ଏହି ୮ ମୁସଲିମ ବଲିଉଡ କଳାକାରମାନେ ନିଜ ନାଁ ବଦଳେଇ ହିନ୍ଦୁ ନାଁ ରଖିଥିଲେ ଆଉ ହୋଇଗଲେ ହିଟ୍,ବହୁତ ନାଁ ଅର୍ଜନ କଲେ ।

ବଲିଉଡ ରେ ଏହିପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ନାମ ବଦଳେଇ ଫିଲ୍ମରେ କାମ କରିଛନ୍ତି,ଅନେକ ହିନ୍ଦୁ କଳାକାରଙ୍କ ପ୍ରକୃତ ନାମ କିଛି ଆଉ ଫିଲ୍ମ ନାମ ଅନ୍ୟକିଛି । କିନ୍ତୁ କିଛି ଏହିପରି ମୁସ୍ଲିମ କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଅସଲି ନାମ ବଦଳେଇ ହିନ୍ଦୁ ନାମ ରଖିଥିଲେ । ବିଶେଷ କଥା ଏହା ହେଉଛି କି ଏଥିମଧ୍ୟରୁ ଅନେକ ଲୋକ ହିଟ୍ ମଧ୍ୟ ହୋଇଥିଲେ । ଆଜି ଆପଣଙ୍କୁ ଏହିପରି ୮ ମୁସ୍ଲିମ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ନାମ ହିନ୍ଦୁ ରଖିଥିଲେ ଆଉ ତାପରେ ସଫଳତାର ଶିଖରରେ ପହଞ୍ଚିଥିଲେ ।

ଦିଲୀପ କୁମାର

ଟ୍ରେଜେଡ଼ି କିଙ୍ଗ ନାମ ରେ ପ୍ରସିଦ୍ଧ ବଲିଉଡ ଅଭିନେତା ଦିଲୀପ କୁମାର ଙ୍କ ଅସଲି ନାମ ହେଉଛି ମହମ୍ମଦ ୟୁସୁଫ ଖାନ । କୁହାଯାଏ କି ତାଙ୍କ ସମୟର ପ୍ରସିଦ୍ଧ ଅଭିନେତ୍ରୀ ଦେବୀକା ରାଣୀ ଦିଲୀପ କୁମାରଙ୍କୁ ନାମ ବଦଳେଇବା ପାଇଁ ରାଜି କରିଥିଲେ ଯାହା ପରେ ସେ ତାଙ୍କ ନାମ ବଦଳେଇଥିଲେ ଆଉ ବଲିଉଡର ପ୍ରଥମ ସୁପରଷ୍ଟାର ବନିଥିଲେ ।

ମଧୁବାଳା

ମଧୁବାଳାଙ୍କ ଜନ୍ମ ମୁମତାଜ ଜହାନ ଦେହଲବି ରୂପ ରେ ୧୯୯୩ ମସିହାରେ ପାକିସ୍ତାନ ର ଗୋଟେ ପସ୍ତୁନ ପରିବାରରେ ହୋଇଥିଲା । ସେ ଭାରତର ମର୍ଲିନ ମୁନରୋ ରୂପରେ ପ୍ରସିଦ୍ଧ ଥିଲେ । ରୂପେଲି ପରଦାରେ ଦେବୀକା ରାଣୀ ତାଙ୍କର ନାମ ମୁଧୁବାଳା ରଖିଥିଲେ । ମଧୁବାଳାଙ୍କ ସୁନ୍ଦରତା ଆଉ ଶୈଳୀ ଜଗତ ଜିତା ଥିଲା । ଆଜି ବି ପରଦାରେ ଯେବେ ତାଙ୍କ ଫିଲ୍ମ ଆସେ ସେତେବେଳେ ଲୋକ ତାଙ୍କ ପ୍ରତି ଆକର୍ଷିତ ନହୋଇ ରହିପାରନ୍ତି ନାହିଁ ।

ମୀନା କୁମାରୀ

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀଙ୍କ ଜନ୍ମ ୧୯୩୩ ରେ ଏକ ସୁନ୍ନି ମୁସ୍ଲିମ ପରିବାର ରେ ମହଜବିନ ବାନୋ ରୂପରେ ହୋଇଥିଲା । ୧୯୩୯ ରେ ସେ ଜଣେ ଶିଶୁ କଳାକାର ର ରୂପରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଆଉ ନିର୍ଦେଶକ ବିଜୟ ଭଟ୍ଟଙ୍କ ଦ୍ଵାରା ତାଙ୍କ ନାମ ମୀନା କୁମାରୀ ରଖାଗଲା ।ମୀନା କୁମାରୀ ତାଙ୍କ ଅଭିନୟ ପାଇଁ ଜଣାଶୁଣା । ସେ ଅନେକ ସୁପରହିଟ ଫିଲ୍ମ ଦେଉଛନ୍ତି ।

ଅଜିତ

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଖଳନାୟକ ଅଜିତ ମଧ୍ୟ ନିଜ ନାମ ବଦଳେଇଥିଲେ । ସେ ତାଙ୍କ ପ୍ରଥମ ଫିଲ୍ମ ‘କୁରୁକ୍ଷେତ୍ର’ ରେ ନିଜ ଅସଲି ନାମର ବ୍ୟବହାର କରିଥିଲେ । କହିରଖୁଛୁ ଅଜିତଙ୍କ ଅସଲି ନାମ ହେଉଛି ହାମିଦ ଅଲି ଖାନ ।

ଜନି ୱାକର୍

ଜନି ୱାକର୍ ରୂପେଲି ପରଦାର ପ୍ରସିଦ୍ଧ କମେଡିଆନ ମଧ୍ୟରୁ ଜଣେ ଥିଲେ । ତାଙ୍କ ନାମ ନିର୍ଦେଶକ ଗୁରୁ ଦତ୍ତ ଏକ ସ୍କଚ୍ ୱିସ୍କି ବ୍ରାଣ୍ଡର ନାମରେ ଜନି ୱାକର୍ ରଖିଥିଲେ । ତାଙ୍କର ପ୍ରକୃତ ନାମ ବଦରୁଦ୍ଦିନ ଜମାଲୁଦ୍ଦିନ କାଜୀ ଥିଲା । ଅନେକ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ହିରୋ ଠୁ ବାସ ଟିକିଏ ହିଁ କମ୍ ହେଉଥିଲା ।

ଜଗଦୀପ

ଲୋକପ୍ରିୟ ହାସ୍ୟ ଅଭିନେତା ଜଗଦୀପଙ୍କ ପ୍ରକୃତ ନାମ ହେଉଛି ସୟଦ ଇଶତିଆକ୍ ଅହମ୍ମଦ ଜାଫ୍ରି । ନିର୍ଦ୍ଦେଶକ ବିମଲ ରାୟଙ୍କ ଅନୁରୋଧ କ୍ରମେ ସେ ତାଙ୍କ ନାମ ବଦଳେଇ ଜଗଦୀପ ରଖିଦେଇ ଥିଲେ ।

ସଞ୍ଜୟ

ଗଜନଭି ପଠାନି ମୁସଲିମ ପରିବାରରେ ଜନ୍ମ ହୋଇଥିବା ସଞ୍ଜୟଙ୍କ ପ୍ରକୃତ ନାମ ଶାହ ଅବ୍ବାସ ଖାନ ଥିଲା । ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପରେ ସେ ତାଙ୍କ ନାମ ସଞ୍ଜୟ ରଖିଦେଇଥିଲେ । ସଞ୍ଜୟ ଖାନ ହନୁମାନ ଜୀଙ୍କର ଭକ୍ତ ମଧ୍ୟ ଥିଲେ । ସେ ଜୟ ହନୁମାନ ଟିଭି ସିରିଏଲ ମଧ୍ୟ କରିଥିଲେ। ଆଜି ପର୍ଯ୍ୟନ୍ତ ହନୁମାନ ଜୀଙ୍କ ଉପରେ ସେହିପରି କୌଣସି ସିରିଏଲ ତିଆରି ହୋଇନାହିଁ ।

ଅର୍ଜୁନ

ଫିରୋଜ ଖାନ ଜଣେ ଟିଭି ଅଭିନେତା ଥିଲେ ଏବଂ ବି.ଆର ଚୋପ୍ରାଙ୍କ ପୌରାଣିକ ଟିଭି ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରିବା ପରେ ସେ ଲୋକପ୍ରିୟତା ହାସଲ କରିଥିଲେ । ଏହି ସଫଳତା ପରେ ସେ ତାଙ୍କ ନାମ ବଦଳେଇ ଅର୍ଜୁନ ହିଁ ରଖିଦେଇଥିଲେ ।

Leave a Reply

Your email address will not be published. Required fields are marked *