ନିଜ ଡ୍ୟାନ୍ସ ସହିତ ଅଭିନେତ୍ରୀ ମଲାଇକା ଆରୋରା ଫ୍ୟାନ୍ସଙ୍କ ହୃଦୟ ତାଙ୍କ ସୁନ୍ଦରତା ଆଉ ଫିଟନେସ୍ ସହିତ ମଧ୍ୟ ଜିତିଛନ୍ତି ।
୪୮ ବର୍ଷ ବୟସରେ ବି ମଲାଇକା କୌଣସି ୨୮ବର୍ଷର ଝିଅ ପରି ଦେଖାଯାଉଛନ୍ତି । ସେ ପ୍ରାୟତଃ ତାଙ୍କ ଫୋଟୋ ଆଉ ହଟ୍ ଏବଂ ବୋଲ୍ଡ ଷ୍ଟାଇଲ୍ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି।
ମଲାଇକାଙ୍କର କୌଣସି ବି ଫୋଟୋ ଆସିବା ମାତ୍ରେ ହିଁ ସୋସିଆଲ ମିଡିଆରେ ଜୋର-ଶୋରରେ ଭାଇରାଲ ହୋଇଯାଏ । ପ୍ରଶଂସକମାନେ ତାଙ୍କ ଫୋଟୋ ଉପରେ ଜମେଇକି ଭଲପାଇବାର ବର୍ଷା କରନ୍ତି । ମଲାଇକା ତାଙ୍କର ପ୍ରତ୍ୟେକ ଫୋଟୋରେ ପ୍ରାୟତଃ ବୋଲ୍ଡ ଆଉ ହଟ୍ ଷ୍ଟାଇଲରେ ଦେଖିବାକୁ ମିଳନ୍ତି । ଆଉ ଥରେ ପୁଣି ଏମିତି ହିଁ କିଛି ଘଟଣା ଘଟିଛି ।ସୋସିଆଲ ମିଡିଆରେ ମଲାଇକା ପୁଣିଥରେ ନିଜର ହଟ୍ ଫୋଟୋ ସେୟାର କରିଛନ୍ତି ।
କହିରଖୁଛୁ କି ସୋସିଆଲ ମିଡିଆରେ ମଲାଇକା ଆରୋରା ବହୁତ ସକ୍ରିୟ ରହିଥାନ୍ତି । ଇନଷ୍ଟାଗ୍ରାମରେ ସେ ତାଙ୍କର ବହୁତ ବଢିଆ ଫ୍ୟାନ ଫୋଲୋଇଙ୍ଗ ବନେଇ ରଖିଛନ୍ତି । ପ୍ରାୟ ଦେଢ଼ କୋଟି ଲୋକ ଇନଷ୍ଟାରେ ମଲାଇକାଙ୍କୁ ଫୋଲୋ କରଛନ୍ତି ।ତେବେ ସେ ନିଜେ ୫୮୧ ଜଣ ଲୋକଙ୍କୁ ଫୋଲୋ କରଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟା ରେ ୩୧୧୭ଟି ପୋଷ୍ଟ ସେୟାର କରିସାରିଛନ୍ତି ।
କିଛି ଘଣ୍ଟା ପୂର୍ବରୁ ମଲାଇକା ତାଙ୍କର ଗୋଟିଏ ହଟ୍ ଫୋଟୋ ସେୟାର କରିଛନ୍ତି । ଆପଣ ଦେଖିପାରୁଥିବେ କି ସେ ଧଳା ରଙ୍ଗର ବହୁତ ଛୋଟ ଛୋଟ ଡ୍ରେସ୍ ପିନ୍ଧିଛନ୍ତି । ତାଙ୍କ ହଟ୍ ଫୋଟୋ ସହିତ ହିଁ ତାଙ୍କ ପୋଷ୍ଟ ପାଇଁ ଦିଆଯାଇଥିବା କ୍ୟାପସନ୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଫୋଟୋ ସହିତ ମଲାଇକା ଲେଖିଛନ୍ତି କି, “ଅଫିସିଆଲ୍ ଭାବରେ ଏଠାରେ ଗରମ ହେଉଛି ” ।
ସୋସିଆଲ୍ ମିଡ଼ିଆରେ ମଲାଇକାଙ୍କର ଏହି ଫୋଟୋ ବହୁତ ଭାଇରାଲ୍ ହେଉଛି । ଆପଣଙ୍କୁ କହିରଖୁଛୁ କି ଅଭିନେତ୍ରୀଙ୍କ ଏହି ଫୋଟୋ କିଛି ବର୍ଷ ପୂର୍ବର ଅଟେ । ଏହି ଫୋଟୋ ଦେଖିବା ପରେ ଲାଗୁଛି ଏହା ବିଦେଶର ଅଟେ । ବିଦେଶ ରାସ୍ତା ଉପରେ ମଲାଇକା ବହୁତ ଖୁସି ଥିବାର ନଜର ଆସୁଛନ୍ତି । ଫ୍ୟାନ୍ସ ଙ୍କୁ ମଧ୍ୟ ଅଭିନେତ୍ରୀଙ୍କ ଏହି ଷ୍ଟାଇଲ୍ ଖୁବ ପସନ୍ଦ ଆସୁଛି ।
ମଲାଇକା ଧଳା ରଙ୍ଗର ଶାର୍ଟ ସହିତ ଅଫ ଶୋଲ୍ଡର୍ କ୍ରାପ୍ ଟପ୍ ରେ ଦେଖିବାକୁ ମିଳିଛନ୍ତି । ଖୋଲା କେଶ ଆଉ ଷ୍ଟାଇଲିସ୍ ସ୍ଲିପର୍ ସହିତ ନଜର ଆସୁଥିବା ମଲାଇକାଙ୍କର ଏହି ଫୋଟୋକୁ ଖବର ଲେଖାଯିବା ପର୍ଯ୍ୟନ୍ତ ୧ ଲକ୍ଷ ୮୦ ହଜାର ରୁ ଅଧିକ ଲାଇକ୍ ମିଳିସାରିଥିଲା । ଏହା ଉପରେ ଫ୍ୟାନ୍ସଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ କରିଛନ୍ତି ।
ମଲାଇକା ଫୋଟୋରେ ଖିଲିଖିଲି ହୋଇ ହସୁଛନ୍ତି । ତାଙ୍କ ଫୋଟୋ ଦେଖିବା ପରେ ଅଭିନେତା ଅର୍ଜୁନ ରାମପାଲ୍ ଙ୍କ ଗାର୍ଲ ଫ୍ରେଣ୍ଡ ଗୈବ୍ରିଏଲା ଡେମେରିଟ୍ସ ଫାୟାର୍ ଇମୋଜି କମେଣ୍ଟ କରିଛନ୍ତି । ସେଇଠାରେ ଅଭିନେତା ସୋହେଲ୍ ଖାନଙ୍କ ପତ୍ନୀ ସୀମା ଖାନ କମେଣ୍ଟରେ ‘ହାଲୋ’ ଲେଖିବା ସହିତ ତିନୋଟି ଫାୟାର୍ ଇମୋଜି ମଧ୍ୟ ଦେଇଛନ୍ତି । ତେବେ ଆଉ ଜଣେ ୟୁଜର କମେଣ୍ଟ କରିଛନ୍ତି କି ,”ସର୍ବଦା ହଟ୍ ଲୁକ୍”
ମଲାଇକା ଏହାର ଠିକ୍ ପୂର୍ବରୁ ନିଜ ଇଂଷ୍ଟା ଷ୍ଟୋରୀ ରେ ତାଙ୍କ ବେଡ଼ରୁମ୍ ର ଗୋଟିଏ ଫୋଟୋ ସେୟାର୍ କରିଥିଲେ । ସେହି ଫୋଟୋ ରେ ଫ୍ୟାନ୍ସଙ୍କ ଧ୍ୟାନ ମଲାଇକା ଏବଂ ଅର୍ଜୁନଙ୍କ ଫୋଟୋ ଫ୍ରେମ୍ ଉପରରେ ଲାଖି ରହିଯାଇଥିଲା । ଆପଣ ଦେଖିପାରୁଥିବେ କି ଫୋଟୋ ରେ ନଜର ଆସୁଥିବା ଗଛ ତଳେ ଗୋଟେ ଫୋଟୋ ଫ୍ରେମ୍ ଦେଖାଯାଉଛି ଯେଉଁଥିରେ ମଲାଇକା ଏବଂ ଅର୍ଜୁନଙ୍କୁ ଦେଖିବାକୁ ମିଳିଛି ।
କହିରଖୁଛୁ କି ମଲାଇକାଙ୍କୁ ଖାସ୍ ପରିଚୟ “ଛୈୟା ଛୈୟା”ଗୀତରୁ ମିଳିଥିଲା । ସେ ‘ ହୋଠ ରସିଲି’ ଏବଂ ‘ ମୁନ୍ନି ବଦନାମ ହୁଈ’ ସହିତ ମଧ୍ୟ ଖୁବ ଲୋକପ୍ରିୟ ହେଲେ । ସେ ‘ନାଚ ବାଲିୟେ’, ‘ଝଲକ ଦିଖଲା ଜା’, ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ ଏବଂ ‘ସୁପରମଡେଲ୍ ଅଫ ଦି ଇୟର’ ଭଳି ଶୋ’ର ଜଜ୍ ବନିସାରିଛନ୍ତି । ବର୍ତ୍ତମାନ ମଲାଇକା ରିଆଲିଟି ସୋ ‘ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ‘ରେ ଜଜ୍ ଭାବରେ ନଜର ଆସୁଛନ୍ତି ।