ଦେଖନ୍ତୁ ଭିଡ଼ିଓ : ବ୍ୟକ୍ତି ଜଣଙ୍କ ବାଘ ସାମ୍ନାରେ ହାତ ଯୋଡି ନିଜର ଜୀବନ ଭିକ୍ଷା କଲେ ଆଉ ତା ପରେ ଯାହା ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି । ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି । ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ମଧ୍ୟ ହୋଇଥାଏ । ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ । ଏହି ସୋସିଆଲ ମିଡ଼ିଆକୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି । ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି ।

କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କର ନିତି ଦିନ ଘଟୁଥିବା କାର୍ଯ୍ୟ ରେ ସତର୍କତା ଅବଲମ୍ବନ କରିବେ । ତେବେ ଆମ ଓଡ଼ିଆ ସାହିତ୍ୟରେ ଏକ ଲୋକବାଣୀ ରହିଛି ଯେ ” ଆ ବଳଦ ମୋତେ ବିନ୍ଧ୍” । ଆଉ ଏହି ଲୋକବାଣୀଟି ପ୍ରାୟ ପ୍ରତ୍ୟେକ ଓଡ଼ିଆ ଲୋକ ନିଶ୍ଚିତ ଶୁଣିଥିବେ ଏବଂ ଏହାର ପ୍ରୟୋଗ ମଧ୍ୟ କରିଥିବେ । ତେବେ ଏହାର ଅର୍ଥ ଏହାକି ଯେ ଆଗରେ ବିପଦ ଅଛି ଦେଖିକି ମଧ୍ୟ ତାଠାରୁ ଦୂରେଇ ନଯାଇ ଆହୁରି ଜାଣିଶୁଣି ତା ଆଡ଼କୁ କୁଦିଯିବା ।

ତେବେ ବର୍ତ୍ତମାନ ସମୟରେ ଦିଲ୍ଲୀର ଏକ ଚିଡ଼ିଆଖାନାରେ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବେହୋସ ହୋଇଯିବେ । ତେବେ ସେଠାକାର ସିସିଟିଭିରେ ରେକର୍ଡ ହୋଇଥିବା ଜୀବନ ମୃତ୍ୟୁ ମଝିରେ ୫ ସେକେଣ୍ଡର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ଅତି ସହଜରେ ବିଶ୍ୱାସ କରିପାରିବେ ନାହିଁ କି ଗ୍ରହଣ କରିପାରିବେନି ।

କାରଣ ଘଟଣାଟି ଏତେ ଭୟଙ୍କର ହୋଇଛି ଯେ ଆପଣ ଦେଖିଲେ ଭୟରେ ଥରିବେ । ତେବେ ଘଟଣା ଅନୁସାରେ ଦିଲ୍ଲୀର ଏକ ଚିଡ଼ିଆଖାନାରେ ଜଣେ ଯୁବକ ଧଳା ବାଘର ଖୁଆଡ଼ ଭିତରକୁ ପଡ଼ି ଯାଇଥିଲେ । ଆଉ ସିଧା ଯାଇ ଧଳା ବାଘ ବିଜୟ ଆଗରେ ପଡ଼ିଲେ ଆଉ ତାପରେ ବାଘଟି ଯୁବକଙ୍କ ସହ ଯାହା କଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଆମେ ଜାଣିଛୁ ଯେ ସିଂହ, ବାଘ ଇତ୍ୟାଦି ଗୋଟିଏ ଗୋଟିଏ ମାଂସାଶୀ ପ୍ରାଣୀ ଅଟନ୍ତି ।

ଆଉ ମଣିଷ ହେଉଛି ତାଙ୍କର ଭୋଜନ । ପାଖରେ ପାଇଲେ ସେମାନେ ମଣିଷଙ୍କୁ ମାରି ନିଜର ଭୋଜନ କରି ନେଇଥାନ୍ତି । ସମ୍ପୂର୍ଣ୍ଣ ଘଟଣାଟି କିଛି ଏହିପରି ଥିଲା କି, ଦିଲ୍ଲୀର ଗୋଟେ ଚିଡ଼ିଆଖାନାକୁ ଅନେକ ଲୋକ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ମହାଦ ନାମକ ଜଣେ ୨୨ ବର୍ଷୀୟ ଯୁବକ ହଠାତ୍ ଧଳା ବାଘ ରହୁଥିବା ଖୁଆଡ଼ ପାଚେରୀ ଉପରକୁ ଚଢି ଯାଇଥିଲେ । ଉପସ୍ଥିତ ଲୋକମାନେ ତାଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ କହିଥିଲେ ମଧ୍ୟ ସେ ଶୁଣୁ ନଥିଲେ ।

ଆଉ କିଛି ସମୟ ପରେ ସେ ଭାରସାମ୍ୟ ହରାଇ ଖୁଆଡ଼ ମଧ୍ୟକୁ ଖସି ପଡ଼ିଥିଲେ । ତାପରେ ସିଧା ଯାଇ ଧଳା ବାଘ ବିଜୟ ମୁହଁ ପାଖରେ ପଡ଼ିଲେ । ଆଉ ତାପରେ ବାଘ ନିଜର ହିଂସ୍ର ରୂପ ଦେଖାଇ ବ୍ୟକ୍ତିର ବେକକୁ କାମୁଡି ମାରିଦେଲା ଆଉ ଟାଣି ଟାଣି ଭୋଜନ କରିବା ପାଇଁ ଭିତରକୁ ନେଇଗଲା । ତେଣୁ ଆପଣ ଯେକୌଣସି କାର୍ଯ୍ୟ କରୁଛନ୍ତି ସାବଧାନତାର ସହିତ କରିବା ଉଚିତ ।

Leave a Reply

Your email address will not be published. Required fields are marked *