୪୦୦ କୋଟି ଟଙ୍କାର ମାଲିକ ଅନୁପମ ଖେର,ମନ୍ଦିରରୁ କାହିଁକି ଚୋରେଇଥିଲେ ୧୧୮ ଟଙ୍କା,ଧରିବାକୁ ଆସିଥିଲା ପୋଲିସ

ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଅନୁପମ ଖେରଙ୍କୁ ଗଣାଯାଏ । ହିନ୍ଦୀ ସିନେମାର ଷ୍ଟଲୱାର୍ଟ ମଧ୍ୟରେ ସ୍ଥାନ ପାଇଥିବା ଅନୁପମ ଖେରଙ୍କୁ ୬୭ବର୍ଷ ବୟସ ହୋଇଗଲାଣି । ସେ ୭ ମାର୍ଚ୍ଚ ୧୯୫୫ ରେ ହିମାଚଳ ପ୍ରଦେଶର ଶିମଲା ସହରରେ ଜନ୍ମଗ୍ରହଣ କରିଥିଲେ । ଅନୁପମ ଯେତେବେଳେ ନବମ ଶ୍ରେଣୀରେରେ ପଢୁଥିଲେ ସେତେବେଳେ ହିଁ ତାଙ୍କୁ ଅଭିନେତା ବନିବାର ଭାବନା ଆସିଥିଲା ।

ଅନୁପମ ଖେର ଫିଲ୍ମ ଜଗତରେ କ୍ୟାରିୟର କରିବା ପାଇଁ ଶିମଲା ରୁ ମୁମ୍ବାଇକୁ ଯାଇଥିଲେ । ଅନୁପମ୍ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (NSD) ରୁ ଅଭିନୟର ନିର୍ଦ୍ଦିଷ୍ଟତା ଶିଖିଛନ୍ତି । ଏହା ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ । ପୁଷ୍କର ନାଥ ଖେର ଏବଂ ଦୁଲାରୀ ଖେରଙ୍କ ଘରେ ଜନ୍ମ ହୋଇଥିବା ଅନୁପମ ଖେର ୪୦ବର୍ଷ ଧରି ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ସେ ୫୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି ।

ଅନୁପମ ଖେରଙ୍କ ଜନ୍ମଦିନ ଅବସରରେ, ଆଜି ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ । ଥରେ ଅନୁପମ ଘରର ମନ୍ଦିରରୁ ମା’ଙ୍କ ଟଙ୍କା ଚୋରି କରି ଦେଇଥିଲେ। ଅନୁପମ ଖେରଙ୍କ ସମ୍ପତ୍ତି କେତେ ଅଛି ? ତାଙ୍କ ପାଖରେ କେଉଁ କେଉଁ ଗାଡି ଅଛି ? ସେ କିପରି ଚଳଚ୍ଚିତ୍ରରେ ନିଜ କ୍ୟାରିଅର ଆରମ୍ଭ କଲେ ? ଆଜି ଆମେ ତୁମ ସହିତ ଏହି ସବୁ ବିଷୟରେ ଆଲୋଚନା କରିବୁ ।

ଯେତେବେଳେ ଅନୁପମ ଖେର ଶିମଲାର କଲେଜରେ ପଢୁଥିଲେ ସେତେବେଳେ ଥରେ ତାଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ୱାର୍କ ଇନ ଅଡିସନ ଆଟେଣ୍ଡ କରିବାକୁ ଯିବାର ଥିଲା । ସେ ଏଥିପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ତାଙ୍କ ପାଖରେ ପଇସା ନଥିଲା ।ୱାର୍କ ଇନ ଅଡିସନ ପାଇଁ ୨୦୦ ଟଙ୍କା ପିସ ଦେବାର ଥିଲା । ଟଙ୍କା ଅଭାବ ହେତୁ ଅନୁପମ ଖେର ତାଙ୍କ ମା’ଙ୍କ ମନ୍ଦିରରୁ ୧୧୮ ଟଙ୍କା ଚୋରି କରି ନେଇଥିଲେ ।

ନିଜେ ସ୍ୱୀକାର କରିଥିଲେ ଚୋରିର କଥା

ଅନୁପମ ଖେର ପଇସା ଚୋରେଇ ଅଡ଼ିସନ ପାଇଁ ଚାଲିଯାଇଥିଲେ ତେବେ ଯେତେବେଳେ ସେ ଘରକୁ ଆସିଲେ ତାଙ୍କ ମା ବାପା ପୋଲିସ ଡାକିଦେଇଥିଲେ । ଏହାପରେ ଅନୁପମ ଖେର ଏହି କଥାକୁ ନିଜେ ସ୍ୱୀକାର କରିଥିଲେ କି ସେ ହିଁ ନିଜ ଘରୁ ଚୋରି କରିଥିଲେ ।

ଅନୁପମ ଖେର ଫିଲ୍ମରେ କାମ କରିବା ସମୟରେ ଆଉ ତାପୂର୍ବରୁ ଆର୍ଥିକ ଅସୁବିଧାର ମଧ୍ୟ ବହୁତ ସାମ୍ନା କରିଥିଲେ । ଏହି ସମୟରେ ସେ କେବେ ସମୁଦ୍ର କୂଳରେ ସୋଇଥିଲେ ତ କେବେ ରେଳ ଷ୍ଟେସନରେ କିନ୍ତୁ ତାଙ୍କୁ ରାତି କାଟିବାକୁ ପଡିଥିଲା

ଅନୁପମଙ୍କ ଫିଲ୍ମ କ୍ୟାରିଅର ର ଆରମ୍ଭ ୧୯୮୨ମସିହାରେ ଫିଲ୍ମ ‘ଆଗମନ’ ରୁ ହୋଇଥିଲା । ତେବେ ତାଙ୍କୁ ଅସଲି ପରିଚୟ ୧୯୮୪ମସିହାରେ ଆସିଥିବା ଫିଲ୍ମ ‘ସାରାଂଶ’ ରୁ ମିଳିଥିଲା ।ଥରେ ପ୍ରସିଦ୍ଧ ନିର୍ଦେଶକ ମହେଶ ଭଟ୍ଟ୍ ଙ୍କର ନଜର ତାଙ୍କ ଉପରେ ପଡ଼ିଲା ଆଉ ସେ ଅନୁପମ କୁ ଫିଲ୍ମ ଅଫର କରିଦେଲେ । ଫିଲ୍ମ ହିଟ୍ ହେଲା ଆଉ ଅନୁପମ ଖେର ଙ୍କ ଗାଡି ବି ଚାଲିବାକୁ ଲାଗିଲା ।

କେବେ ଅନୁପମ ଙ୍କ ପାଖରେ ଖାଇବାକୁ ପଇସା ବି ନଥିଲା,ଶୋଇବାକୁ ଜାଗା ବି ନଥିଲା କିନ୍ତୁ ଫିଲ୍ମ ରେ କାମ କରିବା ସାଥିରେ ହିଁ ବହୁତ ଖ୍ୟାତି ସହ ସେ ବହୁତ ଦୌଲତ ମଧ୍ୟ ତାଙ୍କ ନାଁ ରେ କରିଛନ୍ତି । ୪୦ବର୍ଷର କ୍ୟାରିଅରରେ ଅନୁପମ ଖେର ୪ ବିଲିୟନର ସମ୍ପତ୍ତି ର ମାଲିକ ଅଟନ୍ତି । ପାଇଥିବା ମିଡ଼ିଆର ରିପୋର୍ଟ ଅନୁଯାୟୀ ତାଙ୍କର ସମୁଦାୟ ସମ୍ପତ୍ତି ହେଉଛି ୪୦୦କୋଟି ।

ଫିଲ୍ମ ସହିତ ଅନୁପମ ଖେର ମଧ୍ୟ ବିଜ୍ଞାପନରୁ ବହୁତ ଭଲ ରୋଜଗାର କରନିଅନ୍ତି । ଅନୁପମ ମୁମ୍ବାଇର ଦୁଇଟି ବିଳାସପୂର୍ଣ୍ଣ ଘରର ମାଲିକ ଅଟନ୍ତି । ଉଭୟ ଘରର ମୂଲ୍ୟ କୋଟି କୋଟି ଟଙ୍କା ରହିଛି । ବିଲିୟନେୟାର ହେବା ପରେ ମଧ୍ୟ ଅନୁପମ ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି ।

ଅନୁପମ ଖେରଙ୍କ କାର୍ କଲେକ୍ସନ ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ ଲଗ୍ଜରି ଆଉ ମୂଲ୍ୟବାନ ବିଏମଡ଼ବ୍ଲୁ କାର୍ ବ୍ୟତୀତ ଆଉ ମଧ୍ୟ ସେ ଅନେକ କାର୍ ର ମାଲିକ ଅଟନ୍ତି । ତାଙ୍କ ପାଖରେ ଆଉ କିଛି ଲଗ୍ଜରି କାର୍ ମଧ୍ୟ ଅଛି ।

କହିରଖୁଛୁ କି ଅନୁପମ ଖେର ବିବାହ,ଖୋସଲା କା ଘୋସଲା,ରାମ ଲକ୍ଷ୍ମଣ,ବେଟା ଆଉ ଖଲନାୟକ ପରି ଅନେକ ମହାନ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ଦ କାଶ୍ମୀର ଫାଇଲ୍’ ୧୧ ମାର୍ଚ୍ଚ ରେ ରିଲିଜ ହେବ ।

Leave a Reply

Your email address will not be published. Required fields are marked *