ଗାର୍ଲଫ୍ରେଣ୍ଡଙ୍କ ସହିତ ଯାଇଥିଲେ ଫିଲ୍ମ ଦେଖିବାକୁ, ଥିଏଟରରେ ଝିଅ କରିଲେ କିଛି ଏମିତି; ବୟଫ୍ରେଣ୍ଡ କରିଦେଲେ ବ୍ରେକଅପ

ବୟଫ୍ରେଣ୍ଡ ବ୍ରେକଅପ ଗାର୍ଲଫ୍ରେଣ୍ଡ:-ଯେତେବେଳେ ଲୋକ ନୂଆ ନୂଆ ରିଲେସନସିପରେ ଆସନ୍ତି ସେତେବେଳେ ନିଜର ପାର୍ଟନରଙ୍କ ସହିତ ଫିଲ୍ମ ଦେଖିବାକୁ ଯାନ୍ତି ଯାହାକି ତାଙ୍କୁ ବହୁତ ଭଲ ଲାଗେ। ଅନେକଥର ଦେଖାଯାଇଛିକି ଯେମିତି ଲୋକଙ୍କୁ ପରସ୍ପରଙ୍କର ଖରାପ ଅଭ୍ଯାସ ବିଷୟରେ ଜଣାପଡେ ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଅନେକ ଥର ଏହା ବ୍ରେକଅପ ପଛର କାରଣ ହୋଇଯାଏ। ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ପୁଅ ନିଜର ଗାର୍ଲଫ୍ରେଣ୍ଡଙ୍କ ସହିତ ଫିଲ୍ମ ଥିଏଟରରେ ବ୍ରେକଅପ କରିନେଲେ।

ଡେଟିଙ୍ଗ ଏପ ଜରିଆରେ ହୋଇଥିଲେ ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ:-ମିଡିଆ ରିପୋର୍ଟ ଅନୁସାରେ ଏକ ପୁଅ ଡେଟିଙ୍ଗ ଏପ ଜରିଆରେ ଏକ ଝିଅକୁ ନିଜର ଗାର୍ଲଫ୍ରେଣ୍ଡ କରିଥିଲେ। ଏହାପରେ ଦୁଇଜଣ ଫୋନରେ କଥାବାର୍ତ୍ତା କରିବାକୁ ଲାଗିଲେ। ଯେତେବେଳେ ଦୁଇଜଣ ଫୋନରେ ପରସ୍ପରକୁ ଜାଣିଗଲେ ସେତେବେଳେ ସେ ପ୍ରଥମ ଥର ଭେଟିବା ପାଇଁ ପ୍ଳାନ କରିଲେ। ଏଥିରେ ନିଶ୍ଚିତ ହେଲେକି ଦୁଇଜଣ ମୁଭି ଥିଏଥରରେ ମିଳିବେ ଓ ଏକ ଫିଲ୍ମ ଦେଖିବେ। ଏହାପରେ ପୁଅ ଏକ ଭଲ ଫିଲ୍ମ ପାଇଁ ଦୁଇଟି ଟିକେଟ ବୁକ କରିଲେ ଓ ଝିଅକୁ ଭେଟିବା ପାଇଁ ଡାକିଲେ

ଯେତେବେଳେ ଦୁଇଜଣ ଫିଲ୍ମ ଥିଏଟରରେ ପରସ୍ପରକୁ ଭେଟିଲେ ସେତେବେଳେ କିଛି ଏମିତି ହେଲାକି ଫିଲ୍ମ ଶେଷ ହେଉ ହେଉ ପୁଅ ଜଣକ ବ୍ରେକଅପ କରିନେଲେ। ଝିଅ ସୋସିଆଲ ମିଡିଆରେ ନିଜର ଅନୁଭୂତି ସେୟାର କରି ଲେଖିଲେକି ତାଙ୍କର ବୟଫ୍ରେଣ୍ଡ ପ୍ରଥମ ଡେଟରେ ବ୍ରେକଅପ କରିଦେଲେ। ଝିଅ କହିଲେକି ତାଙ୍କର ବୟଫ୍ରେଣ୍ଡ ତାଙ୍କ ସହିତ ଏଥିପାଇଁ ବ୍ରେକଅପ କରିଦେଲେ କାରଣ ସେ ଫିଲ୍ମ ଦେଖୁ ଦେଖୁ ଶୀଘ୍ର ସ୍ନାକ୍ସ ଖାଉଥିଲେ।

ଫିଲ୍ମ ଆରମ୍ଭ ହେବା ପୂର୍ବରୁ ସ୍ନାକ୍ସ ଖାଇବାକୁ ଲାଗିଲେ ଗାର୍ଲଫ୍ରେଣ୍ଡ:-ଝିଅଟି କହିଛିଯେ ଦୁହେଁ ରାତିର ଏକ ଚଳଚ୍ଚିତ୍ର ଦେଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫିଲ୍ମ ଆରମ୍ଭ ହେବା ପୂର୍ବରୁ ସେ ପପକର୍ନ ନେଇଥିଲେ। ଏହା ବ୍ୟତୀତ ଝିଅଟି ନିଜ ପାଇଁ ମାଲ୍ଟେସର ଚକୋଲେଟର ଏକ ବଡ ବ୍ୟାଗ ନେଇଥିଲେ। ସେ ନିଜ ଆସନରେ ପହଞ୍ଚିବା ମାତ୍ରେ ସେ ଚକୋଲେଟ ଖାଇବା ଆରମ୍ଭ କଲେ। ଏହି ସମୟରେ ପ୍ରେମିକ ତାଙ୍କୁ ବାଧା ଦେଇ ଫିଲ୍ମ ଆରମ୍ଭ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଯଦିଓ ସେ ଚକୋଲେଟକୁ ଏତେ ପସନ୍ଦ କରୁଥିଲେଯେ ଫିଲ୍ମ ଆରମ୍ଭ ହେବାର ୧୦ ମିନିଟ ମଧ୍ୟରେ ଚକୋଲେଟର ବଡ ପ୍ୟାକେଟ୍ ସରିଗଲା।

ଝିଅ କହିଲେକି ଏହି ସମୟରେ ବୟଫ୍ରେଣ୍ଡ ତାଙ୍କୁ ଅଜିବ ନଜରରେ ଦେଖିବାକୁ ଲାଗିଲେ। ଏମିତି ଲାଗୁଥିଲାକି ସେ ଫିଲ ଶେଷ ହେବାର ଅପେକ୍ଷା କରୁଥିଲେ। ଏହାପରେ ଯେମିତି ଫିଲ୍ମ ଶେଷ ହେଲା, ବୟଫ୍ରେଣ୍ଡ ଆମର ସପର୍କକୁ ଭାଙ୍ଗିଦେଲେ। ଯେତେବେଳେ ଝିଅ ଏହି କଥାକୁ ସୋସିଆଲ ମିଡିଆରେ ସେୟାର କରିଲେ ଲୋକ କହିବାକୁ ଲାଗିଲାକି ଯାହା ହେଲା ଭଲ ହେଲା। ଯଦି ବୟଫ୍ରେଣ୍ଡ କେବଳ ସ୍ନାକ୍ସ ଖାଇବା ଯୋଗୁଁ ଛାଡିଦେଇଛନ୍ତି ତେବେ ଏହି କଥାର ଖୁସି ମନାଇବା ଉଚିତ।

Leave a Reply

Your email address will not be published. Required fields are marked *