୨୨ ବର୍ଷ ପରେ ପୁଣି ଏକାଠି ଦେଖିବାକୁ ମିଳିଲା ଗୋବିନ୍ଦା-କରିସ୍ମା ଯୋଡି,କଲେ ଜବରଦସ୍ତ ଡ୍ୟାନ୍ସ,ଦେଖନ୍ତୁ ଭିଡ଼ିଓ

ବଲିଉଡର ସୁପରଷ୍ଟାର ଗୋବିନ୍ଦା ନିଜର ଅତି ସୁନ୍ଦର ଅଭିନୟ ସହିତ ଦୀର୍ଘ ସମୟ ଧରି ହିନ୍ଦୀ ସିନେମାର ରାଜ୍ କରିଛନ୍ତି | 90 ଦଶକରେ ଗୋବିନ୍ଦାଙ୍କ ଯୋଡି ପ୍ରତ୍ୟେକ ଅଭିନେତ୍ରୀଙ୍କ ସହିତ ପସନ୍ଦ କରାଯାଇଥିଲା ​​| ସେ ରବିନା ଟଣ୍ଡନ୍, ହୁଅନ୍ତୁ ବା ରାନୀ ମୁଖାର୍ଜୀ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ବି ଅଭିନେତ୍ରୀ |

ଏଥିମଧ୍ୟରୁ ବଲିଉଡ ଦୁନିଆର ଜଣାଶୁଣା ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ଗୋବିନ୍ଦାଙ୍କ ଯୋଡି ବହୁତ ଲୋକପ୍ରିୟ ଥିଲା | ପ୍ରତ୍ୟେକ ନିର୍ଦ୍ଦେଶକ ଆଉ ନିର୍ମାତା ଏହି ଯୋଡିକୁ ନିଜ ଫିଲ୍ମିରେ ନେବାକୁ ଚାହୁଁଥିଲେ ଆଉ ଏହି ଯୋଡି ହିନ୍ଦୀ ସିନେମାକୁ ଏକରୁ ଅଧିକ ସୁପରହିଟ୍ ଫିଲ୍ମ ମଧ୍ୟ ଦେଇଥିଲେ | ଏମିତିରେ ଏହି ଯୋଡି ପୁଣି ଗୋଟେ ଥର ସ୍କ୍ରିନ୍ ରେ ସାଥିରେ ନଜର ଆସିବାକୁ ଯାଉଛନ୍ତି |

ପ୍ରକୃତରେ, ଗୋବିନ୍ଦା ଆଉ କରିସ୍ମା କପୁର ଜଲ୍ଦି ହିଁ ରିୟଲିଟି ସୋ ‘ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ୍’ରେ ନଜର ଆସିବାକୁ ଯାଉଛନ୍ତି | ଏହି ସୋ ସହିତ ଜଡିତ ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ବହୁତ କ୍ଷିପ୍ର ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଗୋବିନ୍ଦା ଆଉ କରିସ୍ମା ସେମାନଙ୍କ ଫିଲ୍ମ ‘ହିରୋ ନମ୍ବର ୱାନ’ର ଗୀତ ‘ସୋନା କିତିନା ସୋନା ହେ’ ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି |

କହିରଖୁଛୁ ଯେ,ସୋସିଆଲ ମେଡ଼ିଆରେ ଗୋବିନ୍ଦା ଆଉ କରିସ୍ମାଙ୍କ ଏହି ଭିଡ଼ିଓକୁ ବହୁତ ପସନ୍ଦ କରାଯାଉଛି ଆଉ ଫ୍ୟାନ୍ସ ମାନେ ନିଜ-ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି | ଏତିକି ନୁହେଁ ବରଂ ଫ୍ୟାନ୍ସ ଏହି ଶୋ’ର ଏପିସୋଡ୍ କୁ ଦେଖିବା ପାଇଁ ବହୁତ ଉତ୍ସାହିତ ହେଉଛନ୍ତି |

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଗୋବିନ୍ଦା ଆଉ କରିସ୍ମାଙ୍କର ଆସିବାରେ ଶୋ’ର କଣ୍ଟେଷ୍ଟେଣ୍ଟ ମାନଙ୍କ ଚେହେରାରେ ମଧ୍ୟ ଖୁସି ନଜର ଆସେ ଆଉ ସମସ୍ତେ ତାଙ୍କୁ ଦେଖି ଉତ୍ସାହିତ ଅଛନ୍ତି | ଏହିଶୋ’ରେ ଉଭୟ ଗୋବିନ୍ଦା ଆଉ କରିସ୍ମା ମ୍ୟାଚିଂ କଳା ରଙ୍ଗର ଆଉଟ-ଫଟ୍ ପିନ୍ଧିଛନ୍ତି |

ଏହି ଯୋଡି ପ୍ରାୟ 22 ବର୍ଷ ପରେ ଏକାଠି ଦେଖାଯାଇଛନ୍ତି | ଏମିତିରେ ଫ୍ୟାନ୍ସ ମାନଙ୍କ ପାଇଁ ଏହା ବହୁତ ଏକ୍ସ-ଟାଇଟେଡ଼ ଵାଲା ଏପିସୋଡ଼ ହେବ | ଏହା ବ୍ୟତୀତ, ଭିଡିଓରେ ଆପଣ ଦେଖିପାରିବେ ଯେ କଣ୍ଟେଷ୍ଟେଣ୍ଟ ମାନେ ମଧ୍ୟ ଏକ ଧମାକେ-ଦାର ପ୍ରପୋମାନ୍ସ ଦେଉଥିବାର ନଜର ଆସୁଛନ୍ତି |

ଆପଣଙ୍କ ସୂଚନା ପାଇଁ କହିରଖୁଛୁ କୁ,ଗୋବିନ୍ଦା ଆଉ କରିସ୍ମା ନିଜ କ୍ୟାରିଅର ଭିତରେ ପାଖାପାଖି 11ଟି ଫିଲ୍ମ କରିଛନ୍ତି ଯେଉଁଥିରେ ‘ରାଜା ବାବୁ’,’ଖୁଦ୍ଦାର’, ‘କୁଲି ନମ୍ବର ୱନ’ ‘,’ ସାଜନ ଚଲେ ଶଶୁରାଲ ‘,’ ହସିନା ମାନ ଜାଏଗି ‘,’ ଶିକାରୀ ‘,’ ହିରୋ ନମ୍ବର ୱାନ୍”, ‘ମୁକାବଲା’, ‘ପ୍ରେମ ଶକ୍ତି’ ପରି ଅନେକ ଫିଲ୍ମ ସାମିଲ ଅଛି | କହିରଖୁଛୁ କି ଶେଷ ଥର ଗୋବିନ୍ଦା ଆଉ କରିସ୍ମା 2000ମସିହା ରେ ଫିଲ୍ମ ‘ଶିକାରୀ’ ରେ କାମ କରିଥିଲେ । ଏହା ପରେ ଏହି ଦୁଇ ତାରକା 22ବର୍ଷ ପରେ ଏକା ସାଥିରେ ଦେଖାଯିବାକୁ ଯାଉଛନ୍ତି |

ଗୋବିନ୍ଦାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଶୀଘ୍ର ହିଁ ଫିଲ୍ମ ‘ଶୁଟଆଉଟ ଏଟ ଭାୟଖଲା’ ରେ ଦେଖାଦେବେ | ଏହା ବ୍ୟତୀତ ନିକଟରେ ତାଙ୍କର ଏକ ଗୀତ ରିଲିଜ ହୋଇଥିଲା | ସେହିଠାରେ ଫିଲ୍ମ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ 2019 ରେ ତାଙ୍କ ଫିଲ୍ମ ‘ରଙ୍ଗିଲା ରାଜା’ ରିଲିଜ ହୋଇଥିଲା |

ଏହା ବ୍ୟତୀତ କରିସ୍ମା କପୁରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ତାଙ୍କର ଶେଷ ୱେବ୍ ସିରିଜ୍ ‘ମେଣ୍ଟାଲହୁଡ଼’ ରେ ଦେଖିବାକୁ ମିଳିଥିଲେ ​​। ଏହା ବ୍ୟତୀତ କରିସ୍ମା କପୁର 2021 ମସିହାରେ ସୁପର ଡାନ୍ସର୍ ଚାପ୍ଟର -4 କୁ ମଧ୍ୟ ଜଜ କରିଥିଲେ | କହିରଖୁଛୁ ଯେ, କରିସ୍ମା କପୁର ପ୍ରତିଦିନ ସୋସିଆଲ ମିଡିଆରେ ନିଜର ସୁନ୍ଦର ଫୋଟୋ ସେୟାର କରନ୍ତି | ସୋସିଆଲ ମିଡିଆରେ ତାଙ୍କର ଜବରଦସ୍ତ ଫ୍ୟାନ ଫୋଲୋଇଂଗ ଅଛି ।

Leave a Reply

Your email address will not be published. Required fields are marked *