରୁ ୧୩ ବର୍ଷ ବିତିଗଲାଣି । ଏହି ବର୍ଷ ମଧ୍ୟରେ ଓମିଙ୍କର ଲୁକ୍ ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି

ବର୍ତ୍ତମାନ ଓମି ପୂର୍ବ ଅପେକ୍ଷା ଅନେକ ପରିମାଣରେ ବଦଳିଯାଇଛନ୍ତି । ନିକଟରେ ତାଙ୍କର କିଛି ଫୋଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ଅଛନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କର କିଛି ଫୋଟୋ ଭାଇରାଲ୍ ହେଉଛି ।

କହିରଖୁଛି କି ଓମିଙ୍କ ବୟସ ୪୦ବର୍ଷ । ତାଙ୍କ ଜନ୍ମ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ନିଆରେ ୧୦ ଜାନୁଆରୀ ୧୯୮୨ ରେ ହୋଇଥିଲା । ନୂଆ ଫୋଟୋଗୁଡ଼ିକରେ ଓମି ବହୁତ ଷ୍ଟାଇଲିସ୍ ଲୁକରେ ଦେଖାବାକୁ ମିଳୁଛନ୍ତି । ଏହି ଫୋଟୋଗୁଡ଼ିକ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି

ଗୋଟେ ଫୋଟୋରେ ଓମି କଫି ସପ୍ ର ବାହାରେ ବସିଛନ୍ତି । ସେ ଫୋଟୋରେ ଚଷମା ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି ।

ତେବେ ଫୋଟୋରେ ଓମି ତାଙ୍କ ଟିମ୍ ସାଥିରେ ନଜର ଆସିଛନ୍ତି । ଫୋଟୋ ଉପରେ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି କି “ହେ ଚମତ୍କାରୀ ପୁରୁଷ କେଉଁଠି ଥିଲେ ଆପଣ “। ସେହିଠାରେ ଆଉ ଜଣେ ୟୁଜର କମେଣ୍ଟ କରିଛନ୍ତି କି “ଆପଣ ସେହି ସିଇଓ ପରି ଲାଗୁଛନ୍ତି ଯିଏ ଜୁମ୍ କଲ୍ ରେ ୯୦୦କର୍ମଚାରୀ ଙ୍କୁ ଫାୟାର କରିଦେଇଛି “। ସେଇଠି ଆଉ ଜଣେ ସୋସିଆଲ୍ ମିଡ଼ିଆ ୟୁଜର ଓମିଙ୍କ ପ୍ରଶଂସା କରି ଲେଖିଛନ୍ତି କି,”ଆପଣ ବହୁତ ଅଣ୍ଡରରେଟେଡ଼ ସାର୍” ।

Leave a Reply

Your email address will not be published. Required fields are marked *